AFFILIATE MARKETING

https://binomo.com?a=90810425bb57&t=0

Sunday, October 15, 2023

ପୋଷ୍ୟ ସନ୍ତାନ ଗ୍ରହଣ କଲେ ସ୍ପେନ୍ ଦମ୍ପତ୍ତି

COASTAL NEWS ODIA 1151

ପୋଷ୍ୟ ସନ୍ତାନ ଗ୍ରହଣ କଲେ ସ୍ପେନ୍ ଦମ୍ପତ୍ତି 


ଗଜପତି - (CNO) ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୪୫ ଓ ୪୬ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ସ୍ପେନ୍ ଦେଶର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି।

ଆର. ଉଦୟଗିରି ଅଞ୍ଚଳର ଏହି ଶିଶୁ ମାନେ କୋଭିଡ଼ ମହାମାରି ସମୟରେ ସେମାନଙ୍କ ମାତା ଓ ପିତାଙ୍କୁ ହରାଇଥିଲେ। ଏହି ଖବର ପାଇଲା ପରେ ଜିଲ୍ଲାପାଳଙ୍କ ନେତୃତ୍ବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ସ୍ବତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ର କର୍ମଚାରୀ ଶିଶୁଦ୍ବୟଙ୍କୁ ଉଦ୍ଧାର କରି ସେମାନଙ୍କର ଯତ୍ନ ଓ ସୁରକ୍ଷା ନିମନ୍ତେ ଜିଲ୍ଲାରେ ଥିବା ଏକମାତ୍ର ସ୍ବତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର “ନିସାନ୍ ସାଲୋମ୍” ଅନୁଷ୍ଠାନରେ ରଖି ତାହର ସମସ୍ତ ଯତ୍ନ ଏବଂ ସୁରକ୍ଷା ଗଜପତି ଜିଲ୍ଲା ପ୍ରଶାସନ ଦେଇ ଆସୁଥିଲା ।

ପ୍ରଶାସନ ଗଜପତି ର ଏହି ଶିଶୁମାନଙ୍କୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁମାନଙ୍କ ତଥ୍ୟ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ପୋର୍ଟାଲ୍ ରେ ଅପଲୋଡ଼୍ କରାଯାଇଥିଲା ଯାହାଦ୍ବାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ, ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ପରବର୍ତ୍ତି ମୁହୁର୍ତ୍ତରେ ତିନି ବର୍ଷ ଧରି ପୋଷ୍ୟ ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ସ୍ପେନ୍ ଦେଶର ଦମ୍ପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ଦମ୍ପତ୍ତି ଭିଡ଼ିଓ ମାଧ୍ୟମରେ ଶିଶୁଦ୍ବୟଙ୍କ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ।

ପ୍ରଶାସନ ସହଯୋଗରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ। ଯେହେତୁ ଶିଶୁମାନେ ବାହାର ଦେଶକୁ ପୌଷ୍ୟ ସନ୍ତାନ ଭାବେ ଯିବେ ସେଥିପାଇଁ ପୂର୍ବରୁ ଏହା ଉପରେ ଶେଷ ଶୁଣାଣି ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟ ଙ୍କ ନିର୍ଦ୍ଦେଶ ଏହି ଦମ୍ପତ୍ତିଙ୍କ ସପକ୍ଷରେ ପ୍ରକାଶ ପାଇଥିଲା। ପରବର୍ତ୍ତି ମୂହୁର୍ତ୍ତରେ ସମସ୍ତ ଦସ୍ତାବିଜ କୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଦ୍ବୟଙ୍କୁ ସ୍ପେନ୍ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଥିଲେ। 

ଏହି ଶିଶୁ ଦ୍ବୟ କନ୍ୟାରତ୍ନ ହୋଇଥିଲା ବେଳେ ଏମାନଙ୍କ ବୟସ ଯଥାକ୍ରମେ 6 ବର୍ଷ ଓ 4 ବର୍ଷ ହୋଇଛି ଏବଂ ସମ୍ପର୍କରେ ପରସ୍ପର ଭଉଣୀ ଅଟନ୍ତି। ଶିଶୁମାନଙ୍କୁ ପାଇ ଦମ୍ପତ୍ତି ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା । ଭାରତ ଏକ ସଭ୍ଯ ଓ ସଂସ୍କୃତି ସମ୍ପନ୍ନ ଦେଶ ହୋଇଥିବାରୁ ଦମ୍ପତି ଭାରତରୁ ସନ୍ତାନ ଗ୍ରହଣ କରିବା ପାଇଁ ମନ ସ୍ଥିର କରିଥିଲେ l

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...