AFFILIATE MARKETING

https://binomo.com?a=90810425bb57&t=0

Tuesday, June 13, 2023

ସିକନ୍ଦରାବାଦ୍ - ଅଗରତାଲା ଏକ୍ସପ୍ରେସ ରେ ନିଆଁ

 ସିକନ୍ଦରାବାଦ୍ - ଅଗରତାଲା ଏକ୍ସପ୍ରେସ ରେ ନିଆଁ 



ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଲୋକଙ୍କ ମନରୁ ଲିଭିନଥିଲା ବେଳେ ଆଜି ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ନିଆଁ ଲାଗିଯାଇଛି। ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ। ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। 

ଆଜି ଟ୍ରେନଟି ସିକନ୍ଦରବାଦରୁ ତ୍ରିପୁରାର ଅଗରତାଲାକୁ ଯାଉଥିଲା। ବ୍ରହ୍ମପୁର ଷ୍ଟେସନରେ ଟ୍ରେନଟି ଅଟକି ଥିବାବେଳେ ଏସି ବଗିରେ ଧୂଆଁ ବାହାରୁଥିବା ଯାତ୍ରୀମାନେ ଦେଖିଥିଲେ। ପରେ ସମସ୍ତ ଯାତ୍ରୀ ଟ୍ରେନରୁ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ।  ରେଳ ବିଭାଗ ପକ୍ଷରୁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ଧୂଆଁକୁ ନିର୍ବାପିତ କରାଯାଇଥିଲେ ବି ସେହି ବଗିରେ ଯାତ୍ରୀମାନେ ଯିବାକୁ ଅମଙ୍ଗ ହୋଇଥିଲେ। ଏହାସହ ଯାତ୍ରୀମାନେ ବଗି ବଦଳାଇବା ପାଇଁ ଦାବି କରିଥିଲେ। ଏହି ବଗିରେ ଗଲାବେଳେ  ପୁଣି ଥରେ ଅଘଟଣ ଘଟିଲେ କ’ଣ କରିବେ ବୋଲି ଯାତ୍ରୀମାନେ ପ୍ରଶ୍ନ କରିଥିଲେ।  ବ୍ରହ୍ମପୁର ଷ୍ଟେସନରେ ଟ୍ରେନଟି ୪୫ ମିନିଟ୍ ରହଣି ପରେ ଛାଡ଼ିଥିଲା। 

କେଉଁ କାରଣ ପାଇଁ ଟ୍ରେନରେ ନିଆଁ ଲାଗି ଥିଲା ରେଳ ବିଭାଗ ସ୍ପଷ୍ଟ କରିଛି। ସର୍ଟ ସର୍କିଟରୁ ଧୂଆଁ ବାହାରିଥିବା ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ମାଇନର ଇଲେକ୍ଟ୍ରିକାଲ୍ ଇସ୍ୟୁ ଥିଲା, ଠିକ କରିଦିଆଯାଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...