AFFILIATE MARKETING

https://binomo.com?a=90810425bb57&t=0

Friday, June 30, 2023

ଲାଇନ୍ ଥିଲେ ବି ଅନ୍ଧାର, ନ ଥିଲେ ବି ଅନ୍ଧାର: ଛାତ୍ରୀ ନିବାସରେ ପ୍ରତିକୂଳ ପରିବେଶରେ ଛାତ୍ରୀ

 ଲାଇନ୍ ଥିଲେ ବି ଅନ୍ଧାର, ନ ଥିଲେ ବି ଅନ୍ଧାର: ଛାତ୍ରୀ ନିବାସରେ ପ୍ରତିକୂଳ ପରିବେଶରେ ଛାତ୍ରୀ




ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ଭିତରେ ରହିଛି ଏକ ମାତ୍ର ମହାବିଦ୍ୟାଳୟ, ଯାହା ୧୯୮୧ ମସିହାରୁ ସ୍ଥାପିତ ହୋଇଛି। ଏହି ମହାବିଦ୍ୟାଳୟରେ ଆଖପାଖ ଅଞ୍ଚଳର ଅନେକ ଛାତ୍ର ଛାତ୍ରୀ ତାଙ୍କର ଭବିଷ୍ୟତ ଗଢ଼ିଛନ୍ତି। ପ୍ରଥମେ ଏଠାରେ କେବଳ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଥିଲା। କିନ୍ତୁ ଏବେ ଯୁକ୍ତ ତିନି କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗ ମଧ୍ୟ ଖୋଲି ସାରିଛି। ତେଣୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି।


ଏଠାରେ ଛାତ୍ରୀ ମାନେ ସୁରକ୍ଷିତ ଭାବରେ ରହି ଉଚ୍ଚ ଶିକ୍ଷା ଲାଭ କରି ପାରିବେ ବୋଲି ଦୁଇଟି ଛାତ୍ରୀ ନିବାସ ରହିଛି। ଏହି ଦୁଇ ଛାତ୍ରୀ ନିବାସର ବର୍ତ୍ତମାନ ୧୨୨ ଜଣ ଛାତ୍ରୀ ରହିଛନ୍ତି। କିନ୍ତୁ ଦୀର୍ଘ ଦୁଇ ବର୍ଷ ହେଲା ନୂତନ ଛାତ୍ରୀ ନିବାସରେ ଥିବା ଇନଭର୍ଟର ଅଚଳ ହୋଇ ପଡ଼ିଛି। ଲାଇନ୍ ଚାଲିଗଲେ ଅନ୍ଧାରରେ ଶୋଉଛନ୍ତି ଛାତ୍ରୀ ମାନେ। ସାମାନ୍ୟ ବର୍ଷାରେ ଅଣ୍ଠୁଏ ପାଣି ଜମୁଛି ଛାତ୍ରୀ ନିବାସ ସମ୍ମୁଖରେ। ଟିକିଏ ବର୍ଷା ଅଧିକ ହେଲେ ଆଣ୍ଠୁଏ ପାଣିରେ ପିଲା ମାନେ କ୍ୟାଣ୍ଟିନକୁ ଖାଇବା ପାଇଁ ଯାଇଥାନ୍ତି। ଏପରିକି ବାହାରେ ଲାଗିଥିବା ଷ୍ଟ୍ରୀଟ୍ ଲାଇଟ୍ ଗୁଡ଼ିକ ବନ୍ଦ ହୋଇ ପଡ଼ି ରହିଥିବାରୁ ଛାତ୍ରୀ ମାନେ ଲାଇନ୍ ଥିବା ସତ୍ତ୍ଵେ ଅନ୍ଧାରରେ ଯିବା ଆସିବା କରୁଛନ୍ତି। ପୁରୁଣା ଛାତ୍ରୀ ନିବାସର ଦୁଇଟି କୋଠରୀରେ ପାଣି ଝରୁଛି। ଏହାର ମରାମତି କରାଯାଇ ସୁବ୍ୟବସ୍ଥା ନ କରିବାରୁ ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏ ନେଇ ଏନଏସିକୁ ଲିଖିତ ଭାବେ ମଧ୍ୟ ପତ୍ର ସଂଖ୍ୟା ୩୭୮/ତା ୬/୨୩ ମାଧ୍ୟମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନ ଜଣାଇ ସାରିଛନ୍ତି। ହେଲେ ଏ ଯାଏଁ ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନ ଥିବା ଜଣାପଡ଼ିଛି। ତେବେ ଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ତଥା ତାଙ୍କର ଶିକ୍ଷାକୁ ଦୃଷ୍ଟିରେ ରଖି ଏନଏସି କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରି ବିହିତ ବ୍ୟବସ୍ଥା କରିବା ପାଇଁ ଅଭିଭାବକ ମାନେ ଦାବି ଜଣାଇଛନ୍ତି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...