AFFILIATE MARKETING

https://binomo.com?a=90810425bb57&t=0

Friday, June 30, 2023

ନିଲାମ ହେବ ହିଟଲରଙ୍କ ଚାନ୍ଦି ପେନସିଲ, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

 ନିଲାମ ହେବ ହିଟଲରଙ୍କ ଚାନ୍ଦି ପେନସିଲ, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ




ଇତିହାସ ର ଶାସକମାନଙ୍କ ମଧ୍ୟରେ ଆଡଲଫ ହିଟଲର ହେଉଛନ୍ତି ଅନ୍ୟତମ । ତାଙ୍କ ଶାସନ ସମୟର ଅନେକ କାହାଣୀ ଏବେ ମଧ୍ୟ ଚର୍ଚ୍ଚାରେ ରହିଛି । କିନ୍ତୁ ଅନେକ ଲୋକ ତାଙ୍କୁ ପସନ୍ଦ କରୁଥିଲେ । ଏବଂ ହିଟଲରଙ୍କ କୌଣସି ସାମଗ୍ରୀ ନିଲାମ ହେଲେ ଏହାକୁ କିଣିବା ପାଇଁ ଲୋକଙ୍କ ଭିଡ଼ ଲାଗେ । ଯାହା କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାଏ । ଗତ ବର୍ଷ ହିଟଲରଙ୍କ ଘଣ୍ଟା ନିଲାମ ହୋଇଥିଲା । ଏହାର ଚର୍ଚ୍ଚା ହେବା ସହ ଅନେକ ଦେଶରେ ଏହାକୁ ବିରୋଧ କରାଯାଇଥିଲା । ତେବେ ବର୍ତ୍ତମାନ ହିଟଲରଙ୍କ ଏକ ଚାନ୍ଦି ପେନସିଲ ନିଲାମ ହେବାକୁ ଯାଉଛି ।


ନିଲାମ ହେବାକୁ ଥିବା ଏହି ଚାନ୍ଦି ପେନସିଲଟି ହିଟଲରଙ୍କୁ ତାଙ୍କ ପ୍ରେମିକା ଉପହାର ଦେଇଥିବା କୁହାଯାଉଛି । ଅନ୍ୟପଟେ ଏହି ପେନସିଲର ମୂଲ୍ୟ ୮୦ ଲକ୍ଷ ରୁ ଏକ କୋଟି ମଧ୍ୟରେ କିଣା ଯାଇ ପାରିବ । ତେବେ ଏହି ପେନସିଲରେ ଏପରି କଣ ଖାସ ରହିଛି ଆପଣ ନିଶ୍ଚିତ ଭାବେ ଜାଣିବାକୁ ଚାହୁଁଥିବେ ।


ଏହି ପେନସିଲ ଖାସ ହେବାର କାରଣ ହେଉଛି ଏହା ହିଟଲରଙ୍କ ପେନସିଲ । ଏହା ତାଙ୍କ ପ୍ରେମିକା ଇବା ବ୍ରାନ ତାଙ୍କୁ ଉପହାର ଦେଇଥିବାରୁ ଏହାର ମୂଲ୍ୟ ଏତେ ଅଧିକ ରହିଛି । ସୂଚନା ଅନୁସାରେ ହିଟଲରଙ୍କ ୫୨ତମ ଜନ୍ମ ଦିବସରେ ଇବା ଏହି ପେନସିଲ ଉପହାର ସ୍ୱରୂପ ଦେଇଥିଲେ । ଏହି ପେନସିଲ ଚାନ୍ଦିରେ ନିର୍ମିତ । ଏହି ପେନସିଲରେ ଏଏଚ ଲେଖାଯାଇଛି, ଯାହା ହିଟଲରଙ୍କ ଅନ୍ୟ ସମସ୍ତ ସାମଗ୍ରୀରେ ମଧ୍ୟ ଲେଖାଯାଇଛି । ଏହା ପୂର୍ବରୁ ନିଲାମ ହୋଇଥିବା ଘଣ୍ଟାରେ ମଧ୍ୟ ହିଟଲରଙ୍କ ଏହି ଚିହ୍ନ ରହିଥିଲା । ପେନସିଲ ବ୍ୟତୀତ ଅନ୍ୟ କିଛି ସାମଗ୍ରୀ ମଧ୍ୟ ନିଲାମ ହେବାର ସୂଚନା ରହିଛି ।


ଆୟରଲ୍ୟାଣ୍ଡରେ ଏହି ନିଲାମ ହେବାକୁ ଯାଉଛି । ବ୍ଲୁମଫିଲ୍ଡ ତରଫରୁ ଏହି ପଦକ୍ଷେପ ନିଆଯାଉଛି । ନିଲାମ ପରେ ହିଁ ଜଣା ପଡ଼ିବ ଏହା କେତେ ମୂଲ୍ୟରେ ବିକ୍ରି ହେବ । ବର୍ତ୍ତମାନ ସୁଦ୍ଧା ଏହା ୮୦ହଜାର ପାଉଣ୍ଡ ଅର୍ଥାତ ୮୦ ଲକ୍ଷ ଟଙ୍କା ରଖାଯାଇଛି । ତେବେ ପୂର୍ବରୁ ହିଟଲରଙ୍କ ସୁନା ଘଣ୍ଟା ୧.୧ ମିଲିଅନ ଡଲାରରେ ନିଲାମ ହୋଇଥିଲା । ୧୯୩୩ ମସିହାରେ ଜର୍ମାନୀର ଚାନ୍ସଲର ହେବା ପରେ ଏହି ଘଣ୍ଟା ତାଙ୍କୁ ଉପହାର ସ୍ୱରୂପ ଦିଆ ଯାଇଥିଲା ।



No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...