AFFILIATE MARKETING

https://binomo.com?a=90810425bb57&t=0

Wednesday, June 28, 2023

ସିଗାରେଟ୍‌ ପିଉଥିବା ବେଳେ ଛାତ୍ରଙ୍କୁ ଧରିଲେ ଶିକ୍ଷକ, ଅମାନୁଷିକ ଭାବେ ମାଡ଼ ପରେ ନାବାଳକଙ୍କ ମୃତ୍ୟୁ

 ସିଗାରେଟ୍‌ ପିଉଥିବା ବେଳେ ଛାତ୍ରଙ୍କୁ ଧରିଲେ ଶିକ୍ଷକ, ଅମାନୁଷିକ ଭାବେ ମାଡ଼ ପରେ ନାବାଳକଙ୍କ ମୃତ୍ୟୁ






ବିହାରରେ ସିଗାରେଟ୍‌ ପିଉଥିବା ୧୫ ବର୍ଷୀୟ ଜଣେ ଛାତ୍ର ଶିକ୍ଷକଙ୍କ ହାତରେ ଧରାପଡ଼ିଥିଲେ। ଛାତ୍ର ଜଣକ ଧରାପଡ଼ିବା ପରେ ଶିକ୍ଷକ ତାଙ୍କୁ ଅମାନୁଷିକ ଭାବେ ପିଟିଥିଲେ। ଶିକ୍ଷକଙ୍କ ମାଡ଼ ପରେ ଛାତ୍ର ଗୁରୁତର ହୋଇପଡ଼ିଥିଲେ, ଯାହାପରେ ଚିକିତ୍ସା ସମୟରେ ସେ ଆଖି ବୁଜିଥିଲେ। ସେପଟେ ପୋଲିସ ନାବାଳକ ଛାତ୍ରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ସ୍କୁଲକୁ ସିଲ୍‌ କରିଦେଇଛି।


ସୂଚନା ମୁତାବକ, ମୃତ ଛାତ୍ର ହେଲେ ବଜରଙ୍ଗୀ କୁମାର, ତାଙ୍କ ଘର ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାରେ। ବଜରଙ୍ଗୀ ଶନିବାର ସକାଳେ ନିଜ ମା’ଙ୍କ ମୋବାଇଲ୍‌ ଫୋନ୍‌ ରିପାୟରିଂ କରାଇବା ପାଇଁ ମଧୁବନ ଯାଇଥିଲେ। ପାଖାପାଖି ସାଢ଼େ ୧୧ଟାରେ ଘରକୁ ଫେରିବା ସମୟରେ ସେ ପାଖ ବ୍ରିଜ୍‌ ତଳକୁ ଯାଇ ସାଙ୍ଗମାନଙ୍କ ସହିତ ସିଗାରେଟ୍‌ ପିଉଥିଲେ।


ପରିବାର ଲୋକଙ୍କ କହିବା ହେଲା, ବଜରଙ୍ଗୀ ୧୦ମ ଶ୍ରେଣୀର ଛାତ୍ର ଥିଲେ। ସେ ଏକ ଘରୋଇ ଆବାସିକ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ସ୍କୁଲ ପ୍ରିନ୍ସିପାଲ୍‌ ବଜରଙ୍ଗୀଙ୍କୁ ଯେତେବେଳେ ସିଗାରେଟ୍‌ ପିଉଥିବାର ଦେଖିଥିଲେ, ତ ହଠାତ୍‌ ରାଗି ଯାଇଥିଲେ।


ପରିବାର ଲୋକେ କହିଛନ୍ତି, ସ୍କୁଲ ପ୍ରିନ୍ସିପାଲ୍‌ଙ୍କ ସହିତ ସ୍କୁଲ ଚେୟାରମ୍ୟାନ ମଧ୍ୟ ଥିଲେ, ଯିଏକି ବଜରଙ୍ଗୀଙ୍କ ସମ୍ପର୍କୀୟ। ସେ ନାବାଳକଙ୍କ ବାପାଙ୍କୁ ଡକାଇଥିଲେ ଏବଂ ଏହାପରେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ସ୍କୁଲ ପରିସରକୁ ନେଇଯାଇଥିଲେ। ସେଠାରେ ସେମାନେ ଅନ୍ୟ ଶିକ୍ଷକମାନଙ୍କ ସହିତ ମିଶି ତାଙ୍କୁ ଜୋର୍‌ରେ ପିଟାପିଟି କରିଥିଲେ।


ବଜରଙ୍ଗୀଙ୍କ ମା’ ଓ ଭଉଣୀଙ୍କ ଅଭିଯୋଗ ହେଲା, ଶିକ୍ଷକମାନେ ନାବାଳକଙ୍କ ପୋଷାକ ଖୋଲି ତାଙ୍କୁ ବେଲ୍ଟରେ ପିଟିଥିଲେ। ବଜରଙ୍ଗୀଙ୍କ ବେକ ଓ ବାହୁରେ ଗଭୀର ଆଘାତ ଲାଗିଥିଲା। ଏପରି କି, ତାଙ୍କ ଗୁପ୍ତାଙ୍ଗରୁ ମଧ୍ୟ ରକ୍ତ ବାହାରୁଥିଲା। କୁହାଯାଉଛି ଯେ ବଜରଙ୍ଗୀଙ୍କୁ ଦୁଇ ମାସ ପୂର୍ବେ ସ୍କୁଲ ଛାତ୍ରାବାସରେ ଆଡ୍‌ମିସନ ମିଳିଥିଲା ଏବଂ ସେ ଖରାଛୁଟିରେ ଘରକୁ ଆସିଥିଲେ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...