AFFILIATE MARKETING

https://binomo.com?a=90810425bb57&t=0

Sunday, June 18, 2023

ଏହା ହେଉଛି ଦୁନିଆର ସବୁଠାରୁ ବଡ ଟ୍ରକ

ଏହା ହେଉଛି ଦୁନିଆର ସବୁଠାରୁ ବଡ ଟ୍ରକ, ଯାହାର ଗୋଟେ ଟାୟାରର ଓଜନ ୫୫୦୦ କିଲୋ



ଆପଣ କୌଣସି ବି ସମୟରେ ଘରୁ ବାହାରକୁ ଯିବେ ତ ଆପଣଙ୍କୁ ହାଇୱେରେ ଗୋଟେ କିମ୍ବା ଦୁଇଟି ଟ୍ରକ ସହଜରେ ହିଁ ମିଳିଯିବ । ଏବେ ତ ନୂଆ ନୂଆ ଡିଜାଇନର ଟ୍ରକ ବି ଆସିବାକୁ ଲାଗିଲାଣି । କେଉଁଟା ୪ ଚକିଆ ଥାଏ ତ ଆଉ କେଉଁଟା ୧୬ ଚକିଆ ଥାଏ । ଭାରତରେ ଟ୍ରକକୁ ନୂଆ କନିଆଁ ଭଳି ସଜାଇ ଦିଆଯାଏ । ଏଥିରେ କିଏ ବୁରି ନଜର ବାଲେ ତେରା ମୁଁ କାଲା ଲେଖୁଛନ୍ତି ତ ଆଉ କିଏ ହମ୍ ଦୋ ହମାରେ ଦୋ ଲେଖୁଛନ୍ତି । କିନ୍ତୁ କଣ ଆପଣ କେତେ ଭାବିଛନ୍ତି ସବୁଠାରୁ ବଡ ଟ୍ରକ କେଉଁଟା । କଣ ଆପଣ କେବେ ଦେଖିଛନ୍ତି, ଆପଣ ବା କେମିତି ଦେଖିବେ ରାସ୍ତାରେ ଏହି ଟ୍ରକ କେବେ ଚାଲିନାହିଁ ।


ମାଲ୍ ପରିବହନ କରୁଥିବା ବିଭିନ୍ନ ଆକାରର ଟ୍ରକ୍ ଆମେ ଦେଖିଛୁ। ତେବେ ବିଶ୍ବର ବୃହତ୍ତମ ଟ୍ରକ୍ର ଗଠନ ଓ ବୈଶିଷ୍ଟ୍ୟ ସମ୍ପର୍କରେ ଜାଣିଲେ କାନକୁ ବିଶ୍ବାସ କରିହେବନାହିଁ। ବେଲାରୁସରେ ନିର୍ମିତ ଏହି ସ୍ବତନ୍ତ୍ର ଧରଣର ଟ୍ରକ୍ ଗତ ଦଶ ବର୍ଷ ଧରି ବିଶ୍ବର ବୃହତ୍ତମ ଟ୍ରକ୍ର ମାନ୍ୟତା ବହନ କରି ଆସିଛି। ବେଲାରୁସ୍ର ଜୋଡିନୋ ସହରରେ ନିର୍ମିତ ‘ବେଲାଜ୍-୭୫୭୧୦’ ନାମକ ଏହି ଶକ୍ତିଶାଳୀ ପରିବହନକାରୀ ଯାନଟି ୨୦୧୩ ମସିହାରେ ବଜାରକୁ ଆସିଥିଲା। ଆମେ ଜାଣିଥିବା ସାଧାରଣ ଟ୍ରକ୍ର ଓଜନ ୨ ଟନ୍ରୁ ୪ ଟନ୍, ଅଠରଚକିଆ ବିରାଟ ଟ୍ରେଲରଯୁକ୍ତ ଟ୍ରକ୍ର ଓଜନ ୩୬ ଟନ୍ ଯାଏ ହୋଇଥିବା ବେଳେ ‘ବେଲାଜ୍-୭୫୭୧୦’ର ନିଜସ୍ବ ଓଜନ ହେଉଛି ୩୬୦ ଟନ୍। ସେଥିରେ ଖଞ୍ଜା ଯାଇଥିବା ଚାରିଟି ଟାୟାର ମଧ୍ୟରୁ ପ୍ରତ୍ୟେକଟିର ଓଜନ ସାଢ଼େ ୫ ଟନ୍।


ଟ୍ରକ୍ଟିର ଦୈର୍ଘ୍ୟ ୨୦ ମିଟର ହୋଇଥିବା ବେଳେ ଏହାର ପ୍ରସ୍ତ ୯.୭ ମିଟର ଓ ଉଚ୍ଚତା ୮.୨ ମିଟର ରହିଛି। ଏହାର ନିର୍ଦ୍ଧାରିତ ପରିବହନ କ୍ଷମତା ୪୫୦ ଟନ୍ ହୋଇଥିବା ବେଳେ ତାହା ୫୦୩.୫ ଟନ୍ ଓଜନର ସାମଗ୍ରୀ ବୋହି ଗିନିଜ୍ ରେକର୍ଡ ସ୍ଥାପନ କରିଛି। ତାହା ୨,୩୦୦ ଅଶ୍ବଶକ୍ତି (ଏଚ୍ପି) ସଂପନ୍ନ ଦୁଇଟି ଇଞ୍ଜିନ ଦ୍ବାରା ପରିଚାଳିତ। ବିଶାଳ କଳେବର ଓ ଓଜନ ସତ୍ତ୍ବେ ଏହା ଖାଲି ଥିଲା ବେଳେ ଘଣ୍ଟାକୁ ୬୦ କି.ମି. ବେଗରେ ଗତି କରିପାରୁଛି ଏବଂ ମାଲ୍ ସହ ତାହାର ସର୍ବାଧିକ ବେଗ ଘଣ୍ଟାକୁ ୪୫ କି.ମି. ରହିଛି। ବର୍ତ୍ତମାନ ସାରା ବିଶ୍ବରେ ଏହି ଧରଣର ମାତ୍ର ତିନିଟି ଟ୍ରକ୍ ରହିଛି ଏବଂ ସେଗୁଡ଼ିକ ରୁଷିଆର ଖଣି ଅଞ୍ଚଳରେ ନିୟୋଜିତ।

No comments:

COASTAL NEWS

ବିଳମ୍ବିତ ରାତିରେ ସହରରେ ପୋଲିସ ଏବଂ ସେନା କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ

ବିଳମ୍ବିତ ରାତିରେ ସହରରେ ପୋଲିସ ଏବଂ ସେନା କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ମୁଜାଫରପୁରରୁ ଆସୁଥିବା ଖବର ସମସ୍ତଙ୍କୁ ଚକିତ କରିଛି। ଗତକାଲି ବିଳମ୍ବିତ ରାତ...