AFFILIATE MARKETING

https://binomo.com?a=90810425bb57&t=0

Friday, June 23, 2023

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ, ଆଜି ଆଡ଼ପ ମଣ୍ଡପ ବିଜେ

 ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ, ଆଜି ଆଡ଼ପ ମଣ୍ଡପ ବିଜେ




ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଁଞ୍ଚିଛନ୍ତି ତିନିରଥ। ମଙ୍ଗଳବାର ଶ୍ରୀ ଜୀଉମାନଙ୍କ ରଥଯାତ୍ରା ଅାରମ୍ଭ ହୋଇଥିଲା। ରାତି ହେବାରୁ ନନ୍ଦିଘୋଷ ଓ ଦର୍ପଦଳନ ରଥ ରାସ୍ତାରେ ଅଟକିଥିଲେ। ବୁଧବାର ଏହି ଦୁଇ ରଥକୁ ଟଣାଯାଇ ଶରଧାବାଲି ନିଆଯାଇଛି। ରଥ ଉପରେ ବସି ପ୍ରିୟ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ସେଠାରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି। ଭାବ ଓ ଭକ୍ତିରେ ଉଛୁଳି ଉଠୁଛି ଶରଧାବାଲି। ଗୁରୁବାର ଆଡପ ମଣ୍ଡପରେ ବିଜେ କରିବେ ଦାରୁବ୍ରହ୍ମ। ରଥରେ ସନ୍ଧ୍ୟା ଆଳତି ପରେ ମହାପ୍ରଭୁଙ୍କୁ ପହଣ୍ଡି କରାଯିବ। ରାତି ୧୨ଟା ସୁଦ୍ଧା ବଡଠାକୁର ଶ୍ରୀବଳଭଦ୍ର, କାଳିଆ ଠାକୁର ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନ ଜନ୍ମବେଦୀରେ ଅଧିଷ୍ଠିତ ହେବେ। ଏହାପରେ ଶ୍ରୀ ମଦନ ମୋହନ ଏବଂ ରାମକୃଷ୍ଣଙ୍କୁ ସେଠାରେ ବିଜେ କରାଯିବ। ପହଣ୍ଡି ଶେଷ ହେବା ପରେ ଦଇତାପତିମାନେ ଶ୍ରୀଜୀଉଙ୍କ ରୁନ୍ଧାନୀତି ସମ୍ପର୍ଣ୍ଣ କରିବେ। ଶୁକ୍ରବାରଠାରୁ ଶ୍ରୀଜୀଉଙ୍କୁ ଅନ୍ନବ୍ୟଞ୍ଜନ (ଆଡ଼ପ ଅଭଡା) ଅର୍ପଣ କରାଯିବା ସହ ଶ୍ରୀମନ୍ଦିର ପରି ସେଠାରେ ଅନ୍ୟାନ୍ୟ ନୀତିକାନ୍ତି କରାଯିବ। ଭାଇ ଭଉଣୀଙ୍କ ସହ ଘୋଷଯାତ୍ରାରେ ଯାଇ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଁଞ୍ଚିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ତାଳଧ୍ୱଜରେ ଶ୍ରୀବଳଭଦ୍ର, ନନ୍ଦିଘୋଷରେ ଶ୍ରୀଜଗନ୍ନାଥ ଏବଂ ଦର୍ପଦଳନ ରଥରେ ଦେବୀ ସୁଭଦ୍ରା ବିଜେ କରିଛନ୍ତି। ତିନି ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପ ଦାରୁବ୍ରହ୍ମଙ୍କ ଜନ୍ମବେଦୀ ଭାବେ ପରିଚିତ। ମହାପ୍ରଭୁ ରଥରୁ ସେଠାକୁ ବିଜେ କରିବା ପରେ ଆଡପ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ବହୁଗୁଣରେ ବୃଦ୍ଧି ପାଇବ। ଶ୍ରୀଚୈତନ୍ୟଙ୍କ ଅନୁଗାମୀମାନେ ସଂକୀର୍ତ୍ତନ ପରିବେଷଣ କରୁଛନ୍ତି। ଶରଧାବାଲି ଏବଂ ବଡଦାଣ୍ଡର ଆଧ୍ୟାତ୍ମିକ ପରିବେଶ ଦ୍ୱିଗୁଣିତ ହୋଇଛି। କାଳିଆ ଡୋରି ଲାଗିଥିବାରୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଛି।


ଆଗାମୀ ୨୪ ତାରିଖ ଶନିବାର ହେରାପଞ୍ଚମୀ, ୨୫ ତାରିଖ ରବିବାର ରଥ ଦକ୍ଷିଣ ମୋଡ ଏବଂ ୨୭ ତାରିଖ ମଙ୍ଗଳବାର ନବମୀ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ୨୮ ତାରିଖ ବୁଧବାର ବାହୁଡା ବିଜେ କରିବେ ଶ୍ରୀଜୀଉ। ୨୯ ତାରିଖ ଗୁରୁବାର ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥ ଉପରେ ତିନିଠାକୁରଙ୍କୁ ସୁନାବେଶ କରାଯିବ। ୩୦ ତାରିଖରେ ଅଧରପଣା ଭୋଗ କରାଯିବ। ନବଦିନାତ୍ମକ ଘୋଷଯାତ୍ରା ଶେଷକରି ଜୁଲାଇ ୧ ତାରିଖ (ଶନିବାର) ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବାହୁଡିବେ ଚତ୍ରୁର୍ଦ୍ଧାବିଗ୍ରହ। ଏହାକୁ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ କୁହାଯାଏ। ଭକ୍ତଙ୍କ ମେଳରେ ଶ୍ରୀଜୀଉ ବଡଦାଣ୍ଡରେ ଘୋଷଯାତ୍ରା କରୁଥିବାରୁ ଦେଶ ବିଦେଶର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଉତ୍ସବ ମୁଖର ହୋଇଛି ସମଗ୍ର ଶ୍ରୀକ୍ଷେତ୍ର।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...