AFFILIATE MARKETING

https://binomo.com?a=90810425bb57&t=0

Sunday, June 18, 2023

ମାଂସ ଖାଇବା ପାଇଁ ବରଯାତ୍ରୀ କଲେ ଝଗଡ଼ା, ଶେଷରେ ବାହା ହେଲାନି କନ୍ୟା

 ମାଂସ ଖାଇବା ପାଇଁ ବରଯାତ୍ରୀ କଲେ ଝଗଡ଼ା, ଶେଷରେ ବାହା ହେବାକୁ ରୋକ ଠୋକ ମନା କଲା କନ୍ୟା




ସମ୍ବଲପୁର: ଖାସି ମାଂସ ପାଇଁ ଭାଙ୍ଗିଗଲା ବାହାଘର । ଶିଶୁପାଳ ହୋଇ ଫେରିଲା ବର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସହର ଧମା ଅଞ୍ଚଳରେ। ଧମା ଅଞ୍ଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ସମ୍ବଲପୁରର ଏକ ବିବାହ ମଣ୍ଡପରେ ଚାଲିଥିଲା ବାହାଘର । ବାଜା, ରୋଷଣୀ ସହ କନ୍ୟା ଘରେ ପହଞ୍ଚିଥିଲେ ବରଯାତ୍ରୀ। ଆରମ୍ଭ ହୋଇଥିଲା ଖିଆପିଆ। ହେଲେ ମାଂସ ଅଧାରୁ ସରି ଯାଇଥିବାରୁ ଆରମ୍ଭ ହୋଇଯାଇଥିଲା ଝଗଡ଼ା।


କନ୍ୟା ଘର ଲୋକ ଏକ ଢାବାରୁ ମାଂସ ଆଣି ଖାଇବାକୁ ଦେଇଥିଲେ। ହେଲେ ବର ପକ୍ଷ ନ ମାନିବାରୁ ଝିଅର ବାପା ଓ ମାମୁ ବରପକ୍ଷଙ୍କ ହାତଗୋଡ଼ ଧରି ନେହୁରା ହୋଇଥିଲେ । ଏପରି ଘଟଣା ଦେଖି ବାହା ହେବାକୁ ରୋକଠୋକ୍‌ ମନା କରିଦେଇଥିଲା କନ୍ୟା। ଆଉ ଶିଶୁପାଳ ହୋଇ ଘରକୁ ଫେରିଥିଲା ବର। ସମ୍ବଲପୁରରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...