AFFILIATE MARKETING

https://binomo.com?a=90810425bb57&t=0

Wednesday, June 21, 2023

ଆଜି ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା

ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ରଥ, ପଥ, ଭକ୍ତ ସମସ୍ତେ ଅପେକ୍ଷା କରିଛନ୍ତି ଶ୍ରୀଜିଉଙ୍କୁ---


ପୁରୀ  : ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଅଣସର ଘରୁ ବାହାରି ଭଉଣୀ ଭାଇଙ୍କୁ ଧରି ଶୋଭାଯାତ୍ରା କରିବେ। ବାହାରେ ଲକ୍ଷ ଲକ୍ଷ ଭକ୍ତ ଭଗବାନଙ୍କୁ ପାଖରେ ଦେଖିବେ ବୋଲି ଅନେଇ ବସିଛନ୍ତି। ଆଜି ଆଷାଢ଼ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରେ ବଡ଼ଦାଣ୍ଡରେ ଭଗବାନ-ଭକ୍ତ-ରଥ-ପଥର ମହାମିଳନ ପର୍ବ ଅନୁଷ୍ଠିତ ହେବ। ସେଥିପାଇଁ ଏହି ରଥଯାତ୍ରାକୁ ଭକ୍ତ ଓ ଭଗବାନଙ୍କ ମିଳନ ପର୍ବ କୁହାଯାଏ। ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମହାପ୍ରଭୁଙ୍କ ୯ ଦିନିଆ ରଥଯାତ୍ରା ପାଇଁ ରଥ-ପଥ ଓ ଭକ୍ତ ପ୍ରସ୍ତୁତ ଅଛନ୍ତି ।

ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ପୂର୍ବରୁ ସୋମବାର ଅପରାହ୍ଣରେ ଶ୍ରୀଜିଉଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଉତ୍ତରମୋଡ଼ ପୂର୍ବକ ସିଂହଦ୍ବାରରେ ବିଜେ କରାଯାଇଛି। ମହାପ୍ରଭୁଙ୍କ ସ୍ବାଗତ ପାଇଁ ଅପେକ୍ଷାରେ ରହିଛନ୍ତି ରଥ-ପଥ-ଭକ୍ତ। ଶ୍ରୀଜିଉଙ୍କୁ ସ୍ବାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସିଂହଦ୍ବାରକୁ ଝୋଟିରେ ପୂର୍ଣ୍ଣ ସଜ୍ଜିତ କରାଯାଇଥିବାବେଳେ ଶ୍ରୀମନ୍ଦିର ଓ ସିଂହଦ୍ବାରକୁ ଫୁଲ ଓ ଆଲୋକମାଳାରେ ସଜାଯାଇଛି।

ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ- ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ହୋଇଥିବ। ୭ଟା ୧୦ରେ ସୂର୍ଯ୍ୟ ପୂଜା ହେବା ପରେ ସାଢ଼େ ୭ଟାରେ ଦ୍ୱାରପାଳ ପୂଜା ହେବ। ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଳଭ ବା ଖେଚୁଡ଼ି ଭୋଗ ଲାଗି ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା ଓ ସାଢ଼େ ୯ଟାରୁ ଆରମ୍ଭ ହେବ ପହଣ୍ଡି। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ସଂପନ୍ନ ହେବ। ଠିକ୍ ୪ଟାରେ ରଥ ଟଣା ପାଇଁ ସମୟ ସ୍ଥିର ହୋଇଛି।

ଜଗାର ଘୋଷଯାତ୍ରା ଦେଖିବା ପାଇଁ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ଆସିଛନ୍ତି । କେବଳ ଦେଶ ନୁହେଁ ବିଦେଶରୁ ମଧ୍ୟ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେବାକୁ ଧାଇଁ ଆସିଛନ୍ତି ଶହ ଶହ ଭକ୍ତ । ଆଉ ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଟ୍ରାଫିକ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ଭିଡକୁ ନିୟନ୍ତ୍ରଣ କରି ଶୃଙ୍ଖଳିତ ଦର୍ଶନ ସହ ସୁଚାରୁ ଭାବେ ରଥଯାତ୍ରା ସଂପନ୍ନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସମସ୍ତ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଡିଜିପି ସୁନୀଲ କୁମାର ବଂଶଲ ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...