AFFILIATE MARKETING

https://binomo.com?a=90810425bb57&t=0

Friday, June 23, 2023

ରାଇରଙ୍ଗପୁରରେ ରଥଯାତ୍ରା

ରାଇରଙ୍ଗପୁରରେ ରଥଯାତ୍ରା : ଗୁଣ୍ଡିଚା ଘରକୁ ଯିବା ବାଟରେ ଅଟକିଲେ ମହାପ୍ରଭୁ
ଦ୍ୱିତୀୟ ଦିନରେ ରଥ ଟାଣିବେ କେବଳ ମହିଳା

 
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପ୍ରଷିଦ୍ଧ ରଥଯାତ୍ରା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଭାଇଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଯାଉଥିବା ବେଳେ ଅଧା ବାଟରେ ଅଟକିଛନ୍ତି। ମୁଖ୍ୟ ପୂଜକଙ୍କ ଦ୍ବାରା ଠାକୁରଙ୍କ ରୀତିନୀତି, ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା ଏବଂ ଅନ୍ୟାନ୍ୟ ପୂଜା ସମ୍ପନ୍ନ ପରେ ସେବାୟତଙ୍କ ଦ୍ବାରା ଗୋଟି ପହଣ୍ଡିରେ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥାରୁଢ ହୋଇଥିଲେ। ଏକ ସୁସଜ୍ଜିତ ଘୋଡା ଗାଡ଼ିରେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଆସି ଛେରା ପହଁରା କରିଥିଲେ।  ସ୍ୱତନ୍ତ୍ର ଅତିଥି ଭାବେ ଜାମ୍ମୁ-କାଶ୍ମୀରର ଉପ-ମୁଖ୍ୟମନ୍ତ୍ରୀ କବିନ୍ଦ୍ର ଗୁପ୍ତା, କେନ୍ଦ୍ରମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଯୋଗଦେଇଥିଲେ।

ଡାହୁକ କୃଷ୍ଣବିହାରୀ ମହାନ୍ତିଙ୍କ ଡାକ ପରେ ଶ୍ରଦ୍ଧାଳୁ ରଥ ଟାଣିଥିଲେ। ହେଲେ ବାଟରେ ମହାପ୍ରଭୁ ଅଟକି ଯାଇଥିଲେ। ରଥଯାତ୍ରା କମିଟିରେ ଥିବା ଉପଜିଲ୍ଲାପାଳ ସରୋଜ କୁମାର ଦାସ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ନଗରପାଳ ଅଭିଷେକ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେହିପରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଡ଼ଃ. ଦିଗମ୍ବର ଗିରି, ସଚ୍ଚିକାନ୍ତ କର, ରଞ୍ଜନ କୁମାର ନନ୍ଦ, ତିମିର ରଞ୍ଜନ ପଣ୍ଡା, ପୁଷ୍ପାଞ୍ଜଳି ତ୍ରିପାଠୀ, ପୁଷ୍ପାଲତା ମହାନ୍ତି, ଲଳିତ ମହାନ୍ତ, ଭୀମ ଚରଣ ପାତ୍ର, ନିଗମାନନ୍ଦ ପଟ୍ଟନାୟକ, ବିଜୟ ରାମ ପ୍ରମୁଖ ଧାରା ବିବରଣୀ ଦେଇଥିଲେ। କାର୍ଯ୍ୟକ୍ରମ କଚେରୀ ପଡିଆ ବଦଳରେ ବ୍ଲକ ପଡ଼ିଆରେ ହେଉଥିବାରୁ ଭିଡ଼ ନିୟନ୍ତ୍ରଣ ହୋଇଥିଲା ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ତେବେ ରଥଯାତ୍ରା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ପୌରପରିଷଦ ଏବଂ ବିଭିନ୍ନ ସଂସ୍ଥା ପକ୍ଷରୁ ଅନ୍ନ ପ୍ରସାଦ, ଦହି ଓ ଲେମ୍ବୁ ସରବତ ବଣ୍ଟନ କରାଯାଇଥିଲା।

No comments:

COASTAL NEWS

ବିଳମ୍ବିତ ରାତିରେ ସହରରେ ପୋଲିସ ଏବଂ ସେନା କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ

ବିଳମ୍ବିତ ରାତିରେ ସହରରେ ପୋଲିସ ଏବଂ ସେନା କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ମୁଜାଫରପୁରରୁ ଆସୁଥିବା ଖବର ସମସ୍ତଙ୍କୁ ଚକିତ କରିଛି। ଗତକାଲି ବିଳମ୍ବିତ ରାତ...