AFFILIATE MARKETING

https://binomo.com?a=90810425bb57&t=0

Saturday, October 14, 2023

ଭାରାସାମ୍ୟ ହରାଇ ନଦୀକୁ ଖସିପଡ଼ିଲା ମହାପ୍ରୟାଣ ଗାଡ଼ି

COASTAL NEWS ODIA 1139

ଭାରାସାମ୍ୟ ହରାଇ ନଦୀକୁ ଖସିପଡ଼ିଲା ମହାପ୍ରୟାଣ ଗାଡ଼ି


କନ୍ଧମାଳ - (CNO) ଭଞ୍ଜ ବିହାରୀ ମହାନ୍ତି - ଭାରାସାମ୍ୟ ହରାଇ ନଦୀକୁ ଖସିପଡ଼ିଲା ମହାପ୍ରୟାଣ ଗାଡ଼ି। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଡ୍ରାଇଭର। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ତେଲିମୁଣ୍ଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଡ୍ରାଇଭରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ସକାଳେ ମହାପ୍ରୟାଣ ଗାଡିଟି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଶବକୁ ନେଇ ବାଲିଗୁଡା ବ୍ଲକର ବାଟାଗୁଡ଼ା ଗାଁକୁ ଯାଇଥିଲା। ଶବ ଛାଡି ଫେରିବା ସମୟରେ ତେଲିମୁଣ୍ଡା ଛକ ନିକଟରେ ଗାଡ଼ିଟି ଭରସାମ୍ୟ ହରାଇ ନଦୀ ଭିତରକୁ ଖସି ପଡ଼ିଥିଲା। ତେବେ ସେହି ସମୟରେ ଜଣେ ବ୍ୟକ୍ତି ସେହି ରାସ୍ତା ଦେଇ ଯାଉଥିଲେ।

ଗାଡ଼ିଟି ନଦୀକୁ ଖସିବା ଦେଖି ସେ ଡିଆଁ ମାରି ଦେଇଥିଲେ। ନଦୀ ଭିତରୁ ଡ୍ରାଭରକୁ ଉଦ୍ଧାର କରିଥିଲେ। ଡ୍ରାଇଭରର ଅବସ୍ଥା ଗୁରୁତର ରହିଛି। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...