AFFILIATE MARKETING

https://binomo.com?a=90810425bb57&t=0

Thursday, June 22, 2023

ଯୋଗ ଦିବସରେ ମୋଦିଙ୍କ ସମ୍ଵୋଧନ

ଯୋଗ ଦିବସରେ ମୋଦିଙ୍କ ସମ୍ଵୋଧନ: ବିଶ୍ବରେ କୋଟି କୋଟି ଜନତା ଯୋଗ କରୁଛନ୍ତି

ନୂଆଦିଲ୍ଲୀ:  ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ସମଗ୍ର ବିଶ୍ଵକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ଵୋଧନ। ସେ କହିଛନ୍ତି, ଯୋଗ ବୈଶ୍ବିକ ଆନ୍ଦୋଳନ ହୋଇସାରିଛି। ଭାରତର ଆହ୍ବାନରେ ୧୮୦ରୁ ଅଧିକ ଦେଶ ଏକତ୍ର ହେବା ସ୍ମରଣୀୟ ଘଟଣା। ୨୦୧୪ରେ ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ‘ଯୋଗ ଦିବସ’ ପ୍ରସ୍ତାବ ପଡ଼ିଥିଲା, ଏହାକୁ ରେକର୍ଡ ସଂଖ୍ୟକ ଦେଶ ସମର୍ଥନ କରିଥିଲେ।

ଉଲ୍ଲେଖଯୋଗ୍ୟ, ୯ମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘ ମୁଖ୍ୟାଳୟରେ ହେବାକୁ ଥିବା ଯୋଗ କାର୍ଯ୍ୟକ୍ରମରେ ନେତୃତ୍ବ ନେବେ। ଏଥିରେ ଜାତିସଂଘର ବହୁ ପଦସ୍ଥ ଅଧିକାରୀ ଏବଂ ସମଗ୍ର ବିଶ୍ବର ରାଷ୍ଟ୍ରଦୂତ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଅଂଶ ଗ୍ରହଣ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ବସୁଧୈବ କୁଟୁମ୍ବକମ୍‌’ ଭାବଧାରାରେ ଆଜି ସମଗ୍ର ବିଶ୍ବରେ କୋଟି କୋଟି ଜନତା ଯୋଗ କରୁଛନ୍ତି। ତେଣୁ, ଆନ୍ତର୍ଜାତିକ ଯୋଗ ଦିବସ ମାଧ୍ୟମରେ ଯୋଗ ବୈଶ୍ବିକ ଆନ୍ଦୋଳନରେ ପରିଣତ ହୋଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...