AFFILIATE MARKETING

https://binomo.com?a=90810425bb57&t=0

Tuesday, June 20, 2023

ଦୁନିଆର ସବୁଠୁ ଦାମୀ ଆମ୍ବ , ଯାହାର କିଲୋ ୨ଲକ୍ଷ ୭୫ ହଜାର ଟଙ୍କା

 ଦୁନିଆର ସବୁଠୁ ଦାମୀ ଆମ୍ବ , ଯାହାର କିଲୋ ୨ଲକ୍ଷ ୭୫ ହଜାର ଟଙ୍କା





ସିଲିଗୁଡ଼ି : ଆମ୍ବ କେଜି କେତେ ଟଙ୍କା ହୋଇପାରେ ? ଆମେ ହଜାରେ, ୨ ହଜାର ବା ପାଞ୍ଚ ଦଶ ହଜାର କଥା ଚିନ୍ତା କରିପାରିବା। କିନ୍ତୁ ଆମ କଳ୍ପନା ବାହାରେ ରହିଛି ଆମ୍ବ ଦର। ଦୁନିଆର ସବୁଠୁ ଦାମୀ ଆମ୍ବ । କିଲୋ ପ୍ରତି ଏହାର ଦାମ୍ ଶୁଣିଲେ ଆପଣଙ୍କର ହୋସ୍ ଉଡିଯିବ। ଏହି ଆମ୍ବର ନାଁ ମିୟାଜାକି । ଅନ୍ତର୍ଜାତୀୟ ବଜାରରେ ଏହାର ଭାଉ କିଲୋ ପ୍ରତି ୨ଲକ୍ଷ ୭୫ ହଜାର ଟଙ୍କା। ଦେଖିବାକୁ ମଧ୍ୟ ବେଶ ନିଆରା। ସିଲିଗୁଡ଼ି ମ୍ୟାଙ୍ଗୋ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି ଏହି ଆମ୍ବ। ୩ ଦିନିଆ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ଆମ୍ବ ପ୍ରଦର୍ଶିତ ହୋଇଛି।


ଆସୋସିଏସନ ଫର କଞ୍ଜରଭେସନ୍ ଆଣ୍ଡ ଟୁରିଜିମ୍ (ACT) ସହିତ ମୋଡେଲା କେୟାରଟେକର୍ ସେଣ୍ଟର ଆଣ୍ଡ ସ୍କୁଲ୍ (MCCS) ଦ୍ୱାରା ଏହି ଉତ୍ସବର ଆୟୋଜନ କରାଯାଇଛି ବୋଲି ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେବେ ଏହି ଉତ୍ସବରେ ୨୬୨ ରୁ ଅଧିକ କିସମର ଆମ୍ବ ପ୍ରଦର୍ଶିତ ହୋଇଛି ଯେଉଁଥିରେ ମିୟାଜାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।କାରଣ ଏହାକୁ ବିଶ୍ୱର ସବୁଠାରୁ ମହଙ୍ଗା ଆମ୍ବ କୁହାଯାଉଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗର ବୀରଭୂମର ଜଣେ କୃଷକ ଯାହାଭକ ନା ଶୌକତ ହୁସେନ୍ , ସେ ଏହି ପ୍ରଦର୍ଶନୀରେ ୧୦ ଟି ମିୟାଜାକି ଆମ୍ବ ପ୍ରଦର୍ଶିତ କରିଛନ୍ତି। ମିଆଜାକି ଆମ୍ବ ଯାହା ସାଧାରଣତଃ ଜାପାନରେ ମିଳିଥାଏ, ତାହା ବର୍ତ୍ତମାନ ଭାରତର ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ଦେଖିବାକୁ ମିଳୁଛି ବୋଲି ଜୁନ୍ ୩ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ, ବୀରଭୂମ ଜିଲ୍ଲାର ଦୁବରାଜପୁର ସହରର ଏକ ମସଜିଦ ନିକଟରେ ମିୟାଜାକି ଆମ୍ବ ଗଛ ଲଗାଯାଇଛି ଏବଂ ଏହା ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଆକର୍ଷିତ କରୁଛି।


ମିୟାଜାକି ଆମ୍ବ ମୂଳତଃ ଜାପାନର କ୍ୟୁସୁ ପ୍ରିଫେକ୍ଚରର ମିୟାଜାକି ସହରରେ ଚାଷ କରାଯାଇଥିଲା ଏବଂ ଏହାର ନାମର ଉତ୍ପତ୍ତି ଏହି ସହରରୁ ନାମ ଅନୁସାରେ ହୋଇଥିଲା । ଏହି ଆମ୍ବ ସାଧାରଣତଃ ୩୫୦ ଗ୍ରାମରୁ ଅଧିକ ଓଜନର ହୋଇଥାଏ ଏବଂ ଏଥିରେ ୧୫ ପ୍ରତିଶତ କିମ୍ବା ତାଠାରୁ ଅଧିକ ମିଠା ଲାଗିଥାଏ । ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆରେ ସାଧାରଣ ଆମ୍ବ ଅପେକ୍ଷା ଏହାର ରୂପ ଭିନ୍ନ ଏବଂ ଏହାର ରଙ୍ଗ ପାଇଁ ଏହି ଆମ୍ବ ଖୁବ୍ ଲୋକପ୍ରିୟ ।


ଏହି ଆମ୍ବରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଛି ଏବଂ ଏଥିରେ ବିଟା-କାରୋଟିନ୍ ଏବଂ ଫଲିକ୍ ଏସିଡ୍ ଥିବା କୁହାଯାଏ । ଯାହା କ୍ଳାନ୍ତ ଆଖି ପାଇଁ ସାହାଯ୍ୟ ଉପଯୋଗୀ। ଏହା ଲୋକମାନଙ୍କ ପାଇଁ ବେଶ୍ ଉତ୍ତମ ଅଟେ ବୋଲି ବାଣିଜ୍ୟ ପ୍ରୋତ୍ସାହନ କେନ୍ଦ୍ର କହିଛି। ଏପଟେ ଏହା ଦୃଷ୍ଟି ଶକ୍ତିକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।


ଭାରତ ବ୍ୟତୀତ ବାଂଲାଦେଶ, ଥାଇଲ୍ୟାଣ୍ଡ ଏବଂ ଫିଲିପାଇନ୍ସରେ ମଧ୍ୟ ଏହି ପ୍ରକାର ଚାଷ କରାଯାଏ। ସେହିପରି ପଶ୍ଚିମବଙ୍ଗ ସହିତ ମଧ୍ୟପ୍ରଦେଶର ଜବଲପୁର ସହରରେ ଜଣେ ଦମ୍ପତିଙ୍କ ନିଜ ଉଦ୍ୟାନରେ ଏହି ପ୍ରକାର ଆମ୍ବର ଦୁଇଟି ଗଛ ବଢୁଛି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ଦମ୍ପତି କହିଛନ୍ତି ଯେ ସେମାନଙ୍କୁ ଟ୍ରେନରେ ଜଣେ ବ୍ୟକ୍ତି ଏହି ଗଛର ଚାରା ଆଣି ଦେଇଥିଲେ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...