AFFILIATE MARKETING

https://binomo.com?a=90810425bb57&t=0

Wednesday, June 14, 2023

ରଜ ପର୍ବ

 ଆଜି ମାଟି ଓ ଆକାଶର ମିଳନର ପର୍ବ ରଜ, ଉତ୍ସବମୁଖର ଗାଁଠୁ ସହର





-- ବରଷକେ ଥରେ ଆସିଛି ରଜ। ଓଡ଼ିଆଙ୍କ ଗଣପର୍ବ। ଏଥିପାଇଁ ଉତ୍ସବମୁଖର ଗାଁଠୁ ସହର। ରଜ ପର୍ବର ବାସ୍ନାରେ ବିମୋହିତ ହେଉଛନ୍ତି ଗାଁର ଝିଅ-ବୋହୂ। ଅଳତା, କୁଙ୍କୁମ, ମେହେନ୍ଦି ଲଗାଇ ସଜେଇ ହେଉଛନ୍ତି। ରଜ ସଜବାଜ ହୋଇ ନୂଆ ଡ୍ରେସ୍‌ ପିନ୍ଧି ଗାଁ ବୁଲିବା ସହିତ ଦୋଳି ଖେଳିବା ପାଇଁ ଚାଲିଛି ପ୍ରସ୍ତୁତି। ଘରେ ଘରେ ପିଠାପଣାର ମହକ। ପୋଡପିଠା, ଚକୁଳି, ଇଡଲି, ଛୁଞ୍ଚିପତ୍ର, ଆରାସି, କାକରା ଭଳିକି ଭଳି ପିଠାପଣା ତିଆରି କରୁଛନ୍ତି ଘରର ମହିଳା ମାନେ। ତାସ୍‌, ଲୁଡୁ ଏବଂ ଚେସ୍‌ ଖେଳ ପାଇଁ ଆସିର ବି ଜମିଛି। ପ୍ରସ୍ତୁତ ହୋଇ ରହିଛି ରଜ ପାନ। ଘରେ ଘରେ ଜମିଛି ବନ୍ଧୁବାନ୍ଧବଙ୍କ ଭିଡ଼।


ମୌସୁମୀ ଆସିନି । ହେଲେ କେଉଁଠି ଝିପିଝିପି ତ ଆଉ କେଉଁଠି ଅସରାଏ ବର୍ଷା ଭିଜାଇଛି ମାଟି । ଯେମିତି ପହିଲି ରଜକୁ ସ୍ବାଗତ କରିଛି ବର୍ଷା । ଏହାରି ଭିତରେ ସଜେଇ ହୋଇଉଠିଛି ପୁରପଲ୍ଲୀ ।ରଜଗୀତର ତାଳେତାଳେ ଚାଲିଛି ମଉଜ ମସ୍ତି । ରଜପାନର ମଜା, ଏପଟେ ଘରେ ଘରେ ପିଠା ମିଠାର ଆସର । ଗାଁ ଠୁ ସହର ସବୁଠି ରଜ ମଉଜ ।


ଧରିତ୍ରୀ ଏବେ ରଜସ୍ବଳା । ସେଥିପାଇଁ ରଜ ତିନିଧରି ମାଟି ଖୋଳା ଆଉ ଚାଷ କରିବା ଉପରେ ରହିଛି ବାରଣ । ଏଥିପାଇଁ ଚାଷ କାମ ବନ୍ଦ ଥିବାବେଳେ ମହିଳାମାନେ ମଧ୍ୟ କଟାବଟା କରନ୍ତି ନାହିଁ । ପହିଲି ରଜ, ରଜସଙ୍କ୍ରାନ୍ତି, ଶେଷ ରଜ- ତିନିଦିନ ଧରି ପିଲାଠୁ ବୟସ୍କ କାମଧନ୍ଦା ବନ୍ଦ କରି ସମସ୍ତେ ମାତିଯାଇଥାନ୍ତି ମଉଜରେ । ଖାସ୍ ସେଥିପାଇଁ ତ, ବର୍ଷ ବର୍ଷ ଧରି ରହି ଆସିଥିବା ଏଇ ପରମ୍ପରାକୁ ବରଷକ ଥରେ ପାଳିବାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି ।

No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...