AFFILIATE MARKETING

https://binomo.com?a=90810425bb57&t=0

Saturday, June 24, 2023

ସମୁଦ୍ରରେ ଭାସମାନ ସହର ନିର୍ମାଣ କରିବ ଜାପାନ

 ସମୁଦ୍ରରେ ଭାସମାନ ସହର ନିର୍ମାଣ କରିବ ଜାପାନ




ଅତ୍ୟାଧୁନିକ ଟେକ୍ନୋଲୋଜି ମଣିଷର ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି । ଦୁନିଆରେ ତୀବ୍ର ଗତିରେ ହେଉଥିବା ପରିବର୍ତ୍ତନ ପଛରେ ଟେକ୍ନୋଲୋଜି ରହିଛି । ମଣିଷ ପୂର୍ବରୁ ସାମାନ୍ୟ ଡଙ୍ଗା ତିଆରି କରିବା ପାଇଁ ଅନେକ ସଂଘର୍ଷ କରିଥିଲା । କିନ୍ତୁ ବର୍ତ୍ତମାନ ସେହି ମଣିଷ ସମୁଦ୍ରରେ ଭାସମାନ ସହର କରିବା ପାଇଁ ପ୍ରସ୍ତୁତ ହେଉଛି । ତେବେ ଆମେ ଯେଉଁ ସହର ବିଷୟରେ କହିବାକୁ ଯାଉଛୁ ତାହା ଜାପାନରେ ନିର୍ମାଣ କରାଯାଉଛି । ଏହା ହେଉଛି ସେହି ଦେଶ ଯାହା ପରମାଣୁ ଆକ୍ରମଣର ଶିକାର ହୋଇଥିଲା । କିନ୍ତୁ ଅନ୍ୟ ଦେଶମାନଙ୍କ ଟେକନିକକୁ ପଛରେ ପକାଇ ଏହି ଦେଶ ଟେକ୍ନୋଲୋଜିର ଶିଖରକୁ ଛୁଇଁଛି ।


ସମୁଦ୍ର ମଝିରେ ନିର୍ମାଣ ହେଉଥିବା ଏହି ଫ୍ଲୋଟିଙ୍ଗ ସିଟିର ନାମ ହେଉଛି ଡୋଗେନ ସିଟି । ଏହି ସହରରେ ସେହି ସମସ୍ତ ସୁବିଧା ଉପଲବ୍ଧ ହେବ ଯାହା ଅନ୍ୟ ସହରମାନଙ୍କରେ ରହିଛି । ଏହି ଭାସମାନ ସହରରେ ଖେଳାଳୀମାନଙ୍କ ପାଇଁ ଷ୍ଟାଡିଅମ ରହିବ । ଛୋଟ ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ପାର୍କ ହେବ । ଏଠାରେ ରହିବା ପାଇଁ ସୁନ୍ଦର ହୋଟେଲମାନ ପ୍ରସ୍ତୁତ କରାଯିବ । ଏହି ସହରକୁ ନିର୍ମାଣ କରୁଥିବା କମ୍ପାନୀ କହିଛି ଯେ, ଏହି ସହରରେ ପାଖାପାଖି ୪୦ ହଜାର ଲୋକ ରହି ପାରିବେ ।


ଏହି ସହରକୁ ନିର୍ମାଣ କରୁଥିବା କମ୍ପାନୀ କହିବା ଅନୁସାରେ ଏହି ସହର ତିନି ଭାଗରେ ନିର୍ମାଣ କରାଯାଉଛି । ଏହି ସହରର ପ୍ରଥମ ଭାଗରେ ଆଉଟର ରିଙ୍ଗ ରହିବ । ଏଥିରେ ଲୋକମାନଙ୍କ ପାଇଁ ବାସସ୍ଥାନ, ପାଣି ବ୍ୟବସ୍ଥା, ଏନର୍ଜି ବ୍ୟବସ୍ଥା ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ରହିବ । ସେହିପରି ଅନ୍ୟ ଭାଗରେ ସମୁଦ୍ର ଉପରେ ଭାସମାନ ଘର ନିର୍ମାଣ କରାଯିବ ଏବଂ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କରାଯିବ । ସହରର ମଧ୍ୟ ଭାଗରେ ନୌକା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ସୁବିଧା କରାଯିବ ।


ଏହି ସହରରେ ମେଡିକାଲର ସମସ୍ତ ସୁବିଧା ରହିଛି । ଜାପାନ ବାସିନ୍ଦା ଏହାକୁ ‘ମେଡିକାଲ ସିଟି ଅଫ ଦ ସି’ ମଧ୍ୟ କହୁଛନ୍ତି । ଏହି ସହରକୁ ନିର୍ମାଣ କରୁଥିବା କମ୍ପାନୀ କହିବା ଅନୁସାରେ ଏହି ସହରକୁ ମେଡିକାଲ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରାଯାଉଛି । ୨୦୩୦ ସୁଦ୍ଧା ଏହି ମେଡିକାଲ ସିଟି ପ୍ରସ୍ତୁତ ହୋଇଯିବ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...