AFFILIATE MARKETING

https://binomo.com?a=90810425bb57&t=0

Friday, June 23, 2023

ଆଜିଠୁ ୪ ଦିନ ବର୍ଷା ସମ୍ଭାବନା

 ଆଜିଠୁ ୪ ଦିନ ବର୍ଷା ସମ୍ଭାବନା



ଭୁବନେଶ୍ୱର: ଉପକୂଳରେ ପାଗ ବଦଳିଛି। ବୁଧବାର କିଛି ଅଞ୍ଚଳରେ ବର୍ଷା ମଧ୍ୟ ହୋଇଛି। ପଶ୍ଚିମରେ ଗ୍ରୀଷ୍ମ ପ୍ରବାହରେ ସୁଧାର ଆସୁଛି। ତଥାପି ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ହୀରାକୁଦ ଏବଂ ବରଗଡ଼ରେ ତାପମାତ୍ରା ଅଧିକ ରହୁଛି। ଅବଶିଷ୍ଟ ସହର ଗୁଡ଼ିକରେ ତାପମାତ୍ରା ହ୍ରାସ ପାଉଛି। ଆଜିଠାରୁ ଚାରିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସୂଚନା ରହିଛି। ତେବେ ୨୪ରୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।


ପାରାଦ୍ବୀପ ରେଡାରରୁ ମିଳିଥିବା ସୂଚନାନୁଯାୟୀ, ବାୟୁମଣ୍ଡଳର ନିମ୍ନ ଭାଗରେ ବାୟୁ ପ୍ରବାହ ଦକ୍ଷିଣ-ପଶ୍ଚିମ ଦିଗରୁ ହେଉଛି। ଏହାଦ୍ବାରା ରାଜ୍ୟକୁ ମୌସୁମୀ ଅଗ୍ରସର ହେବା ନିମନ୍ତେ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆଗାମୀ ଦୁଇରୁ ତିନିଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ମୌସୁମୀ ଆସିବା ପରେ ତାପମାତ୍ରା ଆହୁରି କମିଯିବ। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଇଥିବାରୁ ତାପମାତ୍ରା ଆଗ ଅପେକ୍ଷା କମିଛି। ଗତଦୁଇ ଦିନରେ କିଛି ଜିଲାରେ ବର୍ଷା ହୋଇଛି ଏବଂ ଆଗାମୀ ଦୁଇ ଦିନରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ପଶ୍ଚିମରେ ବର୍ଷାର ସମ୍ଭାବନା ଥିବାରୁ ତାପମାତ୍ରା ଖସିବାର ସମ୍ଭାବନା ରହିଛି। ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡ଼ିଶା ଉପରେ ଏବେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ର ସମ୍ଭାବନା ଥିବାରୁ ଏଥିପାଇଁ ସତର୍କ ରହିବାକୁ କୁହାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ ଏବଂ ଖୋର୍ଦ୍ଧାକୁ ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବାଲେଶ୍ବରରେ ୪ମିମି ବର୍ଷା ହୋଇଥିବା ବେଳେ ଦାରିଙ୍ଗବାଡି ୧୦, ଭଦ୍ରକ ୭, ଯାଜପୁର ୪, ଢେଙ୍କାନାଳ ୧, ଛତ୍ରପୁର ୪ମିମି ବର୍ଷା ହୋଇଛି। ଆସନ୍ତା ୩ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୫ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...