AFFILIATE MARKETING

https://binomo.com?a=90810425bb57&t=0

Tuesday, June 13, 2023

ଉଚ୍ଚଶିକ୍ଷା ବିଭାଗର ପଦର୍ଶନ ହୋଇଛି ଖରାପ: ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ

ଉଚ୍ଚଶିକ୍ଷା ବିଭାଗର ପଦର୍ଶନ ହୋଇଛି ଖରାପ: ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ



ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ । ରୋହିତଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୁପାରିସ । ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗର ବାର୍ଷିକ ରିପୋର୍ଟ ସମୀକ୍ଷା କରିଥିଲେ । ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ପାରଦର୍ଶିତା ଅତ୍ୟନ୍ତ ଖରାପ ଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇଛି । ରୋହିତ ଗତବର୍ଷ ଜୁନ ୫ରେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ । ସେ ପ୍ରାୟ ବର୍ଷେ ଧରି ଉଚ୍ଚଶିକ୍ଷା ମନ୍ତ୍ରୀ ପଦରେ ରହିଥିଲେ ।


ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମ୍‌ ୱାର୍କ- ଏନ୍‌ଆଇଆର୍‌ଏଫ୍‌ ର‍୍ୟାଙ୍କିଂ ପ୍ରକାଶ ପାଇଥିଲା । nirf ର‍୍ୟାଙ୍କିଂରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ଭଲ ନଥିଲା । ସାମଗ୍ରିକ ସଫଳତା ଆଧାରରେ କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନାହାନ୍ତି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରୁ ଦୁଇ ଥର ବିଧାୟକ ହୋଇଛନ୍ତି ରୋହିତ ପୂଜାରୀ । ପୂର୍ବରୁ ଦୁଇ ଥର ସରକାରୀ ଦଳ ଉପମୁଖ୍ୟ ସଚେତକ ହୋଇଥିଲେ ।


ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ । ରୋହିତ ପୂଜାରୀ ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ୍‌ ପଡ଼ିବା ପରେ ଅତନୁଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଅତନୁ ସବ୍ୟସାଚୀ ନାୟକ ଏବେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅଛନ୍ତି

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...