AFFILIATE MARKETING

https://binomo.com?a=90810425bb57&t=0

Wednesday, June 28, 2023

ଏୟାର ଇଣ୍ଡିଆ ବିମାନରେ ସମସ୍ତଙ୍କ ସାମ୍ନାରେ ପରିସ୍ରା କଲେ ଯାତ୍ରୀ, ଦିଲ୍ଲୀ ଏୟାରପୋର୍ଟରୁ ହେଲେ ଗିରଫ

 ଏୟାର ଇଣ୍ଡିଆ ବିମାନରେ ସମସ୍ତଙ୍କ ସାମ୍ନାରେ ପରିସ୍ରା କଲେ ଯାତ୍ରୀ, ଦିଲ୍ଲୀ ଏୟାରପୋର୍ଟରୁ ହେଲେ ଗିରଫ





ପୁଣି ବିମାନରେ ପରିସ୍ରା କାଣ୍ଡ । ଏୟାର ଇଣ୍ଡିଆ ବିମାନରେ ଯାତ୍ରୀ କରଛନ୍ତି ଅମାନବୀୟ କାଣ୍ଡ । ଏୟାର ଇଣ୍ଡିଆ ବିମାନ ଚଟାଣରେ ପରିସ୍ରା କରି ଗିରଫ ହୋଇଛନ୍ତି ଯାତ୍ରୀ। ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର AIC ୮୬୬ ନଂ ବିମାନରେ ଏପରି ଘଟଣା ଦେଖିବାକୁ ମିଳିଛି ।  ବିମାନଟି ନୂଆଦିଲ୍ଲୀରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ଗିରଫ କରାଯାଇଛି।


ଖବର ମୁତାବକ, ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର AIC ୮୬୬ ନଂ ବିମାନରେ ଏମିତି କାଣ୍ଡ କରିଥିବା  ଯାତ୍ରୀ ଜଣକ ହେଲେ ରାମ ସିଂ ।  ଗତ ୨୪ ତାରିଖରେ ରାମ ସିଂ ଏୟାର ଇଣ୍ଡିଆ ବିମାନରେ ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିଲେ। ମାତ୍ର ମଝି ଆକାଶରେ ସର୍ବସମ୍ମୁଖରେ ବିମାନର ଚଟାଣରେ ପରିସ୍ରା କରିବା ସହ ଛେପ ପକାଇଥିଲେ। ଅନ୍ୟ ଯାତ୍ରୀମାନେ ଏହାକୁ ପ୍ରବଳ ବିରୋଧ କରିଥିଲେ । ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।


ବିମାନରେ ଥିବା କ୍ରୁ ସଦ୍ୟସ ଯାତ୍ରୀଙ୍କୁ ଏହା କରିବାକୁ ବାରଣ କରିଥିଲେ ମଧ୍ୟ ସେ ଖାତିର କରି ନ ଥିଲେ। ଫଳରେ କ୍ରୁ ସଦ୍ୟସ ତୁରନ୍ତ ସମ୍ପୃକ୍ତ ଯାତ୍ରୀଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିବା ସହ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।


ବିମାନଟି ନୂଆଦିଲ୍ଲୀରେ ଅବତରଣ କରିବା ପରେ ଏୟାର ଇଣ୍ଡିଆ ସିକ୍ୟୁରିଟି ଫୋର୍ସ ତୁରନ୍ତ ଯାତ୍ରୀଙ୍କୁ ନେଇ ସ୍ଥାନୀୟ ଥାନାକୁ ଯାଇଥିଲେ। ସେଠାରେ ତାଙ୍କ ନାମରେ ମାମଲା ରୁଜୁ ହେବା ସହ ପୋଲିସ ତାଙ୍କୁ ଗିରଫ କରିଛି।


ତେବେ ଖବର ମୁତାବକ, ଯାତ୍ରୀ ଜଣକ ଆଫ୍ରିକାରେ କୁକ୍‌ ଭାବେ କାମ କରୁଛନ୍ତି । ସେ ଏୟାର ଇଣ୍ଡିଆ ବିମାନରେ ମୁମ୍ବାଇକୁ ଫେରୁଥିଲେ । ବିମାନର କ୍ୟାପଟେନଙ୍କ ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ପୋଲିସ ଧାରା ୨୯୪/୫୧୦ ମାମଲା ଦାଏର କରିଛନ୍ତି । ଯାତ୍ରୀଙ୍କୁ ଗିରଫ କରିବା ପରେ ପୋଲିସ ପଚରାଉଚରା କରି ତାଙ୍କୁ ଜାମିନ ଦିଆଯାଇଛି । ଆଉ ଏହି ମାମଲାର ଯାଞ୍ଚ କରାଯାଉଛି ।


ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏକ ବିମାନରେ ନିଶାଗ୍ରସ୍ତ ଜଣେ ବ୍ୟକ୍ତି ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ଆମେରିକାରୁ ଦିଲ୍ଲୀକୁ ଆସୁଥିବା ବିମାନରେ ଜଣେ ମଦ୍ୟପ ବ୍ୟକ୍ତି ୭୦ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ।


ଡିସେମ୍ବର ୬ ତାରିଖରେ ଏୟାର ଇଣ୍ଡିଆର ପ୍ୟାରିସ- ନୂଆଦିଲ୍ଲୀ ବିମାନରେ ଜଣେ ମହିଳା ଯାତ୍ରୀ ଶୌଚାଳୟ ଯାଇଥିବା ବେଳେ ପାଖରେ ବସିଥିବା ସହଯାତ୍ରୀ ତାଙ୍କ କମ୍ବଳରେ ପରିସ୍ରା କରି ଦେଇଥିଲେ । ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

No comments:

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...