AFFILIATE MARKETING

https://binomo.com?a=90810425bb57&t=0

Wednesday, June 21, 2023

କେଉଁଠି ଅଛି ଭାରତର ନୀଳ ସହର? ଜାଣନ୍ତୁ କେତେ ବର୍ଷ ପୁରୁଣା ଏହି ସହର

କେଉଁଠି ଅଛି ଭାରତର ନୀଳ ସହର? ଜାଣନ୍ତୁ କେତେ ବର୍ଷ ପୁରୁଣା ଏହି ସହର


--ବିବିଧତାର ଦେଶ ହେଉଛି ଭାରତ । ଏଠାରେ ସବୁ ଧର୍ମର ଲୋକେ ବସବାସ କରନ୍ତି । ଭାରତର ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଭିନ୍ନ ସଂସ୍କୃତି ଦେଖିବାକୁ ମିଳେ । ସେହିପରି ଭାରତର ପ୍ରତ୍ୟେକ ସହରର ବିଶେଷତା ରହିଛି, ଯେଉଁଥିପାଇଁ ଏହା ସମଗ୍ର ଦେଶରେ ଭିନ୍ନ ପରିଚୟ ସୃଷ୍ଟି କରେ । ଆପଣ ପିଙ୍କ୍‌ ସିଟି ବିଷୟରେ ନିଶ୍ଚିତ ଶୁଣିଥିବେ । ଏହା ଭାରତର ଜୟପୁରରେ ଅବସ୍ଥିତ । କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର ବ୍ଲୁ ସିଟି କୁହାଯାଉଥିବା ସହର ବିଷୟରେ କହିବାକୁ ଯାଉଛୁ । ଏହି ସହର ଦେଖିବାକୁ ଖୁବ ଆକର୍ଷଣୀୟ । ବିଶେଷ କରି ସନ୍ଧ୍ୟା ଏବଂ ସକାଳ ସମୟରେ ଏହି ସହରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଥାଏ । କିନ୍ତୁ ଏହି ସହର ବିଷୟରେ ଖୁବ କମ ଲୋକ ହିଁ ଜାଣିଛନ୍ତି । ତେବେ ଯଦି ଆପଣ ଏହି ବ୍ଲୁ ସିଟି ବିଷୟରେ ଜାଣି ନାହାନ୍ତି ଆମେ ଆପଣଙ୍କୁ ଏହି ସହର ବିଷୟରେ ଜଣାଇବୁ । ଯାହାକୁ ବ୍ଲୁ ସିଟି ଅଫ୍‌ ଇଣ୍ଡିଆ କୁହାଯାଏ ।

ଭାରତର ପିଙ୍କ ସିଟି, ଜୟପୁର ରାଜସ୍ଥାନରେ ଅବସ୍ଥିତ ଏହା ତ ଆପଣମାନେ ନିଶ୍ଚିତ ଜାଣିଥିବେ । ତେବେ ଭାରତର ବ୍ଲୁ ସିଟି ମଧ୍ୟ ଏହି ରାଜ୍ୟରେ ରହିଛି । ବ୍ଲୁ ସିଟି କୁହାଯାଉଥିବା ଏହି ସହରର ନାମ ଯୋଧପୁର । ଯୋଧପୁରକୁ ଭାରତର ବ୍ଲୁ ସିଟି ଅଫ ଇଣ୍ଡିଆ କୁହାଯାଏ । ଯୋଧପୁର, ରାଜସ୍ଥାନର ଏକ ସୁନ୍ଦର ସହର ଯାହା ନିଜ ରଙ୍ଗ ପାଇଁ ପ୍ରଶିଦ୍ଧ । ସୂର୍ଯ୍ୟ ଉଦୟ ଏବଂ ଅସ୍ତ ସମୟରେ ଏହି ସହରର ସୌନ୍ଦର୍ଯ୍ୟ ଅଧିକ ଥାଏ । ଯୋଧପୁର ସୂର୍ଯ୍ୟନଗରୀ ଭାବେ ମଧ୍ୟ ଜଣା, କାରଣ ଦେଶର ଅନ୍ୟ ସ୍ଥାନ ତୁଳନାରେ ସୂର୍ଯ୍ୟ ଏଠାରେ ଅଧିକ ସମୟ ରହିଥାଏ ।

ଏହା କେତେ ବର୍ଷ ପୁରୁଣା
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନୀଳ ସହର ଭାବେ ଜଣା ଥିବା ଏହି ସୁନ୍ଦର ସହର ପାଖାପାଖି ୫୫୮ ବର୍ଷ ପୂର୍ବରୁ ରାଓ ଯୋଦ୍ଧାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ରାଓ ଯୋଦ୍ଧା, ରାଠୋଡ଼ ସମାଜର ମୁଖ୍ୟ ଥିଲେ ଏବଂ ୧୪୫୯ ମସିହାରେ ସେ ଏହି ସହରର ଆବିଷ୍କାର କରିଥିଲେ । ତେବେ ରାଓ ଯୋଦ୍ଧା, ଯୋଧପୁରର ୧୫ତମ ରାଜା ଥିଲେ ।

ଏହି ସହରକୁ ବ୍ଲୁ ସିଟି କହିବାର କାରଣ କଣ ରହିଛି ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ । ଯୋଧପୁରକୁ ବ୍ଲୁ ସିଟି କୁହାଯିବାର କାରଣ ହେଉଛି ଏଠାରେ ଥିବା ଘର । ଏହି ସହରରେ ଥିବା ସମସ୍ତ ଘର ନୀଳ ରଙ୍ଗରେ ପେଣ୍ଟ କରାଯାଇଛି । ଏପରିକି ପ୍ରାସାଦ ଗୁଡ଼ିକରେ ମଧ୍ୟ ନୀଳ ରଙ୍ଗର ପଥର ବ୍ୟବହାର କରାଯାଇଛି । ମରୁଭୂମି ମଧ୍ୟ ସ୍ଥଳରେ ଥିବା ଏହି ସହର ପୂର୍ବରୁ ମାରଓ୍ଵାଡ଼ ନାମରେ ମଧ୍ୟ ଜଣା ଥିଲା ।

ବିଶେଷଜ୍ଞ ମାନେ କହିଛନ୍ତି ଯେ, ଏଠାରେ ଥିବା ଘର ମାନଙ୍କର ରଙ୍ଗ ନୀଳ ହେବାର ମୁଖ୍ୟ କାରଣ ହେଉଛି ପ୍ରବଳ ଗରମ । ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ଏଠାରେ ଥିବା ଘର ଗୁଡ଼ିକୁ ନୀଳ ରଙ୍ଗରେ ପେଣ୍ଟ କରାଯାଇଛି । ନୀଳ ରଙ୍ଗରେ ସୁନ୍ଦର ଦେଖାଯାଉଥିବା ଏହି ସହରର ସୌନ୍ଦର୍ଯ୍ୟ ଦେଖିବା ପାଇଁ ବହୁ ଦୂରରୁ ପର୍ଯ୍ୟଟକମାନେ ଆସିଥାନ୍ତି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...