AFFILIATE MARKETING

https://binomo.com?a=90810425bb57&t=0

Tuesday, June 27, 2023

ମୌସୁମୀ ବର୍ଷା ପ୍ରଭାବରେ ବହୁ ଅଞ୍ଚଳ ଜଳମଗ୍ନ l

ମୌସୁମୀ ବର୍ଷା ପ୍ରଭାବରେ ବହୁ ଅଞ୍ଚଳ ଜଳମଗ୍ନ l





 ମୌସୁମି ପ୍ରବାହିତ ହେବା ଦ୍ବାରା ଦେଶର ଅନେକ ରାଜ୍ୟରେ ବର୍ଷାର ତାଣ୍ଡବ ଯୋଗୁଁ ହାହାକାର ପରିସ୍ଥିତି ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶର ମଣ୍ଡି ଓ କୁଲୁରେ ବାଦଲ ଫାଟିବା ଯୋଗୁଁ ବରବାଦିର ଚିତ୍ର ସାମ୍ନାକୁ ଆସିଛି । ଚଣ୍ଡିଗଡ଼- ମନାଲୀ ହାଇୱେରେ ଭୂସ୍ଖଳନ ଯୋଗୁଁ ହାଜର ହଜାର ଗାଡ଼ି ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛନ୍ତି । ବାଦଲ ଫାଟିବା ପରେ ଅଚାନକ ବନ୍ୟା ଆସିବା ଯୋଗୁଁ 3 ନମ୍ବର ଜାତୀୟ ରାଜପଥରେ ବି ଯାତାୟାତ ବନ୍ଦ ହୋଇଯାଇଛି । 


ଉତ୍ତରାଖଣ୍ତରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ କେଦାରନାଥ ଓ ବଦ୍ରିନାଥ ଯାତ୍ରା ବନ୍ଦ ରଖାଯାଇଛି । ଆସାମରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ବ୍ରହ୍ମପୁତ୍ରରେ ବନ୍ୟା ଆସିବା ଯୋଗୁଁ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ଅନେକ ଗାଁରେ ପାଣି ପଶିଯିବା ଯୋଗୁଁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...