AFFILIATE MARKETING

https://binomo.com?a=90810425bb57&t=0

Friday, June 9, 2023

ପ୍ରକାଶ ପାଇଲା +୨ କଳା ରେଜଲ୍ଟ, ପୁଣି ପୁଅଙ୍କୁ ପଛରେ ପକାଇଲେ ଝିଅ

 ପ୍ରକାଶ ପାଇଲା +୨ କଳା ରେଜଲ୍ଟ, ପୁଣି ପୁଅଙ୍କୁ ପଛରେ ପକାଇଲେ ଝିଅ




ଭୁବନେଶ୍ବର:  ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା  ପରୀକ୍ଷା ରେଜଲ୍ଟ। www. orissaresults.nic.inରେ ରେଜଲ୍ଟ ଉପଲବ୍ଧ ହେଉଛି।  ଯୁକ୍ତ ଦୁଇ କଳାରେ ୭୮.୮୮% ପାସ ହାର ରହିଛି । ମୋଟ୍‌ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଉଚ୍ଚ ମଧ୍ୟମିକ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି।  କଳାରେ ପାସ୍‌ ହାରରେ ପୁଣି ଥରେ ପୁଅଙ୍କୁ ଝିଅମାନେ ପଛରେ ପକାଇଛନ୍ତି।


ଝିଅମାନଙ୍କ ପାସ୍‌ ହାର ୮୫.୬୬ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍‌ ହାର ୭୦.୪୩ ପ୍ରତିଶତ। ସେହିପରି ଧନ୍ଦାମୂଳକରେ ପାସ୍‌ହାର ୬୭.୪୮ ପ୍ରତିଶତ ରହିଛି। ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୮୪.୯୭ ପ୍ରତିଶତ ପିଲା ପାସ୍‌ କରିଛନ୍ତି। ନବରଂଗପୁର ଜିଲ୍ଲାର ପାସ୍‌ ହାର ହେଉଛି ୭୦.୭୪ ପ୍ରତିଶତ। ଧନ୍ଦାମୂଳକ ବିଷୟରେ ୬୪.୨୩ ପ୍ରତିଶତ ପୁଅ ଓ ୭୧.୧୦ ପ୍ରତିଶତ ଝିଅ ପାସ୍‌ କରିଛନ୍ତି।


ଚଳିତ ବର୍ଷ କଳା ବିଭାଗରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପିଲା ଅର୍ଥାତ ୭୮.୮୮ ପ୍ରତିଶତ ପାସ୍‌ କରିଛନ୍ତି। ଚଳିତ ବର୍ଷ କଳା ବିଭାଗରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ ପିଲା ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୨,୭୮୨, ଦ୍ବିତୀୟ ଶ୍ରେଣୀରେ ୩୨,୪୬୧ ଓ ତୃତୀୟ ଶ୍ରେଣୀରେ ସର୍ବାଧିକ ୧,୧୬,୧୭୯ ଉତ୍ତୀର୍ଣ୍ଣ ହୋଇଛନ୍ତି।


 ମେ ୩୧ରେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ମାର୍ଚ୍ଚ ୧ତାରିଖରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୬୫ଟି ଅଫଲାଇନ୍‌ କେନ୍ଦ୍ର ଏବଂ ୩୯ଟି ଅନଲାଇନ୍‌ କେନ୍ଦ୍ରରେ ଖାତା ଦେଖା ହୋଇଥିଲା । କଳାରେ ୨ଲକ୍ଷ ୧୯ ହଜାର ୧୧୦ଜଣ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତ ୩୧ତାରିଖରେ ବିଜ୍ଞାନ ଓ ବାଣିଜ୍ଯ ରେଜଲ୍ଟ ପ୍ରକାଶ ପାଇଛି । ବିଜ୍ଞାନର ପାସ୍‌ ହାର ୮୪.୯୩ ପ୍ରତିଶତ ଥିବା ବେଳେ ବାଣିଜ୍ୟରେ ପାସ୍‌ ହାର୍‌ ୮୧.୧୨ ପ୍ରତିଶତ ରହିଛି । ଯାହା ଗତ ବର୍ଷର ପାସ୍‌ ହାରଠୁ କମ୍‌ ରହିଛି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...