AFFILIATE MARKETING

https://binomo.com?a=90810425bb57&t=0

Sunday, June 18, 2023

ଅନୁମାନର ୧୦ ବର୍ଷ ପୂର୍ବରୁ ତରଳି ଯିବ ଆର୍କଟିକ ବରଫ

 ଅନୁମାନର ୧୦ ବର୍ଷ ପୂର୍ବରୁ ତରଳି ଯିବ ଆର୍କଟିକ ବରଫ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ



-୨୦୪୦ ଦଶକରେ ଆର୍କଟିକ ମହାସାଗରରେ ସୃଷ୍ଟି ହୋଇଥିବା ବରଫ ସ୍ତର ତରଳି ଯାଇ ସମ୍ପୂର୍ଣ୍ଣ ଶେଷ ହୋଇଯିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଥିଲେ । ତେବେ ପୂର୍ବ ଆକଳନର ୧୦ ବର୍ଷ ପୂର୍ବରୁ ହିଁ ଅର୍ଥାତ ୨୦୩୦ ସୁଦ୍ଧା ଦ୍ରୁତଗତିରେ ତରଳୁଥିବା ଏହି ବରଫ ସମ୍ପୂର୍ଣ୍ଣ ଶେଷ ହୋଇଯିବ । କାର୍ବନ କାଢିବା ପାଇଁ ସମସ୍ତ ଚେଷ୍ଟା କରିବା ପରେ ମଧ୍ୟ ବରଫ ସ୍ତର କମିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।


୪୦ ବର୍ଷ ଧରି ବୈଜ୍ଞାନିକମାନେ ସାଟେଲାଇଟରୁ ସଂଗ୍ରହ କରିଥିବା ତଥ୍ୟକୁ ବିଶ୍ଲେଷଣ କରିଛନ୍ତି, ଯେଉଁଥିରେ ନର୍ଥ ପୋଲ ଚାରିପାଖରେ ଥିବା ବରଫ ହ୍ରାସ ପାଉଥିବା ଅଧ୍ୟୟନ କରିଛନ୍ତି । ଅଧ୍ୟୟନରୁ ପ୍ରକାଶ ପାଇଛି ଯେ, ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଆସନ୍ତା ୨୦୩୦ରୁ ୨୦୫୦ ମଧ୍ୟରେ କାର୍ବନ ନିର୍ଗମନ ହ୍ରାସ ପାଇବା ପରେ ମଧ୍ୟ କୌଣସି ଏକ ସେପ୍ଟେମ୍ବର ମାସରେ ଆର୍କଟିକ୍‌ରେ ଥିବା ସମସ୍ତ ବରଫ ଶେଷ ହୋଇଯିବ । ତେବେ ସେପ୍ଟେମ୍ବର ମାସରେ ହିଁ ବରଫ ସ୍ତର ସବୁଠାରୁ କମ ରହିଥାଏ ।


ଦକ୍ଷିଣ କୋରିଆର ପୋହାଙ୍ଗ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁନିଭର୍ସିଟିର ମିନି ସେଙ୍ଗଙ୍କ ନେତୃତ୍ୱରେ ଏହି ଅଧ୍ୟୟନର ରିପୋର୍ଟ ନେଚର କମ୍ୟୁନିକେସନ ପତ୍ରିକାରେ ପ୍ରକାଶ ପାଇଛି । ଅନୁସନ୍ଧାନକାରୀମାନେ ୧୯୭୯ରୁ ୨୦୧୯ ମଧ୍ୟରେ ପ୍ରତି ମାସରେ ଆର୍କଟିକର ବରଫ ଘନତାର ତଥ୍ୟ ଅଧ୍ୟୟନ କରିଛନ୍ତି । ଏହା ପରେ କମ୍ପ୍ୟୁଟର ସିମୁଲେସନ କରାଯାଇଥିଲା ଯେଉଁଥିରେ ଭବିଷ୍ୟତର ଆକଳନ କରାଯାଇଛି ।


ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକାରୀ କମିଟି ‘ଆଇପିସି’ ଦ୍ୱାରା ନିକଟରେ ପ୍ରକାଶିତ ରିପୋର୍ଟରେ ଫଳାଫଳ ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଏହି ଶତାବ୍ଦୀର ମଧ୍ୟ ଭାଗ ପୂର୍ବରୁ ଆର୍କଟିକରେ କୌଣସି ସେପ୍ଟେମ୍ବରରେ ବରଫ ଶେଷ ହେବ ନାହିଁ । ତେବେ ଗ୍ରୀନ ହାଉସର ଗ୍ୟାସ ନିର୍ଗମନ ପ୍ରକ୍ରିୟା ଉପରେ ବରଫ ଶେଷ ହେବା ନିର୍ଭର କରିବ ବୋଲି ଅଧ୍ୟୟନରେ କୁହାଯାଇଛି ।


ବତ୍ତର୍ମାନ ପୋହାଙ୍ଗ ୟୁନିଭର୍ସିଟିର ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ, ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ପ୍ରକ୍ରିୟା ଯେତେ ହ୍ରାସ ପାଇଲେ ମଧ୍ୟ, ପୂର୍ବ ଆକଳନ ଠାରୁ ୧୦ ବର୍ଷ ପୂର୍ବରୁ ହିଁ ଆର୍କଟିକରେ ଥିବା ସମସ୍ତ ବରଫ ଶେଷ ହୋଇଯିବ । ଅନୁସନ୍ଧାନରେ କୁହାଯାଇଛି ଯେ, ଏହାର ପ୍ରଭାବ ମାନବ ସମାଜ ଉପରେ ପଡ଼ିବ । ଏହା ସହିତ କୁହାଯାଇଛି ଯେ, ଗରମ ଶେଷ ସୁଦ୍ଧା ଆର୍କଟିକରେ ବରଫ ସମ୍ପୂର୍ଣ୍ଣ ଶେଷ ହୋଇଯିବ ଏଥିପାଇଁ ମଣିଷ ସମାଜ ପ୍ରସ୍ତୁତ ହେବା ଉଚିତ ।


ଜିଓଫିଜିକାଲ ରିସର୍ଚ୍ଚ ଲେଟରରେ ନିକଟରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁସାରେ, ଶେଷ ବରଫ କ୍ଷେତ୍ରର ପୂର୍ବ ଏବଂ ପଶ୍ଚିମ ଅଞ୍ଚଳରେ ବରଫ ପ୍ରକୃତିରେ ଆସୁଥିବା ପରିବର୍ତ୍ତନରେ ଭିନ୍ନତା ରହିଛି । ପ୍ରତ୍ୟେକ ବର୍ଷ ଉଭୟ କ୍ଷେତ୍ରରେ ବରଫର ଘନତା ବୃଦ୍ଧି ଏବଂ ହ୍ରାସରେ ଭିନ୍ନତା ଦେଖାଯାଇଛି । ଅନ୍ୟପଟେ ବରଫ ପ୍ରବାହରେ ମଧ୍ୟ ପାର୍ଥକ୍ୟ ରହିଛି । ଆର୍କଟିକରେ ବରଫ ତରଳିବାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖାଯିବ । ପ୍ରାୟ ୧.୨୦ ଲକ୍ଷ ବର୍ଷ ପୂର୍ବେ ଆର୍କଟିକ୍‌ରେ ବରଫ ଶେଷ ହୋଇଥିଲା । ପୋଲାର କ୍ଷେତ୍ରରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ତାପମାତ୍ରା ଯୋଗୁଁ ଏଭଳି ପରିସ୍ଥିତି ପୁଣି ସୃଷ୍ଟି ହୋଇପାରେ ।


ଏହି କାରଣରୁ ବ୍ରିଟେନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ଆମେରିକାରେ ମଧ୍ୟ ଅନେକ ସମୟରେ ଝଡ଼ ଆସିଥାଏ । ଯଦି ଆର୍କଟିକ୍‌ରେ ବରଫ ଶେଷ ହୁଏ ତେବେ ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଇବ ଏବଂ ପାଗରେ ମଧ୍ୟ ଅନେକ ପରିବର୍ତ୍ତନ ଆସିବ । ଗ୍ଲୋବାଲ ଓ୍ଵାର୍ମିଂ ସ୍ଥିତି ମଧ୍ୟ ଖରାପ ହେବ । ଆର୍କଟିକ ଅଞ୍ଚଳରେ ଆର୍କଟିକ ମହାସାଗର, କାନାଡାର କିଛି ଅଂଶ, ଗ୍ରୀନଲ୍ୟାଣ୍ଡ,ଋଷର କିଛି ଅଂଶ, ଆମେରିକାର ଆଲାସ୍କା, ଆଇଲ୍ୟାଣ୍ଡ, ନରେଓ୍ଵ, ସ୍ୱିଡେନ ଏବଂ ଫିନଲ୍ୟାଣ୍ଡ ରହିଛି । ଯଦି ବରଫ ଏଭଳି ମାତ୍ରାରେ ତରଳିବାରେ ଲାଗେ, ତେବେ ପୋଲାର ଅଞ୍ଚଳରେ ରହୁଥିବା ଭାଲୁ, ବାଘ, ପେଙ୍ଗୁଇନ ଏବଂ ସିଲ ପରି ପଶୁମାନେ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯିବେ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...