AFFILIATE MARKETING

https://binomo.com?a=90810425bb57&t=0

Thursday, June 29, 2023

୭ଟି ବିରାଡ଼ିଙ୍କ ନାଁ’ରେ ୨.୪ କୋଟି ଟଙ୍କାର ଇଷ୍ଟେଟ୍‌;

 ୭ଟି ବିରାଡ଼ିଙ୍କ ନାଁ’ରେ ୨.୪ କୋଟି ଟଙ୍କାର ଇଷ୍ଟେଟ୍‌; ବିରାଡ଼ିଙ୍କୁ ପୋଷ୍ୟ କରିବାକୁ ଲୋକେ ଧରାପରା




 

ଟାମ୍ପା: ଗତ ନଭେମ୍ବର ମାସରେ ମୃତ୍ୟୁବରଣ କରିଥିବା ଫ୍ଲୋରିଡାର ଜଣେ ମହିଳା ତାଙ୍କର ୨.୪ କୋଟି ଟଙ୍କାର ଇଷ୍ଟେଟ୍‌କୁ ପାଳିଥିବା ୭ଟି ‘ପାରସ୍ୟ ବିରାଡ଼ି’ଙ୍କ (ଲମ୍ବା ଲୋମଥିବା ବିରାଡ଼ି) ନାଁରେ ‘ୱିଲ୍‌’ ବା ଇଚ୍ଛାପତ୍ର କରିଯାଇଛନ୍ତି।


‘ଟାମ୍ପା ବେ’ ଟାଇମ୍‌’ ରିପୋର୍ଟ ଅନୁସାରେ, ଫ୍ଲୋରିଡ଼ା ଅନ୍ତର୍ଗତ ଟାମ୍ପାର ବାସିନ୍ଦା ନାନ୍‌ସି ସେୟୁର୍‌ ନଭେମ୍ବର ୨୬ ତାରିଖରେ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। କିନ୍ତୁ, ବିରାଡ଼ିମାନେ ତାଙ୍କ ଇଷ୍ଟେଟ୍‌ରେ ରହିବେ ଓ ଇଷ୍ଟେଟ୍‌ରୁ ପ୍ରତ୍ୟେକ ସମାନ ଭାଗ ପାଇବେ ବୋଲି ସେ ଇଚ୍ଛାପତ୍ରରେ ଉଲ୍ଲେଖ କରିଯାଇଛନ୍ତି।


ସେୟୁର୍‌ଙ୍କ ସାଙ୍ଗ ୟାନା ଆଲ୍‌ବାନ୍‌ ‘ଟାମ୍ପା ବେ’ ଟାଇମ୍‌’କୁ କହିଛନ୍ତି ଯେ, ଇଚ୍ଛାପତ୍ର ଅନୁସାରେ, ସବୁଯାକ ବିରାଡ଼ିଙ୍କ ମୃତ୍ୟୁ ନ ହେବା ଯାଏ ସେ ଇଷ୍ଟେଟ୍‌କୁ ବିକ୍ରୟ କରାଯାଇ ପାରିବ ନାହିଁ। ବିରାଡ଼ିମାନଙ୍କୁ ପୃଥକ୍‌ କରିଦେଲେ ସେମାନେ ହନ୍ତସନ୍ତ ହୋଇ ମରିଯିବେ ବୋଲି ସେୟୁର୍‌ ଚିନ୍ତିତ ଥିଲେ।


‘ହ୍ୟୁମେନ୍‌ ସୋସାଇଟି ଅଫ୍‌ ଟାମ୍ପା ବେ’ର ଏକ୍ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ ସେରି ସିଲ୍‌କ୍‌ କହିଛନ୍ତି, ଏତେ ବଡ଼ ଘରେ ବିରାଡ଼ିମାନେ ଏକା ଏକା ରହିବା ଅନୁଚିତ। ତେଣୁ, ପ୍ରତିଦିନ ବିରାଡ଼ିମାନଙ୍କ ଦେଖାଶୁଣା ପାଇଁ ଜଣକୁ ରଖାଯାଇଛି। କିନ୍ତୁ, ସବୁବେଳେ ବିରାଡ଼ିମାନଙ୍କର ଦାୟିତ୍ବ ବହନ କରିବା ତାଙ୍କଦ୍ବାରା ସମ୍ଭବ ହେଉ ନ ଥିବାରୁ ଆମକୁ ଯିବାକୁ ପଡୁଛି।


ତେଣୁ, ଏ ସପ୍ତାହ ଶେଷଆଡ଼କୁ ସେ ବିରାଡ଼ିମାନଙ୍କୁ ପୋଷ୍ୟ କରିନେବା ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ପ୍ରତି ଜଣେ ଆଟର୍ଣ୍ଣି ଇଷ୍ଟେଟ୍‌ରେ ପ୍ରତି ବିରାଡ଼ିର ଭାଗ କେତେ ତାହା ସ୍ଥିର କରୁଛନ୍ତି।


ଦକ୍ଷିଣ ଟାମ୍ପାରେ ଥିବା ଏହି ବିଶାଳ ବାସଭବନରେ ‘ମିଡ୍‌ନାଇଟ୍‌’, ‘ସ୍ନୋବଲ୍‌’, ‌‘ଗୋଲ୍‌ଡ୍‌ପିଙ୍ଗର୍‌’, ‘ଲିଓ’, ‘ସ୍କୁଇକି’, ‘କ୍ଲିଓପାଟ୍ରା’ ଏବଂ ନେପୋଲିୟନ୍‌’ ନାମରେ ୭ଟି ବିରାଡ଼ି ରହୁଛନ୍ତି।


ସିଲ୍‌କ୍‌ ଆହୁରି ମଧ୍ୟ କହିଛନ୍ତି, ବିରାଡ଼ିମାନଙ୍କୁ ମାତ୍ର ୫ ବ‌ର୍ଷ ବସୟ। ଏହି ପ୍ରଜାତିର ବିରାଡ଼ିମାନଙ୍କୁ ପାଳିବା ବ୍ୟୟବହୁଳ ଓ କଷ୍ଟସାଧ୍ୟ। କିନ୍ତୁ, ପ୍ରତି ବିରାଡ଼ି ଇଷ୍ଟେଟ୍‌ରୁ ଯାହା ବାଣ୍ଟ ପାଇବେ ତାହା ସେମାନଙ୍କ ଖର୍ଚ୍ଚ ପାଇଁ ଯଥେଷ୍ଟରୁ ଅଧିକ ହେବ।


‌‘ସ୍ନୋବଲ୍‌’ର ହୃତ୍‌ପିଣ୍ଡ ସମସ୍ୟା ଥିବାରୁ ତା’ର ଚିକିତ୍ସକ ତାକୁ ପୋଷ୍ୟ କରିନେଇଛନ୍ତି। ଏହାଛଡ଼ା, ବାକି ୬ଟି ବିରାଡ଼ିକୁ ପୋଷ୍ୟ କରିନେବା ପାଇଁ ଏପର୍ଯ୍ୟନ୍ତ ପ୍ରାୟ ୧୫୬ଜଣ ଆବେଦନ କରିସାରିଲେଣି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...