AFFILIATE MARKETING

https://binomo.com?a=90810425bb57&t=0

Sunday, June 18, 2023

ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଦର୍ପଦଳନ ରଥର ଅଖରେ ଫାଟ!

 ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଦର୍ପଦଳନ ରଥର ଅଖରେ ଫାଟ!




 

ପୁରୀ: ଦର୍ପଦଳନ ରଥର ଅଖରେ ଫାଟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ ଫାଟ ହୋଇଛି। ଏହି ସାନ ଉଛୁଳା ଉପରେ ରଥର ସମ୍ପୂର୍ଣ୍ଣ ଭାର ନିର୍ଭର କରିଥାଏ। ଏବେ ଫାଟ ଖବର ଜଣାପଡ଼ିବା ପରେ ଏହାକୁ ଲୁଚାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ଅଖରେ ଥିବା ବଟମ୍ ପ୍ୟାକିଂ ଓ କ୍ଲାମ୍ପ ଫିଟିଂ କରାଯାଇଛି। ଯେହେତୁ ଫାଟ ରହିଛି ତେଣୁ ଏବେ ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି। କିନ୍ତୁ ମହାରଣା ସେବକମାନେ ଏହା ଏକ ସାଧାରଣ ଘଟଣା ବୋଲି କହୁଛନ୍ତି। ଏହାଦ୍ବାରା କୌଣସି ଅସୁବିଧା ହେବ ନାହିଁ ବୋଲି ସେମାନେ କହୁଛନ୍ତି। ତେବେ ରଥ ଯାଞ୍ଚ କମିଟି ଏହାର ତଦାରଖ କରିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଉଛି।


ମଙ୍ଗଳବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି। ଏହାପୂର୍ବରୁ ସୁଭଦ୍ରାଙ୍କ ରଥକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ଏଣେ ଜିଲ୍ଲା ପ୍ରଶାସନ ବା ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାକୁ ତୁରନ୍ତ ସୁଧାରିବାକୁ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହେଉଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...