AFFILIATE MARKETING

https://binomo.com?a=90810425bb57&t=0

Monday, June 26, 2023

ଦିଗପହଣ୍ଡି : ଦୁଇ ବସ ମୁହାଁମୁହିଁ, ୧୨ ମୃତ

 ଦିଗପହଣ୍ଡି : ଦୁଇ ବସ ମୁହାଁମୁହିଁ, ୧୨ ମୃତ



ବ୍ରହ୍ମପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଚାଲିଗଲା ୧୨ଜଣଙ୍କ ଜୀବନ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ । ଆହୁରି ଛଅ ଜଣଙ୍କୁ ଆହତ ଅବସ୍ଥା ରେ ବ୍ରହ୍ମପୁର ଏମ କେ ସି ଜି କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଧାନାନ୍ତର କରାଯାଇଛି ।


ମୃତକଙ୍କ ମଧ୍ୟରେ ୭ ଜଣ ଗୋଟିଏ ପରିବାର ଓ ସମ୍ପର୍କୀୟ ଥିବା ଜଣାଯାଇଛି । ସମସ୍ତେ ଏକ ବିବାହ ପାର୍ଟିରେ ଯୋଗ ଦେଇ ଏକ ଘରୋଇ ବସରେ ଫେରୁଥିଲେ । ପାଟପୁର ଥାନା ଖଣ୍ଡ ଦେଉଳି ଗାଁ ର ଏକ ପରିବାର ର ଝିଅ ବାହାଘର ପରେ ବ୍ରହ୍ମପୁର ରେ ଝିଅ ଛାଡିବା ପାଇଁ ଏକ ମିନି ବସ ରେ ଯାଇ ଫେରୁଥିଲେ ।


ଝିଅ ଛାଡି ଭୋଜି ଖାଇ ରାତିରେ ଖଣ୍ଡ ଦେଉଳି ଫେରୁଥିବା ବେଳେ ସାଢେ ବାର ଟା ବେଳେ ରାୟଗଡା ଜିଲ୍ଲା ଗୁଡାରି ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା OSRTC ବସ ମୁହାଁମୁହିଁ ଧକ୍କା ଦେଇଥିଲା ମିନି ବସ କୁ । ଦୁର୍ଘଟଣା ଖବର ପାଇ 108 ଆମ୍ବୁଲାନ୍ସ ଓ ଦିଗପହଣ୍ଡି, ସାନ ଖେମୁଣ୍ଡି ଦମକଳ ବାହିନୀ ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲେ ।


ଭୟଙ୍କର ଦୁର୍ଘଟଣା ରେ ମିନି ବସ ଟି ରାସ୍ତା ଉପରେ ବହୁ ଦୁରକୁ ଛିଟିକି ପଡିଥିଲା-ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛନ୍ତି । ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଏସପି, ବ୍ରହ୍ମପୁର ଉପ ଜିଲ୍ଲାପାଳ ଏମକେସିଜି ମେଡିକାଲରେ ପହଞ୍ଚି ଆହତ ମାନଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।


ଦୁର୍ଘଟଣାରେ ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ଅବସ୍ଥାରେ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆହତଙ୍କ ଅବସ୍ଥା ସ୍ଥିର ରହିଛି । ଆହତ ଯାତ୍ରୀ ମାନେ କିଭଳି ସମସ୍ତ ପ୍ରକାରର ସୁବିଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି।


ମୃତ୍ୟୁ ବରଣ କରିଥିବା ସମସ୍ତ ଯାତ୍ରୀଙ୍କ ତୁରନ୍ତ ମୃତଦେହକୁ ବ୍ୟବଚ୍ଛେଦ କରାଯିବ ସେ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ରାଶି ଦେବା ପାଇଁ ଘୋଷଣା କରାଯାଇଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...