AFFILIATE MARKETING

https://binomo.com?a=90810425bb57&t=0

Wednesday, June 28, 2023

ପୂର୍ବତନ ଗୁଣୁପୁର ବିଧାୟକଙ୍କୁ ଆଜୀବନ କାରାଦଣ୍ଡ: ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ନେଇ ଥାନାରେ ହୋଇଥିଲା ଅଭିଯୋଗ

 ପୂର୍ବତନ ଗୁଣୁପୁର ବିଧାୟକଙ୍କୁ ଆଜୀବନ କାରାଦଣ୍ଡ: ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ନେଇ ଥାନାରେ ହୋଇଥିଲା ଅଭିଯୋଗ 


 


ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗଙ୍କୁ ମିଳିଛି ଆଜୀବନ କାରାଦଣ୍ଡାଦେଶ । ଆଜି ଭୁବନେଶ୍ୱର କୋର୍ଟରେ ହାଜର ହେବା ପରେ ଦଣ୍ଡବିଧାନ ଶୁଣାଇଛନ୍ତି କୋର୍ଟ । ଦଫା ୩୦୨ ଆଧାରରେ ଆଜୀବନ କାରାଦଣ୍ଡା ସହ ୫୦ହଜାର ଟଙ୍କାର ଜୋରିମାନା ଲଗାଯାଇଛି । ସେହିପରି ୨୦୧ ଦଫା ଆଧାରରେ ୩ ବର୍ଷ ଜେଲଦଣ୍ଡ ଓ ୧୦ହଜାର ଟଙ୍କା ଜୋରିମାନା ଲଗାଯାଇଛି । ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗ । ୧୯୯୫, ଅଗଷ୍ଟ ୨୯ ତାରିଖରେ ପତ୍ନୀ ଶଶୀରେଖା ଗମାଙ୍ଗଙ୍କ ମୃତଦେହ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନର ଶୌଚାଳୟରେ ପଡିଥିବା ନେଇ ରାମମୂର୍ତି ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ପରେ ତଦନ୍ତ ବେଳେ ଜଣାପଡିଥିଲା ଯେ ଶଶୀରେଖାଙ୍କୁ ସ୍ୱାମୀ ରାମମୂର୍ତି ହତ୍ୟା କରିଥିଲେ । ହତ୍ୟାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରିଥିଲେ ରାମମୂର୍ତି । ପତ୍ନୀ ସେତେବେଳେ ୧୫ରୁ ୧୬ ସପ୍ତାହ ଗର୍ଭବତୀ ଥିଲେ ବୋଲି ଜଣାପଡିଥିଲା ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...