AFFILIATE MARKETING

https://binomo.com?a=90810425bb57&t=0

Thursday, June 1, 2023

ପୋଲିସ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗରେ ଯୁବତୀ ଗିରଫ

ପୋଲିସ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗରେ ଯୁବତୀ ଗିରଫ,



ରାଇରଙ୍ଗପୁର - ରାଇରଙ୍ଗପୁର ଆଦର୍ଶ ଟାଉନ ଥାନା କୁଚେଇବୁଢ଼ୀ ଗ୍ରାମର ଯୁବତୀ ନିଜକୁ ପୋଲିସ ଅଫିସର ପରିଚୟ ଦେଇ ଅଞ୍ଚଳରେ ମୋଟା ଅର୍ଥ ଆଦାୟ କରୁଥିଲା । ଗତ ରାତ୍ରିରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବାଦଡା ଗ୍ରାମର କିଛି ଯୁବକ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ଅଟକାଇ ମୋଟା ଅଙ୍କରେ ଚାନ୍ଦା ମାଗୁ ଥିଲା। ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଯୁବତୀ ଜଣକ ପୋଲିସ ଚାକିରୀ ନ କରି ପୋଲିସ ପୋଷାକ ପିନ୍ଧି ଏପରି ଅନ୍ୟାୟ କାମ କରିବା ଓ ଯୁବତୀ ଜଣଙ୍କ ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପରିବା ବିକ୍ରି କରୁଥିବା କୁଚେଇବୁଢ଼ୀ ବସ୍ତିର ପାର୍ବତୀ ଓରଫ ପ୍ରତିଭା ମହାନ୍ତ ବୋଲି ଜାଣିପାରି ଥାନାରେ ଏତଲା ଦେଇଥିଲେ। ପୋଲିସ ତୁରନ୍ତ ପଦକ୍ଷେପ ନେଇ ଯୁବତୀକୁ ଗିରଫ କରିବା ସଙ୍ଗେ ସଙ୍ଗେ ପୋଲିସ ପୋଷାକ ଓ ବ୍ୟବହାର କରୁଥିବା ଦୁଇ ଚକିଆ ଯାନ ଜବତ କରି ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରିଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...