AFFILIATE MARKETING

https://binomo.com?a=90810425bb57&t=0

Friday, June 23, 2023

ପାକିସ୍ତାନ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଖେଳା ଯାଇ ପାରିବ ନାହିଁ ହୋଲି

 ପାକିସ୍ତାନ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଖେଳା ଯାଇ ପାରିବ ନାହିଁ ହୋଲି



ପାକିସ୍ତାନରର ଉଚ୍ଚ ଶିକ୍ଷା କମିଶନ ଏପରି ଏକ ନୋଟିସ ଜାରୀ କରିଛି ଯାହା ବିଷୟରେ ଜାଣିବା ପରେ ପାକିସ୍ତାନ ଆଗକୁ ଯିବା ପରିବର୍ତେ କିଭଳି ମଧ୍ୟ କାଳକୁ ଆଡକୁ ଯାଉଛି  ସେ ବିଷୟରେ କଳ୍ପନା କରାଯାଇ ପାରେ । କମିଶନ ପାକିସ୍ତାନରେ ଶିକ୍ଷାନୁଷ୍ଠାନ ମାନଙ୍କରେ ହୋଲି ଖେଳା ଯିବା ଉପରେ କଟକଣା ଜାରୀ କରି ଏକ ନୋଟିସ ଜାରୀ କରିଛି । ଏହି ନୋଟିସ ଅନୁସାରେ ଏବେ ପାକିସ୍ତାନର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ହୋଲି ଖେଳା ଯାଇ ପାରିବ ନାହିଁ । ପାକିସ୍ତାନ ଏକ ମୁସଲମାନ ଦେଶ ହୋଇଥିବା କାରଣରୁ ଶିକ୍ଷାନୁଷ୍ଠାନରେ ହୋଲି ଖେଳ ହେଲେ ଏହା ଦେଶର ମୁସଲମାନ ପରିଚୟକୁ ନଷ୍ଟ କରୁଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା କମିଶନଙ୍କ ପକ୍ଷରୁ କୁହାଯାଇଛି । 

କିଛି ଦିନ ତଳେ ପାକିସ୍ତାନର କାଏଦେ- ଆଜମ ବିଶ୍ୱବିଦ୍ୟାଳୟରେ ହୋଲି ଖେଳା ଯାଇ ଥିଲା । ଏହି ବିଶ୍ୱବିଦ୍ୟାଳୟର ଛାତ୍ର ମାନେ କ୍ୟାମ୍ପସରେ ହୋଲି ଖେଳିଥିଲେ । ଏହାର ଫଟୋ ଓ ଭିଡିଓ ମଧ୍ୟ ସେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । 

ପାକିସ୍ତାନର ଶିକ୍ଷା କମିଶନ ଏହି ଘଟଣା ପରେ ହୋଲି ଉପରେ ବ୍ୟାନ ଲଗାଇବାକୁ ନିଷ୍ପତି ନେଇଛି । ଆୟୋଗ ତାର ନୋଟିସରେ କହିଛି ଯେ କ୍ୟାମ୍ପସରେ ହୋଲି ଖେଳା ଯିବା ପାକିସ୍ତାନର ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧର ପରିପନ୍ଥୀ । ଏହା ଦ୍ୱାରା ପାକିସ୍ତାନର ମୁସଲମାନ ପରିଚୟ ଉପରେ କୁଠାରାଘାତ ହେଉଛି । ତେଣୁ ହୋଲି ଖେଳା ଯିବାକୁ ଅନୁମତି ଦିଆଯାଇ ପାରିବ ନାହିଁ  । 


ଦେଖିବାକୁ ଗଲେ ପାକିସ୍ତାନରେ ହିନ୍ଦୁ ମାନଙ୍କୁ ସାଧାରଣ ନାଗରିକ ଭାବେ ମାନ୍ୟତା ନାହିଁ। ପାକିସ୍ତାନରେ ଥିବା ହିନ୍ଦୁ ମାନଙ୍କୁ ଦ୍ୱିତୀୟ ଶ୍ରେଣୀ ନୁହଁ ବରଂ ତୃତୀୟ ଶ୍ରେଣୀର ନାଗରିକ ଭାବେ ବିବେଚନା କରାଯାଏ । ପାକିସ୍ତାନରେ ମୁସଲମାନ ମାନଙ୍କୁ ଯେତେ ଅଧିକାର ରହିଛି ତା ଠାରୁ ଢେର କମ ଅଧିକାର ହିନ୍ଦୁ ମାନଙ୍କର ରହିଛି । ପାକିସ୍ତାନ ପାଠ୍ୟ ପୁସ୍ତକ ମାନଙ୍କରେ ହିନ୍ଦୁ ମାନଙ୍କ  ବିରୁଦ୍ଧରେ ହିନ୍ଦୁ ଧର୍ମ ବିରୁଦ୍ଧରେ ଅନେକ ଘୃଣା ଲେଖା ଯାଇଛି । ପିଲା ମାନଙ୍କୁ ଛୋଟ ବେଳୁ ହିନ୍ଦୁ ମାନଙ୍କ ବିରୁଦ୍ଧରେ ସେଠାରେ ଘୃଣା ପଢା ଯାଇଥାଏ ।  ପାକିସ୍ତାନର ତିନୋଟି ରାଜ୍ୟରେ ହିନ୍ଦୁ ମାନଙ୍କ ସଂଖ୍ୟା ନଗଣ୍ୟ । କେବଳ ସିନ୍ଧରେ କିଛି ଅଧିକ ସଂଖ୍ୟାରେ ହିନ୍ଦୁ ମାନେ ଅଛନ୍ତି । ତେବେ ସେଠାରେ ମଧ୍ୟ  12-14 ବର୍ଷର ହିନ୍ଦୁ ଝିଅ ମାନଙ୍କୁ ମୁସଲମାନ ମାନେ ଅପହରଣ କରି ନେଇଥାନ୍ତି ଓ ଜୋର ଜବରଦସ୍ତି ସେମାନଙ୍କ ସହ ନିକାହ କରି ସେମାନଙ୍କୁ ମୁସଲମାନ କରି ନିଅନ୍ତି । ହିନ୍ଦୁ ପିତା ମାତା ମାନେ ପୋଲିସ ନିକଟକୁ ଗଲେ ପୋଲିସ ସେମାନଙ୍କ ଝିଅକୁ ଅପହରଣକାରୀ ମାନଙ୍କ ଠାରୁ କୁନି କୁନି ଝିଅ ମାନଙ୍କୁ ମୁକୁଳାଇବା ତ ଦୂରର କଥା ସେମାନଙ୍କର ଏଫଆଇଆର ମଧ୍ୟ ରଖି ନ ଥାଏ । ହିନ୍ଦୁ ପରିବାର ମାନେ ସେଠାରେ ସବୁବେଳେ ଭୟର ବାତାବରଣ ମଧ୍ୟରେ ରହିଥାନ୍ତି ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...