AFFILIATE MARKETING

https://binomo.com?a=90810425bb57&t=0

Sunday, November 5, 2023

ଅଦାଲତ ରାୟକୁ ପ୍ରତ୍ୟାଖ୍ୟାନ କରିପାରିବ ନାହିଁ ବିଧାନପାଳିକା: ଡି.ୱାଇ ଚନ୍ଦ୍ରଚୂଡ଼

COASTAL NEWS ODIA 1356

ଅଦାଲତ ରାୟକୁ ପ୍ରତ୍ୟାଖ୍ୟାନ କରିପାରିବ ନାହିଁ ବିଧାନପାଳିକା: ଡି.ୱାଇ ଚନ୍ଦ୍ରଚୂଡ଼



ନୂଆଦିଲ୍ଲୀ - (CNO) ଅଦାଳତ ରାୟକୁ  ବିଧାନପାଳିକା ପ୍ରତ୍ୟାଖ୍ୟାନ କିମ୍ବା ଖାରଜ କରିପାରିବେ ନାହିଁ । ଆଇନ୍ର ରେ କିଛି ତ୍ରୁଟି ରହିଥିଲେ ତାହା ପୂରଣ କରିବା ପାଇଁ ନୂଆ ଆଇନ ଅଣିପାରିବେ । ନ୍ୟାୟପାଳିକା ଓ ବିଧାନପାଳିକା ମଧ୍ୟରେ ଏକ ବିଭାଜନ ରେଖା ରହିଛି । କିଏ କ'ଣ କରିପାରିବେ ବା ନପାରିବେ ସେ ସମ୍ପର୍କରେ ସମ୍ବିଧାନ ମାର୍ଗଦର୍ଶନ କରିଛି । ଅଦାଲତ ରାୟ କ୍ଷେତ୍ରରେ ବିଧାନପାଳିକା କ'ଣ କରିପାରିବେ ବା ନପାରିବେ ତାହା ମଧ୍ୟ ନିଶ୍ଚିତ ହୋଇଛି । 

କୌଣସି ପ୍ରସଙ୍ଗରେ ଅଦାଲତ ଦେଇଥିବା ରାୟରେ ବିଧାନପାଳିକା କିଛି ଆଇନଗତ ଅଭାବ ଅନୁଭବ କରୁଥିଲେ ତାହା ପୂରଣ କରିବା ପାଇଁ ନୂତନ ଆଇନ ଆଣିପାରିବେ । ଏହା ବିଧାନପାଳିକା ପାଇଁ ସବୁବେଳେ ଉନ୍ମୁକ୍ତ ରହିଛି । ସାମ୍ବିଧାନିକ ନୈତିକତା ଆଧାରରେ ବିଚାରପତିମାନେ ରାୟ ଦେଉଛନ୍ତି, ମାନବୀୟ ନୈତିକତା ଆଧାରରେ ନୁହେଁ । ବିଚାରପତିମାନେ ଲୋକପ୍ରତିନିଧୂଙ୍କ ଭଳି ନିର୍ବାଚିତ ନହେବା ଆମର ଅଭାବ ନୁହେଁ, ବରଂ ଶକ୍ତି ।ସେ ଦୃଷ୍ଟିରୁ ଅଦାଲତର ରାୟକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ । ଏଭଳି ମତ ରଖୁଛନ୍ତି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ । 

ଅଗ୍ରଣୀ ଇଂରାଜୀ ଗଣମାଧ୍ୟମ ‘ହିନ୍ଦୁସ୍ତାନ ଟାଇମ୍ଭ’ର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଲାବେଳେ ପ୍ରଧାନ ବିଚାରପତି କହିଛନ୍ତି ଯେ ରାୟକୁ ଆମ ସମାଜ କିପରି ଗ୍ରହଣ କରିବ ତାହା ବିଚାରପତିମାନେ ଚିନ୍ତା କରନ୍ତି ନାହିଁ ।କେବଳ ସରକାରଙ୍କର ବିଭିନ୍ନ ଅଙ୍ଗ ଏପରି ମନେ କରନ୍ତି । ସାଧାରଣତଃ ବିଧାନପାଳିକା କିଛି କରି ନପାରିଲେ ରାୟ ଭ୍ରମାତ୍ମକ ବୋଲି କୁହାଯାଏ ତେଣୁ ଆମେ ରାୟକୁ ଖାରଜ କରିଥାଉ। ଏହା ବିଧାନପାଳିକା କରିପାରିବ ନାହିଁ । 

ସର୍ବୋଚ୍ଚ ନ୍ୟାୟାଳୟ ହେଉଛି ଦେଶବାସୀଙ୍କ ଅଦାଲତ । ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବା ଏହାର ପ୍ରଧାନ କର୍ତ୍ତବ୍ୟ ତେଣୁ ଆମେରିକା ସୁପ୍ରିମକୋର୍ଟଠାରୁ ଏହା ଭିନ୍ନ ବୋଲି ସେ ମତ ଦେଇଛନ୍ତି । ଆମେରିକା ସୁପ୍ରିମକୋର୍ଟ ବର୍ଷକରେ ମାତ୍ର ୮୦ଟି ମାମଲାର ବିଚାର କରିଥାଏ କିନ୍ତୁ ଆମେ ଚଳିତ ବର୍ଷ ୭୨ହଜାର ମାମଲାର ବିଚାର ଶେଷ କରିଛୁ ବୋଲି ସେ କହିଛନ୍ତି ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...