AFFILIATE MARKETING

https://binomo.com?a=90810425bb57&t=0

Wednesday, June 21, 2023

ମଣିଷ ବିହୀନ ପୃଥିବୀ କଥା କଣ କଳ୍ପନା କରିହେବ ?

 ଯଦି ସବୁ ମଣିଷ ଗାୟବ ହୋଇ ଯାଆନ୍ତି ତେବେ ଏ ପୃଥିବୀର କଣ ହେବ 



ମଣିଷ ବିହୀନ ପୃଥିବୀ କଥା କଣ କଳ୍ପନା କରିହେବ ? ଅବଶ୍ୟ ବର୍ତ୍ତମାନ ପରିସ୍ଥିତିରେ ଏକଥା ଅନେକ ଲୋକଙ୍କ ମନକୁ ଆସୁଥିବ । କାରଣ ବିଭିନ୍ନ ସ୍ଥାନରେ ଘଟୁଥିବା ବିପର୍ଯ୍ୟୟ ଏବଂ ବିପଦ ଯୋଗୁଁ ପୃଥିବୀ ଧ୍ୱଂସ ହେବା ନେଇ ଭାବନା ଆସୁଛି । ପରମାଣୁ ଯୁଦ୍ଧ ହେଲେ, କୌଣସି ବଡ଼ ପ୍ରଳୟ ଆସିଲେ କିମ୍ବା କୋଭିଡ୍‌ ଭଳି ମହାମାରୀ ମଣିଷ ଜୀବନ ନେଲେ ପୃଥିବୀ ହୁଏତ ମନୁଷ୍ୟ ବିହୀନ ପାଲଟିଯିବ । ତେବେ ଆମେ ମାଳିକା କିମ୍ବା ନଷ୍ଟ୍ରାଡମସ୍‌ଙ୍କ ଭବିଷ୍ୟବାଣୀ ବିଷୟରେ କହୁ ନାହୁଁ । ଆମେ କହୁଛୁ ବୈଜ୍ଞାନିକଙ୍କ କଳ୍ପନାର କଥା । ପୃଥିବୀରେ ସବୁଥାଇ କେବଳ ମଣିଷ ନଥିବ । ଅଚାନକ ଗାୟବ ହୋଇଯିବ ଏବଂ ବର୍ଷେ କି ଦୁଇ ବର୍ଷ ପରେ ପୁଣି ପୃଥିବୀକୁ ଫେରିବ ତେବେ କଣ ଥିବ ଏଇ ପୃଥିବୀର ସ୍ଥିତି । ସେ ସମ୍ପର୍କରେ ଆମେରିକାର ଇଓ୍ଵବା ଷ୍ଟେଟ୍‌ ୟୁନିଭରସିଟିର ଆସିଷ୍ଟାଣ୍ଟ ପ୍ରଫେସର ବେସମାଜିଆନ୍‌ ଏକ ଆଲେଖ୍ୟ ଲେଖିଛନ୍ତି । ଅନ୍ୟ କିଛି ଗବେଷକ ଓ ବୈଜ୍ଞାନିକଙ୍କ ମତାମତ ନେଇଛନ୍ତି ।

ଏଥିରେ ସେ ଲେଖିଛନ୍ତି କି ଯଦି ସବୁ ମଣିଷ ପୃଥିବୀରୁ ବର୍ଷକ ପାଇଁ ଗାୟବ ହୋଇ ଯାଆନ୍ତି ତେବେ କଣ ହେବ । ସେମାନେ ବର୍ଷେ ପରେ ନିଜ ନିଜ ଘରକୁ ଫେରିଲେ କଣ ଦେଖିବେ । ବୈଜ୍ଞାନିକଙ୍କ ମତରେ ମଣିଷ ଯେତେବେଳେ ପୃଥିବୀକୁ ପୁଣି ଫେରିବ ପ୍ରଥମେ ଆଖି ପୂରାଇ ସାରା ଅଞ୍ଚଳକୁ ଦେଖିବ । କିଭଳି ପରିବର୍ତ୍ତନ ହୋଇଛି ତାକୁ ଅନୁଭବ କରିବ । ସେତେବେଳ ଆକାଶ ଆହୁରି ନୀଳ ଦିଶୁଥିବ । ଚାରିଆଡ଼ ନିଶବ୍ଦ ଥିବ । ଅର୍ଥାତ ମଣିଷର କୋଳାହଳ ଶୁଭୁନଥିବ । କୌଣସି ଯାନବାହନ କିମ୍ବା କଳକାରଖାନାର ଶବ୍ଦ ନଥିବ । କେବଳ ଶୁଭୁଥିବ ପଶୁପକ୍ଷୀଙ୍କ କିଚିରି ମିଚିରି ଶବ୍ଦ । ସହର ଅବା ଗାଁରେ ପହଞ୍ଚିଲେ ଘରଦ୍ୱାର, ଗାଁ ଗଣ୍ଡା, ସବୁଠି ପ୍ରକୃତିର ରାଜୁତି ଚାଲିଥିବ । ଧୂଳି କି ଧୂଆଁ ନଥିବ । ହେଲେ ଘର ଓ ବିଜୁଳିଠୁ ଆରମ୍ଭ କରି ପାଣି ଏବଂ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ନଷ୍ଟ ହୋଇ ଯାଇଥିବ । ଗଛ ଲତା ମାଡ଼ି ପୋକଜୋକ, ସରୀସୃପ ବାସ କରୁଥିବେ । ମେସିନ୍‌ ସବୁ ଅକାମୀ ହୋଇ ପଡ଼ିଥିବ । ମଣିଷ ନଥିବ ଅର୍ଥ ମଣିଷର ଡର ବି ନଥିବ । ତେଣୁ ଜୀବଜନ୍ତୁ ସବୁ ଗାଁ ଓ ସହରରେ ବୁଲୁଥିବେ । ଯାନବାହନ ଓ ମେସିନ ଆଦି ପଡ଼ି ପଡ଼ି ଖରାପ ହୋଇ ସାରିଥିବ । ତେବେ ପ୍ରଦୂଷଣ ନଥିବା ଯୋଗୁଁ ଆକାଶ ଏକଦମ ସ୍ୱଚ୍ଛ ଥିବ ଠିକ୍‌ କୋଭିଡ୍‌ ସମୟ ଭଳି । ପୁଣି ସବୁ ତାରା ସ୍ପଷ୍ଟ ଦେଖା ଯାଉଥିବେ । ତେବେ ମଣିଷ ନଥିବା ଯୋଗୁଁ ମଣିଷ ପାଇଁ ଦରକାରୀ ଜିନିଷ ସବୁ ମିଳିବ ନାହିଁ । ଏମିତିକି ପାଣି ଟିକେ ପିଇବା ପାଇଁ ମଣିଷକୁ ନଦୀ, ପୋଖରୀ ଆଦି ଖୋଜିବାକୁ ପଡ଼ିବ । ଘର ଏବଂ ଅଫିସ୍‌ ଅବା କାରଖାନା ସବୁଠି ଲାଗିଥିବା ଲୁହା ଜିନିଷରେ କଳିଙ୍କି ଲାଗି ସାରିଥିବ ।


ମଣିଷର ଦାଉରେ ପ୍ରକୃତିର ନିୟମ ବଦଳି ଯାଇଛି । ଜଙ୍ଗଲ ଧ୍ୱଂସ ହେଉଛି ଆଉ କଂକ୍ରିଣ୍ଟ ଜଙ୍ଗଲ ବଢ଼ି ଚାଲିଛି । ରାସ୍ତାଘାଟ ଯୋଗୁଁ ବଣ, ପାହାଡ଼ ସବୁ ଧରାଶାୟୀ ହେଉଛନ୍ତି । ଠିକ୍‌ ସମୟରେ ବର୍ଷା ହେଉ ନାହିଁ । ତେବେ ଏସବୁ ବଦଳିଯିବ । ପ୍ରକୃତି ପୁଣି ଠିକଣା ସମୟରେ ଖରା, ବର୍ଷା ଓ ଶୀତ କରାଉଥିବ । ଦୁର୍ଘଟଣା କିମ୍ବା ରୋଗ ଆଦିରେ ମଣିଷ ମରୁନଥିବ । ଅନ୍ୟ ପ୍ରାଣୀମାନେ ମଣିଷ ଦାଉରୁ ରକ୍ଷା ପାଇ ସ୍ୱାଧୀନ ଭାବରେ ଚଳପ୍ରଚଳ କରୁଥିବେ । ଅବଶ୍ୟ ସେମାନଙ୍କ ଭିତରେ ସଂଘର୍ଷ ବଢ଼ି ଯାଇଥିବ । କାରଣ ମଣିଷର ଡର ନଥିବ । ପୁଣି କେତେକ ନୂଆ ପ୍ରଜାତିର ଜୀବ ଏ ଧରାପୃଷ୍ଠରେ ଜନ୍ମ ନେଇଥିବେ ।


ରାସ୍ତାଘାଟ ଏବଂ ପୋଲ ଆଦି ଶୂନ୍‌ଶାନ୍‌ ଲାଗୁଥିବ । ତେବେ ସେମାନଙ୍କ ରୂପ ଠିକ୍‌ ପୂର୍ବ ଭଳି ରହିଥିବ । ଅବଶ୍ୟ ଅନେକ ଜାଗାରେ ଏଥଇରେ ଗଛଲତା ମାଡ଼ି ଯାଇଥିବ । କେଉଁଠି କେଉଁଠି ରାସ୍ତାରେ ଫାଟ ସୃଷ୍ଟି ହୋଇଥିବ ପୃଥିବୀର ଘୂର୍ଣ୍ଣନ ଯୋଗୁଁ । ବିଜୁଳି ନଥିବା ଯୋଗୁଁ କେବଳ ସୂର୍ଯ୍ୟ ଓ ଚନ୍ଦ୍ର ଆଲୋକ ହିଁ ସାହାରା ଥିବ ।

ତେବେ ମନୁଷ୍ୟ ବିହୀନ ପୃଥିବୀକୁ କଳ୍ପନା କରିହେବ ନାହିଁ । କାରଣ ଏ ପୃଥିବୀ ହେଉଛି ମନୁଷ୍ୟ ପାଇଁ ଏବଂ ପୃଥିବୀ ବିନା ମନୁଷ୍ୟର ସତ୍ତା ନାହିଁ । କିନ୍ତୁ ଗୋଟିଏ ବର୍ଷ ପୃଥିବୀ ବାହାରେ ରହିଲେ ଯାଇ ମନୁଷ୍ୟ ଏହାର ଗୁରୁତ୍ୱ ବୁଝି ପାରିବ । ପ୍ରକୃତି ସମେତ ଏ ପୃଥିବୀର କେତେ କ୍ଷତି ପହଞ୍ଚାଉଛି ସେକଥା ବୁଝି ପାରିବ । ତେଣୁ ଶେଷ କଥା ହେଉଛି ଯଦି ଆମେ ପ୍ରକୃତି ଓ ପୃଥିବୀର ଯତ୍ନ ନନେବା ତେବେ ନିଶ୍ଚୟ ଦିଦେନା ଦିନେ ମନୁଷ୍ୟ ହିଁ ବଡ଼ ବିପଦକୁ ଡାକି ଆଣିବ । ଯାହାର ପଦଚିହ୍ନ ପଡ଼ିବା ଆରମ୍ଭ ହେଲାଣି ବିଭିନ୍ନ ପ୍ରଳୟର ସଂକେତରେ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...