AFFILIATE MARKETING

https://binomo.com?a=90810425bb57&t=0

Wednesday, June 21, 2023

ବଦଳିଯିବ ପୃଥିବୀର ଘୂର୍ଣ୍ଣନ ପ୍ରକ୍ରିୟା

ବୈଜ୍ଞାନିଙ୍କ ଆକଳନ, ବଦଳି ଯିବ ପୃଥିବୀର ଘୂର୍ଣ୍ଣନ ପ୍ରକ୍ରିୟା 


-- ବଦଳି ଯିବ ପୃଥିବୀର ଘୁର୍ଣ୍ଣନ । ଆମେରିକା ଜିଓ ଫିଜିକାଲ ୟୁନିୟନ ଏପରି ରିପୋର୍ଟ ପ୍ରକାଶ କରିଛି । ଭୂତଳ ଜଳ କାଢିବା ଦ୍ବାରା ଏପରି ହେଉଥିବା ରିପୋର୍ଟରେ ପ୍ରକାଶ ପାଇଛି । ପୃଥିବୀର ପ୍ରାୟ ୮ ବିଲିୟନ ଲୋକେ ଅବାଧରେ ପୃଥିବୀର ଭୂତଳ ଜଳକୁ କାଢୁଛନ୍ତି । ଚାଷକାମ, ମାଇନିଂ ତଥା ଘରୋଇ ବ୍ୟବହାର ପାଇଁ ଏହି ଭୂତଳ ଜଳକୁ ବ୍ୟବହାର କରାଯାଉଛି । ଯାହାର ସିଧା ପ୍ରଭାବ ପୃଥିବୀର ଓଜନ ଉପରେ ପଡ଼ୁଛି ।

ରିପୋର୍ଟରେ କୁହାଯାଉଛି ଭୂତଳରୁ ଜଳ କାଢିବା ଦ୍ବାରା ପୃଥିବୀ ୩୧.୫ ଇଞ୍ଚ ପୂର୍ବକୁ ଢଳିକି ରହିବ । ଏହା ୧୯୯୩ରୁ ୨୦୧୦ ମଧ୍ୟରେ ଏପରି ହୋଇଥିବା କୁହାଯାଉଛି । ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ  ଏହି ବର୍ଷ ମଧ୍ୟରେ ୨ ହଜାର ୧୫୦ ଜିଗାଟନର ଭୂପୃଷ୍ଠର ଜଳ କଢାଯାଇଛି । ଏପରିଭାବେ ଭୂତଳ ଜଳକୁ କାଢିବା ଦ୍ବାରା ଏହା ଭୂପୃଷ୍ଠରେ ଜମା ହେବ । ଫଳରେ ସମୁଦ୍ର ପତନର ଉଚ୍ଚତା ୦.୨୪ ଇଞ୍ଚ ବୃଦ୍ଧି ଘଟିବ ।

ଭୂତଳ ଜଳର ପୁନଃ ବଣ୍ଟନ ହେବା ପୃଥିବୀର ଓଜନ ଉପରେ ଏହାର ସିଧା ପ୍ରଭାବ ପଡ଼ୁଛି । ଫଳରେ ପୃଥିବୀର ଅଖ ପୂର୍ବ ଆଡ଼କୁ ସାମାନ୍ୟ ଝୁଲିକି ରହୁଛି । ଯାହାର ପ୍ରଭାବ ପୃଥିବୀର ଘୁର୍ଣ୍ଣନ ଉପରେ ପଡ଼ୁଛି ।

ପ୍ରଥମେ ୨୦୧୬ରେ ବୈଜ୍ଞାନିକ ମାନେ ପୃଥିବୀର ଘୁର୍ଣ୍ଣନ ବଦଳୁଥିବା କଥା ଜାଣିବାକୁ ପାଇଥିଲେ । ଏହାପୁଣି ଭୂତଳ ଜଳର ପୁନଃ ବଣ୍ଟନ ଯୋଗୁଁ ଏପରି ହେଉଥିବା କଥା ଜାଣିବାକୁ ପାଇଥିଲେ । ଏହାସହ ଏହାର ପ୍ରଭାବ ପାଣିପାଗ ଓ ଜଳବାୟୁ ଉପରେ ପଡ଼ୁଛି । ବିଶେଷକରି ଋତୁ ପରିବର୍ତ୍ତନରେ ଏହାର ପ୍ରଭାବ ପଡ଼ୁଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...