AFFILIATE MARKETING

https://binomo.com?a=90810425bb57&t=0

Thursday, June 29, 2023

ଧରାପଡ଼ିଲେ ରସିକିଆ ଶିକ୍ଷକ:

 ଧରାପଡ଼ିଲେ ରସିକିଆ ଶିକ୍ଷକ: ଛାତ୍ରୀଙ୍କୁ କରୁଥିଲେ ଅସଦାଚରଣ, ଘରେ ନକହିବାକୁ ଗୀତା ଛୁଇଁ ଶପଥ କରାଉଥିଲେ





ବାଲେଶ୍ଵର : ଧରାପଡ଼ିଲେ ରସିକିଆ ଶିକ୍ଷକ । ଘରୋଇ କୋଚିଂ ସେଣ୍ଟରରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ । ଘରେ ନକହିବାକୁ ଗୀତା ଛୁଇଁ ଶପଥପାଠ କରାଉଥିଲେ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ବଡନଗର ଗାଁର ଘଟଣା । ଗାଁର କଲ୍ୟାଣ କୁମାର ପଣ୍ତା କସିଦା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଘରେ ଏକ କୋଚିଂ ସେଣ୍ଟର ଖୋଲି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ପାଠ ପଢାନ୍ତି ।


ଦୀର୍ଘଦିନ ହେଲା କୋଚିଂ ସେଣ୍ଟରରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ଘରେ ନଜଣାଇବାକୁ ଗୀତା ଛୁଇଁ ଶପଥ ପାଠ କରାଉଥିଲେ ଶିକ୍ଷକ । ପୂର୍ବରୁ ରସିକିଆ ଶିକ୍ଷକ ଜଣକ ଧରାପଡିଥିଲେ । ଛାତ୍ରୀ ଓ ଅଭିଭାବକଙ୍କୁ ଅନୁରୋଧ କରି କାହାକୁ ନକହିବାକୁ କହିଥିଲେ। ପୁଣିଥରେ ଅଭିଯୋଗ ଆସିବା ପରେ ଶିକ୍ଷକଙ୍କୁ ଘେରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ଅଭିଭାବକ ଓ ଗ୍ରାମବସୀଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ଦିଆଯାଇନାହିଁ । ସେପଟ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିକ୍ଷକ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...