AFFILIATE MARKETING

https://binomo.com?a=90810425bb57&t=0

Wednesday, October 4, 2023

ମହିଳା ମନସ୍ବିନୀ ମହାରଣା ୟାଚିଂ ଆସୋସିଏସନ ଅଫ୍ ଇଣ୍ଡିଆ (ୱାଇଏଆଇ) ବରିଷ୍ଠ ଜାତୀୟ ନୌଚାଳନା ଚମ୍ପିଆନ୍‌ସିପ୍‌ ରେ ସ୍ଵର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଲେ

COASTAL NEWS ODIA 1013

ମହିଳା ମନସ୍ବିନୀ ମହାରଣା ୟାଚିଂ ଆସୋସିଏସନ ଅଫ୍
ଇଣ୍ଡିଆ (ୱାଇଏଆଇ) ବରିଷ୍ଠ ଜାତୀୟ ନୌଚାଳନା ଚମ୍ପିଆନ୍‌ସିପ୍‌ ରେ ସ୍ଵର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଲେ 



ଗଞ୍ଜାମ - ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅଧୀନସ୍ଥ ପାଣିବନ୍ଧ ଗ୍ରାମର ମହିଳା ମନସ୍ବିନୀ ମହାରଣା ୟାଚିଂ ଆସୋସିଏସନ ଅଫ୍ ଇଣ୍ଡିଆ (ୱାଇଏଆଇ) ବରିଷ୍ଠ ଜାତୀୟ ନୌଚାଳନା ଚମ୍ପିଆନ୍‌ସିପ୍‌ର ଆର୍‌ଏକ୍ସ ମହିଳା ବର୍ଗରେ ପ୍ରତିଯୋଗିତା କରି ଉଲ୍ଲେଖନୀୟ ବିଜୟ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । 

ମୁମ୍ବାଇରେ ଏହି ସମ୍ମାନଜନକ ଚମ୍ପିଆନ୍‌ସିପ୍ ଅନୁଷ୍ଠିତ ହୋଇଥିଲା । ବର୍ତମାନ ସେ ଗଞ୍ଜାମର ଛତ୍ରପୁର ବ୍ଲକ୍‌ରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍)ର ପୁଷ୍ଟି ପ୍ରକଳ୍ପରେ ଫାସିଲିଟେଟର ଭାବେ କାର୍ଯ୍ୟ କରୁଛନ୍ତି । ନିଜ ଯାତ୍ରା ସମ୍ପର୍କରେ ମନସ୍ଵିନୀ କହିଛନ୍ତି ଯେ, "ଏହି ପ୍ରତିଯୋଗିରେ ମୁଁ ବହୁ ଆହ୍ବାନ ସାମ୍ନା କରିବା ସହ ବର୍ଷା ଓ ପ୍ରବଳ ବେଗ ପବନର ମୁକାବିଲା କରିଥିଲି । ମୋ ପ୍ରଶିକ୍ଷକ ସବୀର ବକ୍ସ ମୋତେ ଅତୁଟ ସମର୍ଥନ କରିଥିଲେ ଏବଂ ମୁଁ କଠିନ ଅଭ୍ୟାସ ପ୍ରତି ନିଜକୁ ସମର୍ପିତ କରିଥିବା ବେଳେ ମୋର ଭୟ ଏଡ଼ାଇବାରେ ମୋତେ ସାହାଯ୍ୟ କରିଥିଲେ । ମୋ ଝିଅର ଉତ୍ସାହଜନକ କଥା ସଫଳତା ପାଇବା ଲାଗି ମୋ ସଂକଳ୍ପକୁ ସୁଦୃଢ଼ କରିଥିଲା ।” ଏହି କ୍ରୀଡ଼ା ବର୍ଗରେ ଉତ୍କର୍ଷ ହାସଲ କରିବାରେ ଓଡ଼ିଶାର ପ୍ରଥମ ମହିଳାର ଗୌରବମୟ ମାନ୍ୟତା ମନସ୍ବୀନିଙ୍କୁ ମିଳିଛି । ମୋତେ ସଦାସର୍ବଦା ଅନୁପ୍ରାଣିତ କରିଥିବାରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍)ର ୟୁନିଟ୍ ମୁଖ୍ୟ ରକି ମାର୍ଟିନ୍‌ଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ମୋର ଏହି ଯାତ୍ରାରେ ସହାୟତର ଦୃଢ଼ ସ୍ତମ୍ଭ ମୋ ଶାଶୁ-ଶ୍ବଶୂର, ଅଭିଭାବକ ଓ ମୋ ସ୍ବାମୀଙ୍କ ପ୍ରତି ମୁଁ କୃତଜ୍ଞ ବୋଲି କହିଛନ୍ତି ।ଏବେ ସେ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ନୌଚାଳନା ଚମ୍ପିଆନ୍‌ସିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିବା
ପାଇଁ ଆଶାବାଦୀ ଅଛନ୍ତି । 

ଆଗାମୀ ଭବିଷ୍ୟତରେ ଆନ୍ତର୍ଜାତିକ ନୌଚାଳନା ପ୍ରତିଯୋଗିତାଗୁଡ଼ିକରେ ଓଡ଼ିଶା ଓ ଭାରତର ପ୍ରତିନିଧୂତ୍ବ କରିବା ହେଉଛି ତାଙ୍କର ପ୍ରମୁଖ ଲକ୍ଷ୍ୟ । ମନସ୍ଵିନୀଙ୍କ ପ୍ରଶିକ୍ଷକ ଲିମ୍‌କା ବୁକ୍ ରେକର୍ଡଧାରୀ ତଥା ଆନ୍ତର୍ଜାତିକ ସ୍କୁବା ଡାଇଭର୍ ସବୀର ବକ୍ସ କହିଛନ୍ତି ଯେ, “୨୦୦୯ରୁ ମନସ୍ବିନୀଙ୍କ ସହ ମୋର ଯାତ୍ରା ଆରମ୍ଭ ହୋଇଥିଲା । ନିଜ ଅଭିଳାଷ ଓ ଦୃଷ୍ଟାନ୍ତମୂଳକ କ୍ରୀଡ଼ା ମନୋଭାବ ପ୍ରତି ତାଙ୍କ ପ୍ରତିବଦ୍ଧତା ବେଶ ପ୍ରେରଣାଦାୟକ । ଏହି ମୁହୂର୍ତରେ ଏବେ ସେ ଆଗାମୀ ଜାତୀୟ ସ୍ତରୀୟ ଚମ୍ପିଆନ୍‌ସିପ୍‌ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଏବଂ ମୋର ବିଶ୍ବାସ ରହିଛି ଯେ ଏହି ଉଲ୍ଲେଖନୀୟ ଯାତ୍ରାରେ ସେ ଉତ୍କର୍ଷ ହାସଲ କରିବା ଜାରି ରଖୁବେ ।

"ନୌଚାଳନାରେ ଉପଲବ୍ଧି ହାସଲ କରିବାର ଏକ ଇତିହାସ ମନସ୍ବୀନିଙ୍କର ରହିଛି । ଗୋଆରେ ୨୦୧୩ ଓ ୨୦୧୮ରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ାରେ ସେ ଅଂଶଗ୍ରହଣ କରି ନୌଚାଳନା ପ୍ରତିଯୋଗିତାରେ ୧୩ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଏବଂ ଜାତୀୟ ଚମ୍ପିଆନ୍ ଘୋଷିତ ହୋଇଥିଲେ । ବ୍ୟାଙ୍କକ୍ ଓଫୋନ୍ ନୌଚାଳନା ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଜାତୀୟ ନୌସେନା ନୌଚାଳନା ଚମ୍ପିଆନ୍‌ସିପ୍ ଭଳି ଭାରତର ବିଭିନ୍ନ ପ୍ରକାର ପ୍ରତିଯୋଗିତାଗୁଡ଼ିକରେ ସେ ଅଂଶଗ୍ରହଣ କରି ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲେ । ଜାତୀୟ କ୍ରୀଡ଼ାରେ ଓଡ଼ିଶାକୁ ପ୍ରତିନିଧୂତ୍ବ କରିଥିବାରୁ ବିଜୁ ପଟ୍ଟନାୟକ କନ୍ୟା ରନ୍ ପୁରସ୍କାର ପ୍ରଦାନ କରି ତାଙ୍କ ଉତ୍କର୍ଷକୁ ଓଡ଼ିଶା ସରକାର ମାନ୍ୟତା ପ୍ରଦାନ କରିଛନ୍ତି । 

ଦେଶର ଶ୍ରେଷ୍ଠ ନୌଚାଳକ ଓ ମହିଳାଙ୍କ ସହ ପ୍ରତିଦ୍ବନ୍ଦିତା କରି ମନସ୍ବିନୀ ହାସଲ କରିଥିବା ବିଜୟ ତାଙ୍କ ଅତୁଟ ସଂକଳ୍ପ ଓ ଚମତ୍କାର ଦକ୍ଷତାର ପ୍ରମାଣ । ମନସ୍ଵିନୀଙ୍କ ଏହି ଉଲ୍ଲେଖନୀୟ ସଫଳତାକୁ ପାଳନ କରି ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ଗର୍ବିତ ହେବା ସହ ଏହି ତାଙ୍କର ଏହି ଚମତ୍କାର ବିଜୟ ପାଇଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

No comments:

COASTAL NEWS

ନିର୍ବାଚନ ସମୟରେ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ଉତ୍ପନ୍ନ ବିଷୟବସ୍ତୁର ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ସୁନିଶ୍ଚିତ କରିବେ ରାଜନୈତିକ ଦଳ

ନିର୍ବାଚନ ସମୟରେ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ଉତ୍ପନ୍ନ ବିଷୟବସ୍ତୁର ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ସୁନିଶ୍ଚିତ କରିବେ ରାଜନୈତିକ ଦଳ IT ନିୟମ, ୨୦୨୧ ଏବଂ ଏହି ସ...