AFFILIATE MARKETING

https://binomo.com?a=90810425bb57&t=0

Saturday, June 24, 2023

ଭିଜିଲାନ୍ସ ଜାଲରେ କୋଟିପତି ଉପଜିଲ୍ଲାପାଳ

 ଭିଜିଲାନ୍ସ ଜାଲରେ କୋଟିପତି ଉପଜିଲ୍ଲାପାଳ

ତାଜୁବ କଲା ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ପତ୍ତି: ପଡୋଶୀଙ୍କ ଛାତ ଉପରୁ ଜବତ ହେଲା ପେଟିପେଟି ଟଙ୍କା



ଭୁବନେଶ୍ୱର  : ଭିଜିଲାନ୍ସ ଜାଲରେ କୋଟିପତି ଉପଜିଲ୍ଲାପାଳ । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଅଫିସ ଓ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍‌। କାନନବିହାରସ୍ଥିତ ଘରେ ଚଢ଼ାଉ ବେଳେ ପଡୋଶୀଙ୍କ ଛାତ ଉପରୁ ମିଳିଛି ପେଟି ପେଟି ଟଙ୍କା । ୬ଟି ପେଟିରୁ ବିଡ଼ାବିଡ଼ା ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍‌। ୬ଟି ପେଟିରେ ରହିଛି ୫୦୦ ଟଙ୍କିଆ ନୋଟ୍‌। ଏହାସହ ସୁନା ବିସ୍କୁଟ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସକୁ ୨ କୋଟିରୁ ଅଧିକ ଟଙ୍କା ମିଳିଥିବା ସୂଚନା ରହିଛି ।


ଭିଜିଲାନ୍ସ ଟିମ୍ ଚଢାଉ କରିବା ପାଇଁ ଆସିବା ବେଳେ ତରବରିଆ ଭାବେ ଏହି ଟଙ୍କା ଭର୍ତ୍ତି ପେଟି ଗୁଡିକ ପ୍ରଶାନ୍ତ ରାଉତଙ୍କ ଘରକୁ ଲାଗି ରହିିଥିବା ଆଉ ଏକ ଘର ଛାତ ଉପରକୁ ଫିଙ୍ଗି ଦିଆଯାଇଥିଲା । ଏହି ସବୁକୁ ଜବତ କରିଛି ଭିଜିଲାନ୍ସ । ତେବେ ପଡୋଶୀ ଘର ସଦସ୍ୟ ଏନେଇ କିଛି ସ୍ପଷ୍ଟ ଉତ୍ତର ରଖିପାରିନାହାନ୍ତି ଯେ ଟଙ୍କା କେଉଁଠୁ ଆସିଲା ।


ସେପଟେ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ଘର ଓ ଭୁବନେଶ୍ୱର ସ୍ଥିତ କାନନବିହାର ଘରେ ଚଢ଼ାଉ ଜାରି ରହିଛି। ଚଢାଉରେ ସାମିଲ ଅଛନ୍ତି ୯ଟି ଟିମ୍‌। ସୁନ୍ଦରଗଡ଼ ଭିଜିଲାନ୍‌ସ ସ୍ପେଶାଲ ଜଜଙ୍କ ୱାରେଣ୍ଟ ବଳରେ ଭିଜିଲାନ୍‌ସ ପକ୍ଷରୁ ଏହି ରେଡ କରାଯାଇଛି । ରେଡ୍‌ରେ ୨ ଅତିରିକ୍ତ ଏସ୍‌ପି, ୭ DSP, ୮ ଇନ୍ସପେକ୍ଟର ସାମିଲ ଅଛନ୍ତି।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...