AFFILIATE MARKETING

https://binomo.com?a=90810425bb57&t=0

Saturday, June 24, 2023

ରାଜଧାନୀରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ଅଭିଯୁକ୍ତ ଗିରଫ

 ରାଜଧାନୀରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ଅଭିଯୁକ୍ତ ଗିରଫ



ଭୁବନେଶ୍ବର - ରାଜଧାନୀରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣା । ଅଭିଯୁକ୍ତ ରମେଶ ବାରିକ ଗିରଫ । କେନ୍ଦ୍ରାପଡାରୁ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଦୁଇ ଦିନ ପୂର୍ବରୁ ଯୁବତୀଙ୍କୁ ଛୁରା ମାଡ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ହେଉଛନ୍ତି ଜଗତସିଂହପୁର ନାଉଗାଁର ବୈଜୟନ୍ତୀ ସାହୁ । ୮ ଦିନ ହେବ ସେ ରାଜଧାନୀର ଜିଜିପି କଲୋନୀରେ ଥିବା ଫାୟାର ସେଫ୍ଟିରେ ରିସେପସନିଷ୍ଟ ଭାବେ ଚାକିରୀ କରୁଥିଲେ ।


ସେଠାରେ ପୂବ ର୍ରୁ କାମ କରୁଥିବା ଜଣେ ସିକ୍ୟୁରିଟି ରମେଶ ବାରିକ କୌଣସି କଥାକୁ ନେଇ ବୈଜୟନ୍ତୀଙ୍କୁ ଛୁରୀରେ ଆକ୍ରମଣ କରିଥଲେ । ବୈଜୟନ୍ତିଙ୍କ ପେଟରେ ଗଭୀର କ୍ଷତ ହୋଇଥିଲେ ବେଳେ ପ୍ରଥମେ ଭୁବନେଶ୍ୱର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏନେଇ କଂପାନୀ ପକ୍ଷରୁ ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ତଦନ୍ତ ଜାରି ରହିଥିବା ବେଳେ ପରିବାର ଲୋକେ ମୃତଦେହକୁ ଥାନା ଆଗରେ ରଖି ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...