AFFILIATE MARKETING

https://binomo.com?a=90810425bb57&t=0

Sunday, June 4, 2023

ବାହାନଗା ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି,

ବାହାନଗା ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି,




ଓଡ଼ିଶାର ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାହାନଗା ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଲୋକଙ୍କ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ଦୁର୍ଘଟଣାର ସ୍ଥିତି ବିଷୟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ମୋଦି ବାୟୁସେନାର ହେଲିକପ୍ଟରରେ ଆସି ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।


ଓଡ଼ିଶାର ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ବର୍ତ୍ତମାନ ସୁଦ୍ଧା ୨୬୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ସଂଖ୍ୟା ୧୦୦୦ରେ ପହଞ୍ଚି ଯାଇଛି । ବେଙ୍ଗାଲୁରୁ-ହାଓ୍ଵଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ ଧକ୍କା ହୋଇଛି । ଘଟଣା ସ୍ଥଳରେ ଏନଡିଆରଏଫ ଟିମର ସଦସ୍ୟମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଛି ।


ସରକାରଙ୍କ ପକ୍ଷରୁ ମୃତକଙ୍କ ପାଇଁ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ବେଳେ ରେଳ ମନ୍ତ୍ରଣାଳୟ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ୧୨ ଘଣ୍ଟା ହେଲାଣି ରେସକ୍ୟୁ ଅପରେସନ ଜାରି ରହିଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...