AFFILIATE MARKETING

https://binomo.com?a=90810425bb57&t=0

Sunday, June 18, 2023

ସାମ୍ନାକୁ ଆସିଲା ମହାକାଶରୁ କଏଦ ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ର ଚମତ୍କାର ଫଟୋ

 ସାମ୍ନାକୁ ଆସିଲା ମହାକାଶରୁ କଏଦ ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ର ଚମତ୍କାର ଫଟୋ



ନୂଆଦିଲ୍ଲୀ: ବାତ୍ୟା ‘ବିପର୍ଯ୍ୟୟ’ର ଭୟ ବଢିବାରେ ଲାଗିଛି ଏବଂ ଗୁରୁବାର ସନ୍ଧ୍ୟା ସୁଦ୍ଧା ଏହା ଗୁଜରାଟ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଇତି ମଧ୍ୟରେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ(ଆଇଏସଏସ)ର ଜଣେ ଯାତ୍ରୀ ମହାକାଶରୁ କଏଦ ହୋଇଥିବା ଏହି ଭୟଙ୍କର ଘୂର୍ଣ୍ଣିଝଡ଼ର କିଛି ଚମତ୍କାର ଚିତ୍ର ଶେୟାର କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ମହାକାଶଚାରୀ ସୁଲତାନ ଅଲ ନେୟାଦୀ ନିଜ ଟ୍ୱିଟର ଆକାଉଣ୍ଟରେ ଆରବସାଗର ଉପରେ ବାତ୍ୟା ‘ବିପର୍ଯ୍ୟୟ’ର କିଛି ଫଟୋ ପୋଷ୍ଟ କରିଛନ୍ତି।


ଅଲ ନେୟାଦୀ ଲେଖିଛନ୍ତି, ‘‘ଯେମିତିକି ମୁଁ ପୂର୍ବ ଭିଡିଓରେ ପ୍ରତିଶ୍ରୁତି ଦେଇଥିଲି, ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ର କିଛି ଫଟୋ ଶେୟାର କରୁଛି, ଯାହାକୁ ମୁଁ ଦୁଇ ଦିନ ଧରି ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ କ୍ଲିକ୍ କରିଥିଲି..’’ ଦୁଇ ଦିନ ପୂର୍ବେ ଅଲ ନେୟାଦୀ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ଆରବ ସାଗର ଉପରେ ଏକ ବିରାଟ ଘୂର୍ଣ୍ଣଝଡ଼ ସୃଷ୍ଟି ହୋଇ ଭାରତୀୟ ଉପକୂଳ ଆଡ଼କୁ ଗତି କରୁଥିବାର ଦେଖାଯାଇଥିଲା।


ବାତ୍ୟା ‘ବିପର୍ଯ୍ୟୟ’ କାରଣରୁ ୭୪,୦୦୦ରୁ ଅଧିକ ଲୋକଙ୍କୁ ଉପକୂଳବର୍ତ୍ତୀ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗୁରୁବାର ସନ୍ଧ୍ୟାରେ ବାତ୍ୟା କଚ୍ଛ ଛୁଇଁବାର ସମ୍ଭାବନା ରହିଛି ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରାଯାଇଛି।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...