AFFILIATE MARKETING

https://binomo.com?a=90810425bb57&t=0

Saturday, June 24, 2023

ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

 ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ





ପୁରୀ :  ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ପଞ୍ଚମ ଦିନ। ଆଜି ହେରା ପଞ୍ଚମୀ। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥଯାତ୍ରାରେ ଆସିଥିବା ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ରାଗ ଜର୍ଜରିତ ହୋଇ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀ ବାହାରି ଗୁଣ୍ଡିଚା ମନ୍ଦିର ଆସିବେ। ସେଠାରେ ହେରା ପଞ୍ଚମୀ ନୀତି କରାଯିବ। ମାନବୀୟ ଲୀଳା ଭଳି ଏହି ନୀତିରେ ଦେଖିବାକୁ ମିଳେ ପତି ପତ୍ନୀ ଭିତରେ ମାନ ଅଭିମାନ ।


କାହିଁକି ଭାଇ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିର ଆସିଲେ ଓ ତାଙ୍କୁ ସାଙ୍ଗରେ ଆଣିଲେ ନାହିଁ ସେଇ ଅଭିମାନରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ରାଗ କରି ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଆସିବେ । ତେବେ ପ୍ରଭୁଙ୍କ ସାକ୍ଷାତ ନପାଇ ନନ୍ଦିଘୋଷ ରଥ ଭାଙ୍ଗି ପୁଣି ଶ୍ରୀମନ୍ଦିରକୁ ଫେରିଯିବେ। ଶ୍ରୀଜୀଉଙ୍କ ରଥଯାତ୍ରାରେ ହେରାପଞ୍ଚମୀ ହେଉଛି ଏକ ଅନନ୍ୟ ପରମ୍ପରା । ଏପଟେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ରୀତିନୀତି ଏବଂ ଦର୍ଶନ ଚାଲିଛି । ଆସନ୍ତାକାଲି ତିନି ରଥକୁ ଦକ୍ଷିଣ ମୋଡ ଦିଆଯିବ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...