AFFILIATE MARKETING

https://binomo.com?a=90810425bb57&t=0

Thursday, June 29, 2023

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଗମ୍ଭୀର ରୋଗ, ମେଶିନ ସାହାଯ୍ୟରେ ଶୋଇବା ବେଳେ ନେଉଛନ୍ତି ନିଶ୍ୱାସ । ହ୍ୱାଇଟ ହାଉସ କଲା ଖୁଲାସା

 ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଗମ୍ଭୀର ରୋଗ, ମେଶିନ ସାହାଯ୍ୟରେ ଶୋଇବା ବେଳେ ନେଉଛନ୍ତି ନିଶ୍ୱାସ । ହ୍ୱାଇଟ ହାଉସ କଲା ଖୁଲାସା 




 

 ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୮୦ ବର୍ଷ ବୟସ ପାର କରିସାରିଛନ୍ତି । ଏହି କାରଣରୁ ତାଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଛି । ସେ ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି । ବର୍ତ୍ତମାନ ବାଇଡେନ ଶୋଇବା ବେଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ତେଣୁ ଶୋଇବା ସମୟରେ ତାଙ୍କୁ ସିଏପିଏ ବା କଣ୍ଟିନ୍ୟୁୟସ ଏୟାରୱେ ପ୍ରେସର ମେଶିନରେ ରଖାଯାଉଛି । ଏହା ଦ୍ୱାରା ସେ ରାତିରେ ଠିକ ଭାବରେ ଶୋଇପାରୁଛନ୍ତି । ହ୍ୱାଇଟ ହାଉସର ମୁଖପାତ୍ର ଆଣ୍ଡ୍ର୍ୟୁ ବେଟ କହିଛନ୍ତି, ୨୦୦୮ ମସିହାରୁ ରାଷ୍ଟ୍ରପତି ନିଦ୍ରାଜନିତ ସମସ୍ୟା ଦେଇ ଗତିକରୁଛନ୍ତି । ସେବେଠାରୁ ସେ ସିଏପିଏ ମେଶିନର ସାହାଯ୍ୟ ନେଉଛନ୍ତି ।


ରଏଟର୍ସର ରିପୋର୍ଟ ଅନୁସାରେ ବାଇଡେନଙ୍କୁ ନିଶ୍ୱାସ ନେବା ପାଇଁ ମେସିନର ବ୍ୟବହାର କରିଥାନ୍ତି । ଶୋଇବା ସମୟରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି । ଏହି ରୋଗର ନାମ ହେଉଛି ସ୍ଲିପ୍ ଏପନିଆ । ଏହି ରୋଗ କାରଣରୁ ବାଇଡେନ ରାତିରେ ଠିକ ଭାବେ ଶୋଇପାରନ୍ତି ନାହିଁ ।


ନିକଟରେ ଏକ ପ୍ରେସମିଟ ବେଳେ ଜୋ ବାଇଡେନଙ୍କ ମୁହଁରେ ମୋଟା ପଟିର ଦାଗର ଚିହ୍ନ ରହିଥିଲା । ଏହା ପରେ ଅନୁମାନ ଲଗାଯାଇଥିଲା ଯେ ସେ ସିଏପିଏ ମେଶିନର ବ୍ୟବହାର କରୁଛନ୍ତି ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...