AFFILIATE MARKETING

https://binomo.com?a=90810425bb57&t=0

Sunday, June 4, 2023

ପ୍ରଧାନମନ୍ତ୍ରୀ ହେଲେ ଭାବପ୍ରବଣ :

 ପ୍ରଧାନମନ୍ତ୍ରୀ ହେଲେ ଭାବପ୍ରବଣ : ଲୋକଙ୍କ ସେବାକୁ ନମସ୍କାର କଲେ




 ଓଡ଼ିଶାରେ ଘଟିଯାଇଥିବା ଭୟଙ୍କର ରେଳ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାହାନଗା ଦୁର୍ଘଟଣାସ୍ଥଳରେ ପହିଞ୍ଚିଛନ୍ତି । ଦୁର୍ଘଟଣାସ୍ଥଳର ସ୍ଥିତି ପରଖିବା ପରେ ସେଠାରୁ ସିଧା ବାଲେଶ୍ୱର ଜିଲ୍ଲା ମୁଖ୍ୟ ମେଡିକାଲ ପରିଦର୍ଶନ କରିଥିଲେ । ସେଠାରେ ରୋଗୀମାନଙ୍କୁ ଭେଟି ତାଙ୍କର ଚିକିତ୍ସା ବିଷୟରେ ପଚାରି ବୁଝିଥିଲେ ।

ପରେ ସାମ୍ବାଦିକମାନଙ୍କୁ ସାକ୍ଷାତକାର ଦେଇ ଏହି ଦୁର୍ଘଟଣା ପାଇଁ ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଦୁର୍ଘଟଣାରେ ଯେଉଁମାନଙ୍କୁ ଆମେ ହରାଇଛୁ ଆଉ ସେମାନଙ୍କୁ ପାଇ ପାରିବା ନାହିଁ । ସରକାରଙ୍କ ପାଇଁ ଏହି ଘଟଣା ଗମ୍ଭୀର ତଥା ସମ୍ବେଦନଶୀଳ ବୋଲି ମୋଦୀ ଭାବପ୍ରବଣତାର ସହ କହୁଥିବାର ଦେଖାଯାଇଥିଲା । ଓଡ଼ିଶା ସରକାର ପାଖରେ ଯେତିକି ବ୍ୟବସ୍ଥା ଥିଲା, ତାହାରି ମାଧ୍ୟମରେ ଉଦ୍ଧାର କାର୍ଯ୍ୟ କରିଛନ୍ତି।


ପ୍ରଶାସନିକ ଅଧିକାରୀଙ୍କ ସହିତ କଥା ହୋଇଛି। ସେମାନେ ସଂକଟ ସମୟରେ ବହୁ ପରିଶ୍ରମ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସଂକଟ ସମୟରେ ସାଧାରଣ ଜନତା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଯୁବବର୍ଗ ଓ ଏଠାକାର ନାଗରିକ ରାତିସାରା କାର୍ଯ୍ୟ କରି ସହଯୋଗ କରିଛନ୍ତି ବୋଲି କହିଥିଲେ ମୋଦୀ । ଦୁର୍ଘଟଣା ସମ୍ପର୍କରେ କହିବାକୁ ମୋ ପାଖରେ ଶବ୍ଦ ନାହିଁ, ସମସ୍ତଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ମୋଦୀ ।


ବାହାନଗାରେ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା ଆମକୁ ବଡ଼ ଶିକ୍ଷା ଦେଇଛି। ନାଗରିକ ଜୀବନକୁ କେମିତି ସୁରକ୍ଷା ଦେଇପାରିବ, ସେଦିଗରେ ଆମକୁ କାମ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଦୁର୍ଘଟଣା, ଉଦ୍ଧାର ଓ ଚିକିତ୍ସା ନେଇ ସମୀକ୍ଷା କରିବା ସହ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ ।


କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ମଧ୍ୟ ପଚାରି ବୁଝିଥିଲେ । ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀ ଚାଲିଥିବା ରିଲିଫ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେ ସ୍ଥାନୀୟ କର୍ତ୍ତୃପକ୍ଷ, ବିପର୍ଯ୍ୟୟ ପ୍ରଶମନ ବାହିନୀର କର୍ମଚାରୀ ଏବଂ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଉକ୍ତ ସ୍ଥାନରୁ କ୍ୟାବିନେଟ ସଚିବ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବା ସହ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...