AFFILIATE MARKETING

https://binomo.com?a=90810425bb57&t=0

Sunday, June 18, 2023

ବିଶ୍ୱର ରହସ୍ୟମୟ ଗାଁ

 ବିଶ୍ୱର ରହସ୍ୟମୟ ଗାଁ । ଏଠି ଜନ୍ମବେଳେ ସବୁ ଠିକ୍ କିନ୍ତୁ ପରେ ହୋଇଯାନ୍ତି ଦୃଷ୍ଟିହୀନ । କେବଳ ମଣିଷ ନୁହେଁ ପଶୁ ପକ୍ଷୀଙ୍କ କ୍ଷେତ୍ରରେ ବି ସମାନ ସ୍ଥିତି



 

-- ଦୁନିଆରେ ଅନେକ ରହସ୍ୟମୟ ଜିନିଷ ରହିଛି ଯାହା ସମ୍ପର୍କରେ ଆପଣ ଶୁଣିଥିବେ ନିଶ୍ଚୟ । ଯାହା ବିଷୟରେ ଶୁଣିଲେ ଆପଣଙ୍କୁ ହୁଏତ ସତ ନ ଲାଗିପାରେ ମାତ୍ର ଏହା ସତ୍ୟ । ଆଜି ବି ଦୁନିଆରେ ଏପରି ଅନେକ ସ୍ଥାନ ରହିଛି ଯାହା ରହସ୍ୟରେ ପରିପୂର୍ଣ୍ଣ । ଏହି ସ୍ଥାନ ଗୁଡିକରେ ରହିଛି ଅନେକ ସମାଧାନ ହୋଇନଥିବା ପ୍ରଶ୍ନ । ଯାହାର ରହସ୍ୟ ଆଜି ବି ବୈଜ୍ଞାନିକମାନଙ୍କୁ ଚକିତ କରୁଛି । ଏମିତି କିଛି ସ୍ଥାନର ରହସ୍ୟ ଯାହାକୁ ନେଇ ଆପଣମାନେ ନିଶ୍ଚୟ ଭାବିବେ ଏହା କିପରି ସମ୍ଭବ? ଆମ ବିଶ୍ୱରେ ଏମିତି ଏକ ଗାଁ ଯାହା ରହସ୍ୟଘେରରେ । ଏହି ଗାଁର ପ୍ରତ୍ୟେକ ମଣୀଷ, ପଶୁ ଏବଂ ପକ୍ଷୀ ଅନ୍ଧ । ଏହି ଗାଁକୁ ଦୃଷ୍ଟିହୀନ ଗାଁ ମଧ୍ୟ କୁହାଯାଏ । ଏହା ପଛର ଥିବା କାହାଣୀ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ତେବେ ଆସନ୍ତୁ ଜାଣିବା ଏହି ଗାଁ ବିଷୟରେ ..


ମେକ୍ସିକୋର ଘଞ୍ଚ ଜଙ୍ଗଲ ଭିତରେ ଏକ ଗାଁ ଯାହା ଅନ୍ୟକୁ ବିସ୍ମୟ ଜଡ଼ିତ କରିଦିଏ । ମେକ୍ସିକୋର ଟିଲଟେପକ୍ ଗ୍ରାମ ଯାହା ଦୃଷ୍ଟିହୀନ ଗାଁ ଭାବେ ବେଶ୍ ଜଣାଶୁଣା । ଏଠାରେ ବସବାସ କରୁଥିବା ପ୍ରତ୍ୟେକ ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ସମସ୍ତେ ଦୃଷ୍ଟିବାଧିତ । ଏହି ଗାଁରେ ‘ଜାପୋଟେକ’ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଗାଁରେ ପିଲାମାନେ ଭଲ ଭାବରେ ଜନ୍ମ ହୋଇଥାନ୍ତି ମାତ୍ର ଜନ୍ମର କିଛି ଦିନ ମଧ୍ୟରେ ସେମାନଙ୍କର ଦୃଷ୍ଟି ଶକ୍ତି ନଷ୍ଟ ହୋଇଯାଇଥାଏ । ଏହା ବିଶ୍ୱର ପ୍ରଥମ ଗାଁ ଯେଉଁଠି ମଣିଷଠାରୁ ପଶୁ ସମସ୍ତେ ଦୃଷ୍ଟିବାଧିତ । ଏହି ଗାଁରେ ବାସ କରୁଥିବା ଜନଜାତିର ଲୋକମାନେ ଅଭିଶାପିତ ବୃକ୍ଷକୁ ସେମାନଙ୍କର ଦୃଷ୍ଟିହୀନ ହେବାର କାରଣ ବୋଲି ବିବେଚନା କରନ୍ତି । ଗ୍ରାମରେ ବହୁବର୍ଷଧରି ରହିଥିବା ‘ଲାଭାଜୁଏଲା’ ନାମକ ଏକ ଗଛକୁ ଦେଖିଲା ପରେ ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ ହୋଇଯାଉଥିବା ବିଶ୍ୱାସ କରାଯାଏ । ବର୍ଷ ବର୍ଷ ଧରି ଗାଁରେ ଏହି ଗଛ ରହିଆସିଛି ।


ତେବେ ବିଶେଷଜ୍ଞମାନଙ୍କ କହିବା ଅନୁସାରେ , ଏହି ଗ୍ରାମରେ ଏକପ୍ରକାରର ବିଷାକ୍ତ ମାଛି ଦେଖିବାକୁ ମିଳେ । ଏହି ଗ୍ରାମରେ ଦେଖାଯାଉଥିବା ଏହି ବିଷାକ୍ତ ମାଛି କାମୁଡିବା ଦ୍ୱାରା ଲୋକମାନଙ୍କ ଦୃଷ୍ଟିଶକ୍ତି ଚାଲିଯାଏ । ମେକ୍ସିକୋ ସରକାର ଏ ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଚେଷ୍ଟା କରିଥିଲେ । ହେଲେ ସରକାର ବିଫଳ ହୋଇଥିଲେ । କାରଣ ଏଠାରେ ରହୁଥିବା ଜନଜାତି ମାନଙ୍କୁ ସରକାର ସ୍ଥାନାନ୍ତରିତ କରିଥିବା ଜଳବାୟୁ ସହ ଏହି ଜନଜାତିର ଲୋକେ ଖାପଖୁଆଇ ଚଳି ନପାରିବାରୁ ତାଙ୍କୁ ପୁଣିଥରେ ଆଣି ସେହିସ୍ଥାନରେ ଛାଡି ଦିଆଯାଇଥିଲା । ଏହି ଜନଜାତିର ଲୋକେ ଏବେ ନିଜେ ନିଜର ଯତ୍ନ ନେଉଛନ୍ତି । ତେବେ ଏହି ଲୋକମାନେ ସାଧାରଣ ଜୀବନଶୈଳୀଠାରୁ ଢେର ପଛରେ ରହିଛନ୍ତି । ଏହି ଗାଁରେ ପାଖାପାଖି ୭୦ଟି କୁଡିଆ ଘର ରହିଛି । ଯେଉଁଠି ପ୍ରାୟ ୩୦୦ ଲୋକ ବାସ କରନ୍ତି । ସବୁଠାରୁ ବଡ କଥା ହେଉଛି ଏଠାରେ କୌଣସି ଘରେ ଝରକା ନାହିଁ । ମାତ୍ର ବିଶ୍ୱାସ ଅଛି କି ଏହି ଗାଁରେ କିଛି ଲୋକଙ୍କ ଦୃଷ୍ଟି ଶକ୍ତି ଠିକ୍ ରହିଛି , ଯେଉଁ କାରଣରୁ ବାକି ଲୋକମାନେ ଏଠାରେ ରହିବାକୁ ସକ୍ଷମ ଅଟନ୍ତି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...