AFFILIATE MARKETING

https://binomo.com?a=90810425bb57&t=0

Friday, June 30, 2023

ମାଉଣ୍ଟ ଆବୁ ର ଦିଲୱାରା ଜୈନ ମନ୍ଦିର |

 ମାଉଣ୍ଟ ଆବୁ ର ଦିଲୱାରା ଜୈନ ମନ୍ଦିର |



 ଏକାଦଶରୁ ତ୍ରୟୋଦଶ ତମ ଶତାବ୍ଦୀ ମଧ୍ୟରେ ସ୍ଥାପିତ ହୋଇଥିବା ଦିଲୱାରା ଜୈନ ମନ୍ଦିରଗୁଡିକ ଦେଶର ସ୍ଥାପତ୍ୟ ସିଦ୍ଧତାର ସର୍ବୋତ୍ତମ ନମୁନା ମଧ୍ୟରେ ପରିଗଣିତ ହୁଏ |  ପାଞ୍ଚଟି ମନ୍ଦିର ସଂରଚନାର ଏକ ଜଟିଳ, ଦିଲୱାରା ଜୈନ ମନ୍ଦିର ଆବୁ ପର୍ବତଠାରୁ ପ୍ରାୟ 2.5 କିଲୋମିଟର ଦୂରରେ ଅବସ୍ଥିତ |  ଧଳା ମାର୍ବଲରେ ଖୋଦିତ ଏହି ମନ୍ଦିରଗୁଡ଼ିକରେ ଭିତରେ ଅନ୍ୟନ୍ୟ କଳାର ସମାହାର ରହିଛି ଯାହା ଜଟିଳ ଡିଜାଇନ୍ ରହିଛି ଯାହା ଦ୍ୱାରଠାରୁ ଛାତ ପର୍ଯ୍ୟନ୍ତ ସବୁଆଡେ ବ୍ୟାପିଛି |  ଆବୁ ପର୍ବତରେ ଦିଲୱାରା ଜୈନ ମନ୍ଦିରଗୁଡିକ ଏକ ପରିଦର୍ଶନ ସ୍ଥାନ |



ସମୁଦ୍ରରୁ ବାହାରିଲା ମଣିଷ ଦାନ୍ତ ଥିବା ଅଦ୍ଭୁତ ମାଛ

ସମୁଦ୍ରରୁ ବାହାରିଲା ମଣିଷ ଦାନ୍ତ ଥିବା ଅଦ୍ଭୁତ ମାଛ





ପ୍ରକୃତିର ରହସ୍ୟ ଭିନ୍ନ । ପୃଥିବୀରେ ଏପରି ଅନେକ ଜୀବ ଲୁଚି ରହିଛନ୍ତି ଯେଉଁମାନଙ୍କ ଗଠନ ସମ୍ପୂର୍ଣ୍ଣ ରହସ୍ୟମୟ । ଏହି ଜୀବ ମାନଙ୍କୁ ଦେଖିବା ପରେ ଆଖିକୁ ମଧ୍ୟ ବିଶ୍ୱାସ କରିବା ଅସମ୍ଭବ ହୋଇଯାଏ । ତେବେ ଏହି ବିଚିତ୍ର ଜୀବ ମାନଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କିନ୍ତୁ ଅନେକ ସମୟରେ ଏପରି କିଛି ଜୀବଙ୍କ ଭିଡିଓ ସାମ୍ନାକୁ ଆସେ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଆମେରିକାର ବର୍ଜନିୟାରେ ଦେଖାଯାଇଛି । ଏଠାରେ ଥିବା ସମୁଦ୍ରରେ ଏକ ବିଚିତ୍ର ମାଛ ଭାସୁଥିବାର ଦେଖାଯାଇଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ମାଛର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ମିଳିଥିବା ସୂଚନା ଅନୁଯାୟୀ, ୩୮ ବର୍ଷିୟ ସ୍ପିୟରଫିସର ଟାଡ ଏଲ୍ଡର ଦିନେ ସମୁଦ୍ରରେ ମାଛ ଧରୁଥିଲେ । ଏହି ସମୟରେ ସେ ଏପରି ଏକ ମାଛ ଧରିଥିଲେ, ଯାହା ଅନ୍ୟ ସମସ୍ତ ମାଛଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସମୁଦ୍ରରୁ ମିଳିଥିବା ଏହି ମାଛର ଦାନ୍ତ ମଣିଷମାନଙ୍କ ଦାନ୍ତ ଭଳି ଦେଖାଯାଉଥିଲା । ଅନ୍ୟପଟେ ଏହି ମାଛର ମୁଣ୍ଡ ମଧ୍ୟ ଅନ୍ୟ ମାଛଙ୍କ ତୁଳନାରେ ଅଧିକ ବଡ଼ ଥିଲା । ଏହା ଦେଖିବାକୁ ବିଚିତ୍ର ଥିଲା ।


ଟାଡ ଏଲ୍ଡରଙ୍କ କହିବା ଅନୁସାରେ ସେ ପାଣି ଭିତରେ ପଶି ଶେଷରେ ଏହି ବିଚିତ୍ର ମାଛକୁ ଧରିବାରେ ସଫଳ ହୋଇଥିଲେ । ୮.୬ କିଲୋଗ୍ରାମର ଏହି ବିଚିତ୍ର ମାଛ ନିଜ ଦାନ୍ତରେ କାକଲ୍ସ, ଆଇଷ୍ଟର ଏବଂ କ୍ରାବ୍ସ ବା କଙ୍କଡ଼ା ଖାଇଥାଏ । ଟାଡ ଏଲ୍ଡରଙ୍କ କହିବା ଅନୁସାରେ ଏହି ମାଛର ବୟସ ୧୫ ବର୍ଷ ହେବ । ଏଲ୍ଡର ଯେଉଁଦିନ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ ସେ ତାଙ୍କ ପତ୍ନୀଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ । ମାଛ ଧରିବା ପରେ ସେ ଏହାର ଓଜନ ମାପିଥିବା ପ୍ରକାଶ କରିଛନ୍ତି ।


ଆନ୍ତର୍ଜାତୀୟ ଅଣ୍ଡରଓ୍ଵାଟର ସ୍ପିୟରଫିକ୍ସିଙ୍ଗ ଆସୋସିଏସନ ଅନୁସାରେ ସମୁଦ୍ରରେ ମିଳୁଥିବା ଏହି ବିଚିତ୍ର ମାଛ ସବୁଠାରୁ ଅଧିକ ଓଜନର ଶିପ୍‌ହେଡ ଫିସ ବୋଲି କୁହାଯାଇଥାଏ । ଏହାକୁ ନେଇ ଏକ ବିଶ୍ୱ ରେକର୍ଡ କରାଯାଇଛି । ଏହି ମାଛ ୩ରୁ ୪ ପାଉଣ୍ଡ ଅର୍ଥାତ ଏକ ରୁ ଦୁଇ କିଲୋଗ୍ରାମର ହୋଇଥାଏ । କିନ୍ତୁ ଏହାର ଦାନ୍ତ ମଣିଷମାନଙ୍କ ଦାନ୍ତ ଭଳି ହୋଇଥିବାରୁ ଏହା ଅନ୍ୟ ମାଛଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।



ନିଲାମ ହେବ ହିଟଲରଙ୍କ ଚାନ୍ଦି ପେନସିଲ, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

 ନିଲାମ ହେବ ହିଟଲରଙ୍କ ଚାନ୍ଦି ପେନସିଲ, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ




ଇତିହାସ ର ଶାସକମାନଙ୍କ ମଧ୍ୟରେ ଆଡଲଫ ହିଟଲର ହେଉଛନ୍ତି ଅନ୍ୟତମ । ତାଙ୍କ ଶାସନ ସମୟର ଅନେକ କାହାଣୀ ଏବେ ମଧ୍ୟ ଚର୍ଚ୍ଚାରେ ରହିଛି । କିନ୍ତୁ ଅନେକ ଲୋକ ତାଙ୍କୁ ପସନ୍ଦ କରୁଥିଲେ । ଏବଂ ହିଟଲରଙ୍କ କୌଣସି ସାମଗ୍ରୀ ନିଲାମ ହେଲେ ଏହାକୁ କିଣିବା ପାଇଁ ଲୋକଙ୍କ ଭିଡ଼ ଲାଗେ । ଯାହା କୋଟି କୋଟି ଟଙ୍କାରେ ବିକ୍ରି ହୋଇଥାଏ । ଗତ ବର୍ଷ ହିଟଲରଙ୍କ ଘଣ୍ଟା ନିଲାମ ହୋଇଥିଲା । ଏହାର ଚର୍ଚ୍ଚା ହେବା ସହ ଅନେକ ଦେଶରେ ଏହାକୁ ବିରୋଧ କରାଯାଇଥିଲା । ତେବେ ବର୍ତ୍ତମାନ ହିଟଲରଙ୍କ ଏକ ଚାନ୍ଦି ପେନସିଲ ନିଲାମ ହେବାକୁ ଯାଉଛି ।


ନିଲାମ ହେବାକୁ ଥିବା ଏହି ଚାନ୍ଦି ପେନସିଲଟି ହିଟଲରଙ୍କୁ ତାଙ୍କ ପ୍ରେମିକା ଉପହାର ଦେଇଥିବା କୁହାଯାଉଛି । ଅନ୍ୟପଟେ ଏହି ପେନସିଲର ମୂଲ୍ୟ ୮୦ ଲକ୍ଷ ରୁ ଏକ କୋଟି ମଧ୍ୟରେ କିଣା ଯାଇ ପାରିବ । ତେବେ ଏହି ପେନସିଲରେ ଏପରି କଣ ଖାସ ରହିଛି ଆପଣ ନିଶ୍ଚିତ ଭାବେ ଜାଣିବାକୁ ଚାହୁଁଥିବେ ।


ଏହି ପେନସିଲ ଖାସ ହେବାର କାରଣ ହେଉଛି ଏହା ହିଟଲରଙ୍କ ପେନସିଲ । ଏହା ତାଙ୍କ ପ୍ରେମିକା ଇବା ବ୍ରାନ ତାଙ୍କୁ ଉପହାର ଦେଇଥିବାରୁ ଏହାର ମୂଲ୍ୟ ଏତେ ଅଧିକ ରହିଛି । ସୂଚନା ଅନୁସାରେ ହିଟଲରଙ୍କ ୫୨ତମ ଜନ୍ମ ଦିବସରେ ଇବା ଏହି ପେନସିଲ ଉପହାର ସ୍ୱରୂପ ଦେଇଥିଲେ । ଏହି ପେନସିଲ ଚାନ୍ଦିରେ ନିର୍ମିତ । ଏହି ପେନସିଲରେ ଏଏଚ ଲେଖାଯାଇଛି, ଯାହା ହିଟଲରଙ୍କ ଅନ୍ୟ ସମସ୍ତ ସାମଗ୍ରୀରେ ମଧ୍ୟ ଲେଖାଯାଇଛି । ଏହା ପୂର୍ବରୁ ନିଲାମ ହୋଇଥିବା ଘଣ୍ଟାରେ ମଧ୍ୟ ହିଟଲରଙ୍କ ଏହି ଚିହ୍ନ ରହିଥିଲା । ପେନସିଲ ବ୍ୟତୀତ ଅନ୍ୟ କିଛି ସାମଗ୍ରୀ ମଧ୍ୟ ନିଲାମ ହେବାର ସୂଚନା ରହିଛି ।


ଆୟରଲ୍ୟାଣ୍ଡରେ ଏହି ନିଲାମ ହେବାକୁ ଯାଉଛି । ବ୍ଲୁମଫିଲ୍ଡ ତରଫରୁ ଏହି ପଦକ୍ଷେପ ନିଆଯାଉଛି । ନିଲାମ ପରେ ହିଁ ଜଣା ପଡ଼ିବ ଏହା କେତେ ମୂଲ୍ୟରେ ବିକ୍ରି ହେବ । ବର୍ତ୍ତମାନ ସୁଦ୍ଧା ଏହା ୮୦ହଜାର ପାଉଣ୍ଡ ଅର୍ଥାତ ୮୦ ଲକ୍ଷ ଟଙ୍କା ରଖାଯାଇଛି । ତେବେ ପୂର୍ବରୁ ହିଟଲରଙ୍କ ସୁନା ଘଣ୍ଟା ୧.୧ ମିଲିଅନ ଡଲାରରେ ନିଲାମ ହୋଇଥିଲା । ୧୯୩୩ ମସିହାରେ ଜର୍ମାନୀର ଚାନ୍ସଲର ହେବା ପରେ ଏହି ଘଣ୍ଟା ତାଙ୍କୁ ଉପହାର ସ୍ୱରୂପ ଦିଆ ଯାଇଥିଲା ।



ଲାଇନ୍ ଥିଲେ ବି ଅନ୍ଧାର, ନ ଥିଲେ ବି ଅନ୍ଧାର: ଛାତ୍ରୀ ନିବାସରେ ପ୍ରତିକୂଳ ପରିବେଶରେ ଛାତ୍ରୀ

 ଲାଇନ୍ ଥିଲେ ବି ଅନ୍ଧାର, ନ ଥିଲେ ବି ଅନ୍ଧାର: ଛାତ୍ରୀ ନିବାସରେ ପ୍ରତିକୂଳ ପରିବେଶରେ ଛାତ୍ରୀ




ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ଭିତରେ ରହିଛି ଏକ ମାତ୍ର ମହାବିଦ୍ୟାଳୟ, ଯାହା ୧୯୮୧ ମସିହାରୁ ସ୍ଥାପିତ ହୋଇଛି। ଏହି ମହାବିଦ୍ୟାଳୟରେ ଆଖପାଖ ଅଞ୍ଚଳର ଅନେକ ଛାତ୍ର ଛାତ୍ରୀ ତାଙ୍କର ଭବିଷ୍ୟତ ଗଢ଼ିଛନ୍ତି। ପ୍ରଥମେ ଏଠାରେ କେବଳ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଥିଲା। କିନ୍ତୁ ଏବେ ଯୁକ୍ତ ତିନି କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗ ମଧ୍ୟ ଖୋଲି ସାରିଛି। ତେଣୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି।


ଏଠାରେ ଛାତ୍ରୀ ମାନେ ସୁରକ୍ଷିତ ଭାବରେ ରହି ଉଚ୍ଚ ଶିକ୍ଷା ଲାଭ କରି ପାରିବେ ବୋଲି ଦୁଇଟି ଛାତ୍ରୀ ନିବାସ ରହିଛି। ଏହି ଦୁଇ ଛାତ୍ରୀ ନିବାସର ବର୍ତ୍ତମାନ ୧୨୨ ଜଣ ଛାତ୍ରୀ ରହିଛନ୍ତି। କିନ୍ତୁ ଦୀର୍ଘ ଦୁଇ ବର୍ଷ ହେଲା ନୂତନ ଛାତ୍ରୀ ନିବାସରେ ଥିବା ଇନଭର୍ଟର ଅଚଳ ହୋଇ ପଡ଼ିଛି। ଲାଇନ୍ ଚାଲିଗଲେ ଅନ୍ଧାରରେ ଶୋଉଛନ୍ତି ଛାତ୍ରୀ ମାନେ। ସାମାନ୍ୟ ବର୍ଷାରେ ଅଣ୍ଠୁଏ ପାଣି ଜମୁଛି ଛାତ୍ରୀ ନିବାସ ସମ୍ମୁଖରେ। ଟିକିଏ ବର୍ଷା ଅଧିକ ହେଲେ ଆଣ୍ଠୁଏ ପାଣିରେ ପିଲା ମାନେ କ୍ୟାଣ୍ଟିନକୁ ଖାଇବା ପାଇଁ ଯାଇଥାନ୍ତି। ଏପରିକି ବାହାରେ ଲାଗିଥିବା ଷ୍ଟ୍ରୀଟ୍ ଲାଇଟ୍ ଗୁଡ଼ିକ ବନ୍ଦ ହୋଇ ପଡ଼ି ରହିଥିବାରୁ ଛାତ୍ରୀ ମାନେ ଲାଇନ୍ ଥିବା ସତ୍ତ୍ଵେ ଅନ୍ଧାରରେ ଯିବା ଆସିବା କରୁଛନ୍ତି। ପୁରୁଣା ଛାତ୍ରୀ ନିବାସର ଦୁଇଟି କୋଠରୀରେ ପାଣି ଝରୁଛି। ଏହାର ମରାମତି କରାଯାଇ ସୁବ୍ୟବସ୍ଥା ନ କରିବାରୁ ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏ ନେଇ ଏନଏସିକୁ ଲିଖିତ ଭାବେ ମଧ୍ୟ ପତ୍ର ସଂଖ୍ୟା ୩୭୮/ତା ୬/୨୩ ମାଧ୍ୟମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନ ଜଣାଇ ସାରିଛନ୍ତି। ହେଲେ ଏ ଯାଏଁ ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନ ଥିବା ଜଣାପଡ଼ିଛି। ତେବେ ଛାତ୍ରୀ ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ତଥା ତାଙ୍କର ଶିକ୍ଷାକୁ ଦୃଷ୍ଟିରେ ରଖି ଏନଏସି କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରି ବିହିତ ବ୍ୟବସ୍ଥା କରିବା ପାଇଁ ଅଭିଭାବକ ମାନେ ଦାବି ଜଣାଇଛନ୍ତି।

Thursday, June 29, 2023

ଧରାପଡ଼ିଲେ ରସିକିଆ ଶିକ୍ଷକ:

 ଧରାପଡ଼ିଲେ ରସିକିଆ ଶିକ୍ଷକ: ଛାତ୍ରୀଙ୍କୁ କରୁଥିଲେ ଅସଦାଚରଣ, ଘରେ ନକହିବାକୁ ଗୀତା ଛୁଇଁ ଶପଥ କରାଉଥିଲେ





ବାଲେଶ୍ଵର : ଧରାପଡ଼ିଲେ ରସିକିଆ ଶିକ୍ଷକ । ଘରୋଇ କୋଚିଂ ସେଣ୍ଟରରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ । ଘରେ ନକହିବାକୁ ଗୀତା ଛୁଇଁ ଶପଥପାଠ କରାଉଥିଲେ । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ବଡନଗର ଗାଁର ଘଟଣା । ଗାଁର କଲ୍ୟାଣ କୁମାର ପଣ୍ତା କସିଦା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଘରେ ଏକ କୋଚିଂ ସେଣ୍ଟର ଖୋଲି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ପାଠ ପଢାନ୍ତି ।


ଦୀର୍ଘଦିନ ହେଲା କୋଚିଂ ସେଣ୍ଟରରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ଘରେ ନଜଣାଇବାକୁ ଗୀତା ଛୁଇଁ ଶପଥ ପାଠ କରାଉଥିଲେ ଶିକ୍ଷକ । ପୂର୍ବରୁ ରସିକିଆ ଶିକ୍ଷକ ଜଣକ ଧରାପଡିଥିଲେ । ଛାତ୍ରୀ ଓ ଅଭିଭାବକଙ୍କୁ ଅନୁରୋଧ କରି କାହାକୁ ନକହିବାକୁ କହିଥିଲେ। ପୁଣିଥରେ ଅଭିଯୋଗ ଆସିବା ପରେ ଶିକ୍ଷକଙ୍କୁ ଘେରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ଅଭିଭାବକ ଓ ଗ୍ରାମବସୀଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ଦିଆଯାଇନାହିଁ । ସେପଟ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିକ୍ଷକ।

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଗମ୍ଭୀର ରୋଗ, ମେଶିନ ସାହାଯ୍ୟରେ ଶୋଇବା ବେଳେ ନେଉଛନ୍ତି ନିଶ୍ୱାସ । ହ୍ୱାଇଟ ହାଉସ କଲା ଖୁଲାସା

 ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଗମ୍ଭୀର ରୋଗ, ମେଶିନ ସାହାଯ୍ୟରେ ଶୋଇବା ବେଳେ ନେଉଛନ୍ତି ନିଶ୍ୱାସ । ହ୍ୱାଇଟ ହାଉସ କଲା ଖୁଲାସା 




 

 ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୮୦ ବର୍ଷ ବୟସ ପାର କରିସାରିଛନ୍ତି । ଏହି କାରଣରୁ ତାଙ୍କର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇଛି । ସେ ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି । ବର୍ତ୍ତମାନ ବାଇଡେନ ଶୋଇବା ବେଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ତେଣୁ ଶୋଇବା ସମୟରେ ତାଙ୍କୁ ସିଏପିଏ ବା କଣ୍ଟିନ୍ୟୁୟସ ଏୟାରୱେ ପ୍ରେସର ମେଶିନରେ ରଖାଯାଉଛି । ଏହା ଦ୍ୱାରା ସେ ରାତିରେ ଠିକ ଭାବରେ ଶୋଇପାରୁଛନ୍ତି । ହ୍ୱାଇଟ ହାଉସର ମୁଖପାତ୍ର ଆଣ୍ଡ୍ର୍ୟୁ ବେଟ କହିଛନ୍ତି, ୨୦୦୮ ମସିହାରୁ ରାଷ୍ଟ୍ରପତି ନିଦ୍ରାଜନିତ ସମସ୍ୟା ଦେଇ ଗତିକରୁଛନ୍ତି । ସେବେଠାରୁ ସେ ସିଏପିଏ ମେଶିନର ସାହାଯ୍ୟ ନେଉଛନ୍ତି ।


ରଏଟର୍ସର ରିପୋର୍ଟ ଅନୁସାରେ ବାଇଡେନଙ୍କୁ ନିଶ୍ୱାସ ନେବା ପାଇଁ ମେସିନର ବ୍ୟବହାର କରିଥାନ୍ତି । ଶୋଇବା ସମୟରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି । ଏହି ରୋଗର ନାମ ହେଉଛି ସ୍ଲିପ୍ ଏପନିଆ । ଏହି ରୋଗ କାରଣରୁ ବାଇଡେନ ରାତିରେ ଠିକ ଭାବେ ଶୋଇପାରନ୍ତି ନାହିଁ ।


ନିକଟରେ ଏକ ପ୍ରେସମିଟ ବେଳେ ଜୋ ବାଇଡେନଙ୍କ ମୁହଁରେ ମୋଟା ପଟିର ଦାଗର ଚିହ୍ନ ରହିଥିଲା । ଏହା ପରେ ଅନୁମାନ ଲଗାଯାଇଥିଲା ଯେ ସେ ସିଏପିଏ ମେଶିନର ବ୍ୟବହାର କରୁଛନ୍ତି ।

୭ଟି ବିରାଡ଼ିଙ୍କ ନାଁ’ରେ ୨.୪ କୋଟି ଟଙ୍କାର ଇଷ୍ଟେଟ୍‌;

 ୭ଟି ବିରାଡ଼ିଙ୍କ ନାଁ’ରେ ୨.୪ କୋଟି ଟଙ୍କାର ଇଷ୍ଟେଟ୍‌; ବିରାଡ଼ିଙ୍କୁ ପୋଷ୍ୟ କରିବାକୁ ଲୋକେ ଧରାପରା




 

ଟାମ୍ପା: ଗତ ନଭେମ୍ବର ମାସରେ ମୃତ୍ୟୁବରଣ କରିଥିବା ଫ୍ଲୋରିଡାର ଜଣେ ମହିଳା ତାଙ୍କର ୨.୪ କୋଟି ଟଙ୍କାର ଇଷ୍ଟେଟ୍‌କୁ ପାଳିଥିବା ୭ଟି ‘ପାରସ୍ୟ ବିରାଡ଼ି’ଙ୍କ (ଲମ୍ବା ଲୋମଥିବା ବିରାଡ଼ି) ନାଁରେ ‘ୱିଲ୍‌’ ବା ଇଚ୍ଛାପତ୍ର କରିଯାଇଛନ୍ତି।


‘ଟାମ୍ପା ବେ’ ଟାଇମ୍‌’ ରିପୋର୍ଟ ଅନୁସାରେ, ଫ୍ଲୋରିଡ଼ା ଅନ୍ତର୍ଗତ ଟାମ୍ପାର ବାସିନ୍ଦା ନାନ୍‌ସି ସେୟୁର୍‌ ନଭେମ୍ବର ୨୬ ତାରିଖରେ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। କିନ୍ତୁ, ବିରାଡ଼ିମାନେ ତାଙ୍କ ଇଷ୍ଟେଟ୍‌ରେ ରହିବେ ଓ ଇଷ୍ଟେଟ୍‌ରୁ ପ୍ରତ୍ୟେକ ସମାନ ଭାଗ ପାଇବେ ବୋଲି ସେ ଇଚ୍ଛାପତ୍ରରେ ଉଲ୍ଲେଖ କରିଯାଇଛନ୍ତି।


ସେୟୁର୍‌ଙ୍କ ସାଙ୍ଗ ୟାନା ଆଲ୍‌ବାନ୍‌ ‘ଟାମ୍ପା ବେ’ ଟାଇମ୍‌’କୁ କହିଛନ୍ତି ଯେ, ଇଚ୍ଛାପତ୍ର ଅନୁସାରେ, ସବୁଯାକ ବିରାଡ଼ିଙ୍କ ମୃତ୍ୟୁ ନ ହେବା ଯାଏ ସେ ଇଷ୍ଟେଟ୍‌କୁ ବିକ୍ରୟ କରାଯାଇ ପାରିବ ନାହିଁ। ବିରାଡ଼ିମାନଙ୍କୁ ପୃଥକ୍‌ କରିଦେଲେ ସେମାନେ ହନ୍ତସନ୍ତ ହୋଇ ମରିଯିବେ ବୋଲି ସେୟୁର୍‌ ଚିନ୍ତିତ ଥିଲେ।


‘ହ୍ୟୁମେନ୍‌ ସୋସାଇଟି ଅଫ୍‌ ଟାମ୍ପା ବେ’ର ଏକ୍ଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ ସେରି ସିଲ୍‌କ୍‌ କହିଛନ୍ତି, ଏତେ ବଡ଼ ଘରେ ବିରାଡ଼ିମାନେ ଏକା ଏକା ରହିବା ଅନୁଚିତ। ତେଣୁ, ପ୍ରତିଦିନ ବିରାଡ଼ିମାନଙ୍କ ଦେଖାଶୁଣା ପାଇଁ ଜଣକୁ ରଖାଯାଇଛି। କିନ୍ତୁ, ସବୁବେଳେ ବିରାଡ଼ିମାନଙ୍କର ଦାୟିତ୍ବ ବହନ କରିବା ତାଙ୍କଦ୍ବାରା ସମ୍ଭବ ହେଉ ନ ଥିବାରୁ ଆମକୁ ଯିବାକୁ ପଡୁଛି।


ତେଣୁ, ଏ ସପ୍ତାହ ଶେଷଆଡ଼କୁ ସେ ବିରାଡ଼ିମାନଙ୍କୁ ପୋଷ୍ୟ କରିନେବା ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ପ୍ରତି ଜଣେ ଆଟର୍ଣ୍ଣି ଇଷ୍ଟେଟ୍‌ରେ ପ୍ରତି ବିରାଡ଼ିର ଭାଗ କେତେ ତାହା ସ୍ଥିର କରୁଛନ୍ତି।


ଦକ୍ଷିଣ ଟାମ୍ପାରେ ଥିବା ଏହି ବିଶାଳ ବାସଭବନରେ ‘ମିଡ୍‌ନାଇଟ୍‌’, ‘ସ୍ନୋବଲ୍‌’, ‌‘ଗୋଲ୍‌ଡ୍‌ପିଙ୍ଗର୍‌’, ‘ଲିଓ’, ‘ସ୍କୁଇକି’, ‘କ୍ଲିଓପାଟ୍ରା’ ଏବଂ ନେପୋଲିୟନ୍‌’ ନାମରେ ୭ଟି ବିରାଡ଼ି ରହୁଛନ୍ତି।


ସିଲ୍‌କ୍‌ ଆହୁରି ମଧ୍ୟ କହିଛନ୍ତି, ବିରାଡ଼ିମାନଙ୍କୁ ମାତ୍ର ୫ ବ‌ର୍ଷ ବସୟ। ଏହି ପ୍ରଜାତିର ବିରାଡ଼ିମାନଙ୍କୁ ପାଳିବା ବ୍ୟୟବହୁଳ ଓ କଷ୍ଟସାଧ୍ୟ। କିନ୍ତୁ, ପ୍ରତି ବିରାଡ଼ି ଇଷ୍ଟେଟ୍‌ରୁ ଯାହା ବାଣ୍ଟ ପାଇବେ ତାହା ସେମାନଙ୍କ ଖର୍ଚ୍ଚ ପାଇଁ ଯଥେଷ୍ଟରୁ ଅଧିକ ହେବ।


‌‘ସ୍ନୋବଲ୍‌’ର ହୃତ୍‌ପିଣ୍ଡ ସମସ୍ୟା ଥିବାରୁ ତା’ର ଚିକିତ୍ସକ ତାକୁ ପୋଷ୍ୟ କରିନେଇଛନ୍ତି। ଏହାଛଡ଼ା, ବାକି ୬ଟି ବିରାଡ଼ିକୁ ପୋଷ୍ୟ କରିନେବା ପାଇଁ ଏପର୍ଯ୍ୟନ୍ତ ପ୍ରାୟ ୧୫୬ଜଣ ଆବେଦନ କରିସାରିଲେଣି।

ପବିତ୍ର ସୁନାବେଶର ରହସ୍ୟ

 *ପବିତ୍ର ସୁନାବେଶର ରହସ୍ୟ....*


*ଜାଣନ୍ତୁ କେଉଁ ଅଳଙ୍କାରରେ ସଜ୍ଜିତ ହୁଅନ୍ତି ତିନି ଠାକୁର :-*



ଆଷାଢ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସମ୍ମୁଖରେ ବଡ଼ଠାକୁରଙ୍କ ୩ ରଥ ପହଞ୍ଚିବା ପରେ ମହାବାହୁଙ୍କ ସୁନାବେଶ ହୋଇଥାଏ ।


ବର୍ଷକୁ ୪ଥର ମହାପ୍ରଭୁଙ୍କର ସୁନାବେଶ ଧାରଣ କରନ୍ତି । କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ସମୟରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ସୁନାବେଶ ହେଉଥିବା ବେଳେ ବାହୁଡ଼ା ଯାତ୍ରାର ଅନ୍ତିମ ଦିନ ବଡଦାଣ୍ଡରେ ରଥ ଉପରେ ହିଁ ଶ୍ରୀବିଗ୍ରହଙ୍କ ସୁନାବେଶ ହୋଇଥାଏ ।



ଭଗବାନଙ୍କ ସୁନାବେଶରେ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀଜିଉମାନେ ଅଳଙ୍କୃତ ହୋଇଥାନ୍ତି ।


*ବଡ଼ଭାଇ ବଳଭଦ୍ର :-*


ଅଳଙ୍କାର ଗୁଡ଼ିକ ହେଉଛି ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ବାହାଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି, ହଳ ଏବଂ ମୁଷଳ ।


*ଭଉଣୀ ସୁଭଦ୍ରା:-*


 କିରୀଟ, ଓଡ଼ିଆଣୀ, କାନ ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ଓ ସେବତୀ ମାଳି ଭଳି ଆଭୁଷଣ ପରିଧାନ କରିଥାନ୍ତିି ।


*ପ୍ରଭୁ ଜଗନ୍ନାଥ :-*


ଜଗମୋହନଙ୍କ ଶ୍ରୀଅଙ୍ଗରେ ମଧ୍ୟ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚନ୍ଦ୍ରସୂର୍ଯ୍ୟ ଇତ୍ୟାଦି ସହିତ ଆଡ଼କାନି, ହରିଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି, ସୁବର୍ଣ୍ଣ ଚକ୍ର ଏବଂ ରୋପ୍ୟ ଶଙ୍ଖରେ ବିଭୁଷିତ ହୋଇଥାନ୍ତି ।


*ସଂଗୄହିତ*

Wednesday, June 28, 2023

ଏଥର କାରରେ ଯାଇପାରିବେ ଭାରତରୁ ଥାଇଲ୍ୟାଣ୍ଡ । ମୋଦୀ ସରକାରଙ୍କ ଆକ୍ଟ ଇଷ୍ଟ ପଲିସିର ପ୍ରଭାବ--- -- ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନିର୍ମାଣ ହୋଇଥିବା ଭାରତରୁ ଚୀନ ଯାଏଁ ଯାଉଥିବା ଏକମାତ୍ର ରାସ୍ତାକୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ଏହା ମଣିପୁର ସହ ମିଆଁମାର ଓ ଥାଇଲ୍ୟାଣ୍ଡକୁ ସଂଯୋଗ କରୁଛି ଏହି ହାଇୱେ । ମୋଦୀ ସରକାରଙ୍କ ଆକ୍ଟ ଆକ୍ଟ ଇଷ୍ଟ ପଲିସିର ପ୍ରଭାବରେ ଏହି ହାଇୱେର ୭୦ ପ୍ରତିଶତ କାମ ଶେଷ ହୋଇସାରିଲାଣି ।ତେବେ ମଣିପୁରରେ ହିଂସା ଯୋଗୁଁ ଏହାର କାମ କିଛି ଦିନ ପାଇଁ ଧିମା ହୋଇଥିବା କହିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ୨୦୨୭ ସୁଦ୍ଧା ଏହି ରାଜପଥ ନିର୍ମାଣ କାର୍ୟ୍ୟ ଶେଷ ହେବ ବୋଲି ଆଶା କରାଯାଉଛି ।ଏହା ଶେଷ ହେବା ପରେ ଭାରତରୁ ଥାଇଲାଣ୍ଡ ଯିବା ସହଜ ହେବ । ବିମାନ ଉଡ଼ାଣ ପରିବର୍ତ୍ତେ ଲୋକମାନେ କାର୍ ଯୋଗେ ଥାଇଲାଣ୍ଡ ଯାଇପାରିବେ। ଏହି ତିନି ଦେଶ ମିଳିତ ଭାବେ ଭାରତ-ମିଆଁମାର ଏବଂ ଥାଇଲାଣ୍ଡ ରାଜପଥ ନିର୍ମାଣ କରୁଛନ୍ତି, ଯାହାର ମୋଟ ଲମ୍ବ ପ୍ରାୟ ୧୪୦୦ କିଲୋମିଟର । ତତ୍କାଳୀନ ବାଜପେୟୀ ସରକାର ଏହି ପ୍ରକଳ୍ପ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଏହା କେବଳ କାଗଜପତ୍ରରେ ସୀମିତ ରହିଥିଲା। ଏହାପରେ ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଏହି ପ୍ରକଳ୍ପର କାମ ଆରମ୍ଭ ହୋଇଥିଲା । ତିନି ଦେଶକୁ ସଂଯୋଗ କରୁଥିବା ଏହି ରାଜପଥ କୋଲକାତାରୁ ଆରମ୍ଭ ହୋଇ ସିଲିଗୁଡ଼ି ଯାଏ ଏବଂ ପରେ ବିହାରର ଦେଇ ବଙ୍ଗଳାର ଶ୍ରୀରାମପୁର ସୀମାରୁ ଆସାମରେ ପ୍ରବେଶ କରେ । ଆସାମ ଦେଇ ଦିମାପୁର ଓ ନାଗାଲାଣ୍ଡ ଯିବା ପରେ ଏହି ମାର୍ଗ ମଣିପୁରର ଇମ୍ଫାଲ ନିକଟସ୍ଥ ମୋରେହ ନାମକ ସ୍ଥାନରୁ ବିଦେଶ ଅର୍ଥାତ ମିଆଁମାରରେ ପ୍ରବେଶ କରିବ। ଯାତ୍ରୀମାନେ ମିଆଁମାରର ବାଗୋ ଓ ୟାଙ୍ଗୁନ୍ ଦେଇ ଥାଇଲାଣ୍ଡରେ ପ୍ରବେଶ କରିବେ।


 ଏଥର କାରରେ ଯାଇପାରିବେ ଭାରତରୁ ଥାଇଲ୍ୟାଣ୍ଡ  । ମୋଦୀ ସରକାରଙ୍କ ଆକ୍ଟ ଇଷ୍ଟ ପଲିସିର ପ୍ରଭାବ



 

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନିର୍ମାଣ ହୋଇଥିବା ଭାରତରୁ ଚୀନ ଯାଏଁ ଯାଉଥିବା ଏକମାତ୍ର ରାସ୍ତାକୁ ଏବେ ଯୁଦ୍ଧକାଳୀନ ଭିତ୍ତିରେ  କରାଯାଉଛି । ଏହା ମଣିପୁର ସହ ମିଆଁମାର ଓ ଥାଇଲ୍ୟାଣ୍ଡକୁ ସଂଯୋଗ କରୁଛି ଏହି ହାଇୱେ । ମୋଦୀ ସରକାରଙ୍କ ଆକ୍ଟ ଆକ୍ଟ ଇଷ୍ଟ ପଲିସିର ପ୍ରଭାବରେ ଏହି ହାଇୱେର ୭୦ ପ୍ରତିଶତ କାମ ଶେଷ ହୋଇସାରିଲାଣି ।ତେବେ ମଣିପୁରରେ ହିଂସା ଯୋଗୁଁ ଏହାର କାମ କିଛି ଦିନ ପାଇଁ ଧିମା ହୋଇଥିବା କହିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ।


୨୦୨୭ ସୁଦ୍ଧା ଏହି ରାଜପଥ ନିର୍ମାଣ କାର୍ୟ୍ୟ ଶେଷ ହେବ ବୋଲି ଆଶା କରାଯାଉଛି ।ଏହା ଶେଷ ହେବା ପରେ   ଭାରତରୁ ଥାଇଲାଣ୍ଡ ଯିବା ସହଜ ହେବ । ବିମାନ ଉଡ଼ାଣ ପରିବର୍ତ୍ତେ ଲୋକମାନେ କାର୍ ଯୋଗେ ଥାଇଲାଣ୍ଡ ଯାଇପାରିବେ। ଏହି ତିନି ଦେଶ ମିଳିତ ଭାବେ ଭାରତ-ମିଆଁମାର ଏବଂ ଥାଇଲାଣ୍ଡ ରାଜପଥ ନିର୍ମାଣ କରୁଛନ୍ତି, ଯାହାର ମୋଟ ଲମ୍ବ ପ୍ରାୟ ୧୪୦୦ କିଲୋମିଟର । ତତ୍କାଳୀନ ବାଜପେୟୀ ସରକାର ଏହି ପ୍ରକଳ୍ପ ପ୍ରସ୍ତାବ ଦେଇଥିଲେ, କିନ୍ତୁ ଏହା କେବଳ କାଗଜପତ୍ରରେ ସୀମିତ ରହିଥିଲା। ଏହାପରେ ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଏହି ପ୍ରକଳ୍ପର କାମ ଆରମ୍ଭ ହୋଇଥିଲା ।


ତିନି ଦେଶକୁ ସଂଯୋଗ କରୁଥିବା ଏହି ରାଜପଥ କୋଲକାତାରୁ ଆରମ୍ଭ ହୋଇ ସିଲିଗୁଡ଼ି ଯାଏ ଏବଂ ପରେ ବିହାରର ଦେଇ ବଙ୍ଗଳାର ଶ୍ରୀରାମପୁର ସୀମାରୁ ଆସାମରେ ପ୍ରବେଶ କରେ । ଆସାମ ଦେଇ ଦିମାପୁର ଓ ନାଗାଲାଣ୍ଡ ଯିବା ପରେ ଏହି ମାର୍ଗ ମଣିପୁରର ଇମ୍ଫାଲ ନିକଟସ୍ଥ ମୋରେହ ନାମକ ସ୍ଥାନରୁ ବିଦେଶ ଅର୍ଥାତ ମିଆଁମାରରେ ପ୍ରବେଶ କରିବ। ଯାତ୍ରୀମାନେ ମିଆଁମାରର ବାଗୋ ଓ ୟାଙ୍ଗୁନ୍ ଦେଇ ଥାଇଲାଣ୍ଡରେ ପ୍ରବେଶ କରିବେ।

ନଦୀକୁ ଖସିଲା ମିନିଟ୍ରକ ; ୧୦ରୁ ଅଧିକ ମୃତ, ୩୦ ଆହତ

 ନଦୀକୁ ଖସିଲା ମିନିଟ୍ରକ ; ୧୦ରୁ ଅଧିକ ମୃତ, ୩୦ ଆହତ



ଭୋପାଳ : ମଧ୍ୟପ୍ରଦେଶର ଦତିଆ ଜିଲାର ଦୁରସଡା ଥାନା ଅଞ୍ଚଳରେ ଏକ ନିର୍ମାଣଧୀନ ପୋଲ ନିକଟରେ ଏକ ମିନିଟ୍ରକ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ବୁଧବାର ଖବର ମିଳିଛି। ଏଥିରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦୁର୍ଘଟଣା ବିଷୟରେ ଖବର ପାଇ ଜିଲ୍ଲାପାଳ ଓ ଏସପି ଘଟଣା ସ୍ଥଳରେ ପହଞ୍ଚି ସାରିଛନ୍ତି।

ସୂଚନାନୁଯାୟୀ, ଦୁରସଡା ଥାନା ଅନ୍ତର୍ଗତ ବୁହାରା ଗାଁ ନିକଟରେ ପୋଲ ତିଆରି କାମ ଚାଲୁଥିଲା। ମଙ୍ଗଳବାର ରାତିରେ ଲୋକ ଭର୍ତ୍ତି ଏହି ମିନିଟ୍ରକ ସେହି ବାଟରେ ଯାଉଥିବା ବେଳେ ଅନିୟନ୍ତ୍ରିତ ହୋଇ ନଦୀକୁ ଖସି ପଡିଥିଲା। ସଭିଏଁ ଏକ ବିବାହ ସମାରୋହରେ ଯୋଗ ଦେବାକୁ ଯାଉଥିଲେ। ଖବର ପାଇ ପୁଲିସ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାର ତଦନ୍ତ କରାଯାଉଛି।

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ





 

ଭୁବନେଶ୍ୱର: ଆଧ୍ୟାତ୍ମିକ ପରିବେଶରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଯଜ୍ଞରେ ପୁଷ୍ପାଞ୍ଜଳି ଦେବା ସହ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ।


ଏହି ଅବସରରେ ବେଦ, ମନ୍ତ୍ର ଓ ପୂଜାପାଠରେ କମ୍ପୁଛି ଏକାମ୍ରକ୍ଷେତ୍ର । ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ ଅନୁସାରେ ଆରମ୍ଭ ହେବ କାମ। ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠକୁ ଭବ୍ୟ ଓ ସୁନ୍ଦର କରାଯିବା ଲାଗି ଯୋଜନା ହୋଇଛି।


ଉଲ୍ଲେଖଯୋଗ୍ୟ, ସୋମବାର ମାଙ୍ଗଳିକ ଅଙ୍କୁରରୋପଣ ସରିବା ପରେ ମଙ୍ଗଳବାର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଗଢ଼ା ହୋଇଥିବା ଯଜ୍ଞ ମଣ୍ଡପରେ ହରିହରାତ୍ମକ ଯଜ୍ଞ ଆରମ୍ଭ ହୋଇଥିଲା।  ଭୋର୍‌ ୪ଟାରୁ ବିନ୍ଦୁସାଗରରୁ କଳସ ଯାତ୍ରା ଓ ଗଙ୍ଗା ଆବାହନ କରାଯାଇଥିଲା। ପରେ ପରେ ଗୁରୁ ପୂଜନ, ପଞ୍ଚକର୍ମ, ସୂର୍ଯ୍ୟପୂଜା, ଗୋପୂଜା, ଧରିତ୍ରୀ ପୂଜା, ବାହ୍ୟଦ୍ୱାର ପୂଜା, ଦୀକ୍ଷା ଗ୍ରହଣ, ଶିଳା ପ୍ରବେଶ ଓ ମଣ୍ଡଳ ପୂଜା ସରିବା ପରେ ପ୍ରାୟ ୨ଟା ବେଳକୁ ଅଗ୍ନି ସ୍ଥାପନ (ହବନ) ଓ ଯଜ୍ଞ କର୍ମ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବେଦବାଚସ୍ପତି ବୀରେନ୍ଦ୍ର କିଶୋର ତ୍ରିପାଠୀଙ୍କ ସହ ୨୫ଜଣ ବ୍ରାହ୍ମଣ ଓ ବେଦପାଠୀମାନେ ଯଜ୍ଞ କରିଥିଲେ।


ଆଜି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଯଜ୍ଞ ପୂର୍ଣ୍ଣାହୁତି ହେଉଛି। ଏଥିପାଇଁ ସକାଳ ୬ଟା ୩୦ ପରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଶାଳା ପୂଜା, ଅଗ୍ନିପୂଜା ଓ ବଦନ ପରେ ୯ଟା ୩୦ ବେଳକୁ ଶିଳା ଶିଶୋଧନ, ଶିଳା ପ୍ରତିଷ୍ଠା, ଗର୍ଭ ସଂସ୍କାର ଓ ଶିଳାନ୍ୟାସ କର୍ମ କରାଯିବା ପରେ ଯଜ୍ଞ ପୂର୍ଣ୍ଣାହୁତି

ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍, ୫ମୃତ

 ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍, ୫ମୃତ 




ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍ । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଅଛନ୍ତି । କନ୍ୟାଘର ସାମ୍ନାରେ ନାଚୁଥିବା ବେଳେ ଚଢିଗଲା ଟ୍ରକ୍ । ୯ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କେନ୍ଦୁଝର ଟାଉନ ଥାନା ଯୁଡିଆଘାଟି ଷଠୀଘର ନିକଟରେ ଦୁର୍ଘଟଣା ହୋଇଛି । ତେବେ ଦୁର୍ଘଟଣା ଯୋଗୁଁ ବର ଫେରି ଯାଇଛି, ବାହାଘର ହୋଇପାରି ନାହିଁ ।


ବିବାହ ଶୋଭାଯାତ୍ରା ଚାଲିଥିଲା । ହରିଚନ୍ଦନପୁର ବ୍ଲକ୍ ଜଙ୍ଘିରା ନିକଟସ୍ଥ ମାନପୁର ଗ୍ରାମରୁ ଏକ ବରଯାତ୍ରୀ ଦଳ କେନ୍ଦୁଝର ଆସିଥିଲେ । ଷଠୀଘର ସାହିରେ କନ୍ୟାଘର ସମ୍ମୁଖରେ  ବରଯାତ୍ରୀମାନେ ନାଚୁଥିଲେ । ଏହି ସମୟରେ ଶୁଆକାଟୀ ପଟୁ ହଠାତ୍ ଏକ ଟ୍ରକ୍ ଦ୍ରୁତବେଗରେ ଆସି ବରଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ୫ ଜଣ ଦୁର୍ଘଟଣାସ୍ଥଳରେ ପ୍ରାଣ ହରାଇବା ସହ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଥିଲେ ।


ମୃତକଙ୍କ ମଧ୍ୟରେ ୩ ଜଣ କନ୍ୟାଘରର ବୋଲି ଜଣାପଡ଼ିଛି । ମୃତକମାନେ ମାନପୁର ଗ୍ରାମର ଜିତ୍ ପାତ୍ର , କାଳିଆ ମହାନ୍ତ , ଲକ୍ଷ୍ମୀପାଦର ରତି ମୁଣ୍ଡା , ଷଠୀଘରର ଅମିତ ପାତ୍ର ଏବଂ କେଉଟସାହିର  ବାପୁନ ଦେହୁରୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଆଜି ବାହୁଡ଼ା ଯାତ୍ରା : ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଶ୍ରୀଜୀଉ--- ପୁରୀ : ଆଜି ଶ୍ରୀଜୀଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ବାହୁଡା ଯାତ୍ରା ପାଇଁ ନାକଚଣା ଦ୍ବାର ନିକଟରେ ତିନି ରଥ ଅପେକ୍ଷା ରତ ରହିଛନ୍ତି । ରାତିରୁ ତିନି ରଥରେ ଚାରମାଳ ବନ୍ଧା କାମ ମଧ୍ୟ ସରିଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ସଫଳ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହାସହ ବାହୁଡାଯାତ୍ରା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡା ପହଣ୍ଡି ହୋଇ ଗୋଟାଏରୁ ୨ଟା ୩୦ ମଧ୍ୟରେ ବେଶଶେଷ ନୀତି କରାଯିବ । ଏହାପରେ ଅପରାହ୍ନ ୨ଟା୩୦ରୁ ୩ଟା୩୦ରେ ଛେରାପହଁରା କରାଯିବ। ଅପରାହ୍ନ ୪ଟାରେ ହେବ ରଥଟଣା ଆରମ୍ଭ ହେବ ବୋଲି ସୂଚନା ରହିଛି। ବାହୁଡାଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ସହ ହଜାରେ ପୁଲିସ ଅଧିକାରୀ ମୁତୟନ ରହିବେ ।

 ଆଜି ବାହୁଡ଼ା ଯାତ୍ରା : ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଶ୍ରୀଜୀଉ





ପୁରୀ  : ଆଜି ଶ୍ରୀଜୀଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ବାହୁଡା ଯାତ୍ରା ପାଇଁ ନାକଚଣା ଦ୍ବାର ନିକଟରେ ତିନି ରଥ ଅପେକ୍ଷା ରତ ରହିଛନ୍ତି । ରାତିରୁ ତିନି ରଥରେ ଚାରମାଳ ବନ୍ଧା କାମ ମଧ୍ୟ ସରିଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାକୁ ସଫଳ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହାସହ ବାହୁଡାଯାତ୍ରା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।


ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡା ପହଣ୍ଡି ହୋଇ ଗୋଟାଏରୁ ୨ଟା ୩୦ ମଧ୍ୟରେ ବେଶଶେଷ ନୀତି କରାଯିବ । ଏହାପରେ ଅପରାହ୍ନ ୨ଟା୩୦ରୁ ୩ଟା୩୦ରେ ଛେରାପହଁରା କରାଯିବ। ଅପରାହ୍ନ ୪ଟାରେ ହେବ ରଥଟଣା ଆରମ୍ଭ ହେବ ବୋଲି ସୂଚନା ରହିଛି। ବାହୁଡାଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୁଲିସ ଫୋର୍ସ ସହ ହଜାରେ ପୁଲିସ ଅଧିକାରୀ ମୁତୟନ ରହିବେ ।

ଶୁକ୍ରାଣୁ ଅଦଳ-ବଦଳ କରିବା କ୍ଲିନିକକୁ ମହଙ୍ଗା ପଡ଼ିଲା; ଡାକ୍ତରଙ୍କୁ ୧କୋଟିରୁ ଅଧିକ ଜରିମାନା

 ଶୁକ୍ରାଣୁ ଅଦଳ-ବଦଳ କରିବା କ୍ଲିନିକକୁ ମହଙ୍ଗା ପଡ଼ିଲା; ଡାକ୍ତରଙ୍କୁ ୧କୋଟିରୁ ଅଧିକ ଜରିମାନା




 

ନୂଆଦିଲ୍ଲୀ: ଜାତୀୟ ଉପଭୋକ୍ତା ବିବାଦ ନିବାରଣ ଅୟୋଗ(ଏନସିଡିଆରସି) ଦିଲ୍ଲୀର ଏକ ଘରୋଇ କ୍ଲିନିକ ସମେତ ଏହି କ୍ଲିନିକର ଡାକ୍ତରଙ୍କ ବିରୋଧରେ ପ୍ରଜନନ ପ୍ରକ୍ରିୟାରେ ଅଦଳ-ବଦଳ କରିଥିବା ନେଇ ଜରିମାନା ଲାଗୁ କରିଛନ୍ତି। ଏହି ଜରିମାନା ରାଶି ୧.୫କୋଟି ଟଙ୍କା ରହିଛି ବୋଲି କୁହଯାଉଛି।


ଅଭିଯୋଗ ହୋଇଛି କି, ଗର୍ଭଧାରଣ ପାଇଁ ଆସିଥିବା ମହିଳାଙ୍କ ଠାରେ ସ୍ବାମୀଙ୍କ ଶୁକ୍ରାଣୁ ବଦଳରେ ଅନ୍ୟଜଣକଙ୍କ ଶୁକ୍ରାଣୁ ବ୍ୟବହାର କରାଯାଇଥିଲା।


ତେବେ ପୀଡ଼ିତ ଦମ୍ପତିଙ୍କ ଅଭିଯୋଗ କ୍ରମେ ଜାତୀୟ ଉପଭୋକ୍ତା ବିବାଦ ନିବାରଣ ଅୟୋଗ ଏଆରଟି କ୍ଲିନିକ ଓ ଡାକ୍ତରଙ୍କ ବିରୋଧରେ ଶୁଣାଣି କରିଛନ୍ତି। ଉକ୍ତ ଦମ୍ପତିଙ୍କ ଜୁନ ୨୦୦୯ ମସିହାରେ ଏଆରଟି ପ୍ରକ୍ରିୟା ମାଧ୍ୟରେ ଯାଆଁଳା ସନ୍ତାନ ହୋଇଥିଲା। ବଡ଼ ହେଲାପରେ  ଯାଆଁଳା ସନ୍ତାନଙ୍କ ବ୍ଲଡ ଗ୍ରୁପ ବାପା ଓ ମା’ କାହାରି ସହିତ ମେଳ ଖାଇଲା ନାହିଁ। ଏହି କାରଣରୁ ଉକ୍ତ ପିଲାଙ୍କ ଡିଏନଏ ପରୀକ୍ଷା କରାଯାଇଥିଲା। ତେବେ ଡିଏନଏ ରିପୋର୍ଟ ଦେଖି ଦମ୍ପତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପିଲା ଦୁହିଁଙ୍କ ଡିଏନଏ ରିପୋର୍ଟ ବାପା ଓ ମା’ କାହାରି ସହିତ ମେଳ ଖାଉ ନଥିଲା।


ଦମ୍ପତିଙ୍କ ଯାଆଁଳା ଦୁଇଝିଅଙ୍କୁ ଏବେ ୧୪ବର୍ଷ ହୋଇଥିବା ବେଳେ ବାପା ଓ ମା’ଙ୍କ ସହିତ ଡିଏନ ମିଶୁ ନଥିବାରୁ ଆଗକୁ ଯାଇ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଏଥିସହିତ ପିଲା ଦ୍ବୟକୁ ଜନ୍ମ ଦେବା ପାଇଁ ବାପା ଓ ମା’ ଅନେକ ଟଙ୍କା ଖର୍ଚ୍ଚ କରିଥିବେ।ଏ ସମସ୍ତ ଦିଗକୁ ଦେଖି ଏହି ଜରିମାନା ଲାଗୁ କରାଯାଇଛି ବୋଲି ଅୟୋଗ କହିଛନ୍ତି।

ପୂର୍ବତନ ଗୁଣୁପୁର ବିଧାୟକଙ୍କୁ ଆଜୀବନ କାରାଦଣ୍ଡ: ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ନେଇ ଥାନାରେ ହୋଇଥିଲା ଅଭିଯୋଗ

 ପୂର୍ବତନ ଗୁଣୁପୁର ବିଧାୟକଙ୍କୁ ଆଜୀବନ କାରାଦଣ୍ଡ: ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ନେଇ ଥାନାରେ ହୋଇଥିଲା ଅଭିଯୋଗ 


 


ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗଙ୍କୁ ମିଳିଛି ଆଜୀବନ କାରାଦଣ୍ଡାଦେଶ । ଆଜି ଭୁବନେଶ୍ୱର କୋର୍ଟରେ ହାଜର ହେବା ପରେ ଦଣ୍ଡବିଧାନ ଶୁଣାଇଛନ୍ତି କୋର୍ଟ । ଦଫା ୩୦୨ ଆଧାରରେ ଆଜୀବନ କାରାଦଣ୍ଡା ସହ ୫୦ହଜାର ଟଙ୍କାର ଜୋରିମାନା ଲଗାଯାଇଛି । ସେହିପରି ୨୦୧ ଦଫା ଆଧାରରେ ୩ ବର୍ଷ ଜେଲଦଣ୍ଡ ଓ ୧୦ହଜାର ଟଙ୍କା ଜୋରିମାନା ଲଗାଯାଇଛି । ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗ । ୧୯୯୫, ଅଗଷ୍ଟ ୨୯ ତାରିଖରେ ପତ୍ନୀ ଶଶୀରେଖା ଗମାଙ୍ଗଙ୍କ ମୃତଦେହ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନର ଶୌଚାଳୟରେ ପଡିଥିବା ନେଇ ରାମମୂର୍ତି ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ପରେ ତଦନ୍ତ ବେଳେ ଜଣାପଡିଥିଲା ଯେ ଶଶୀରେଖାଙ୍କୁ ସ୍ୱାମୀ ରାମମୂର୍ତି ହତ୍ୟା କରିଥିଲେ । ହତ୍ୟାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରିଥିଲେ ରାମମୂର୍ତି । ପତ୍ନୀ ସେତେବେଳେ ୧୫ରୁ ୧୬ ସପ୍ତାହ ଗର୍ଭବତୀ ଥିଲେ ବୋଲି ଜଣାପଡିଥିଲା ।

ଏୟାର ଇଣ୍ଡିଆ ବିମାନରେ ସମସ୍ତଙ୍କ ସାମ୍ନାରେ ପରିସ୍ରା କଲେ ଯାତ୍ରୀ, ଦିଲ୍ଲୀ ଏୟାରପୋର୍ଟରୁ ହେଲେ ଗିରଫ

 ଏୟାର ଇଣ୍ଡିଆ ବିମାନରେ ସମସ୍ତଙ୍କ ସାମ୍ନାରେ ପରିସ୍ରା କଲେ ଯାତ୍ରୀ, ଦିଲ୍ଲୀ ଏୟାରପୋର୍ଟରୁ ହେଲେ ଗିରଫ





ପୁଣି ବିମାନରେ ପରିସ୍ରା କାଣ୍ଡ । ଏୟାର ଇଣ୍ଡିଆ ବିମାନରେ ଯାତ୍ରୀ କରଛନ୍ତି ଅମାନବୀୟ କାଣ୍ଡ । ଏୟାର ଇଣ୍ଡିଆ ବିମାନ ଚଟାଣରେ ପରିସ୍ରା କରି ଗିରଫ ହୋଇଛନ୍ତି ଯାତ୍ରୀ। ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର AIC ୮୬୬ ନଂ ବିମାନରେ ଏପରି ଘଟଣା ଦେଖିବାକୁ ମିଳିଛି ।  ବିମାନଟି ନୂଆଦିଲ୍ଲୀରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ଗିରଫ କରାଯାଇଛି।


ଖବର ମୁତାବକ, ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର AIC ୮୬୬ ନଂ ବିମାନରେ ଏମିତି କାଣ୍ଡ କରିଥିବା  ଯାତ୍ରୀ ଜଣକ ହେଲେ ରାମ ସିଂ ।  ଗତ ୨୪ ତାରିଖରେ ରାମ ସିଂ ଏୟାର ଇଣ୍ଡିଆ ବିମାନରେ ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିଲେ। ମାତ୍ର ମଝି ଆକାଶରେ ସର୍ବସମ୍ମୁଖରେ ବିମାନର ଚଟାଣରେ ପରିସ୍ରା କରିବା ସହ ଛେପ ପକାଇଥିଲେ। ଅନ୍ୟ ଯାତ୍ରୀମାନେ ଏହାକୁ ପ୍ରବଳ ବିରୋଧ କରିଥିଲେ । ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।


ବିମାନରେ ଥିବା କ୍ରୁ ସଦ୍ୟସ ଯାତ୍ରୀଙ୍କୁ ଏହା କରିବାକୁ ବାରଣ କରିଥିଲେ ମଧ୍ୟ ସେ ଖାତିର କରି ନ ଥିଲେ। ଫଳରେ କ୍ରୁ ସଦ୍ୟସ ତୁରନ୍ତ ସମ୍ପୃକ୍ତ ଯାତ୍ରୀଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିବା ସହ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।


ବିମାନଟି ନୂଆଦିଲ୍ଲୀରେ ଅବତରଣ କରିବା ପରେ ଏୟାର ଇଣ୍ଡିଆ ସିକ୍ୟୁରିଟି ଫୋର୍ସ ତୁରନ୍ତ ଯାତ୍ରୀଙ୍କୁ ନେଇ ସ୍ଥାନୀୟ ଥାନାକୁ ଯାଇଥିଲେ। ସେଠାରେ ତାଙ୍କ ନାମରେ ମାମଲା ରୁଜୁ ହେବା ସହ ପୋଲିସ ତାଙ୍କୁ ଗିରଫ କରିଛି।


ତେବେ ଖବର ମୁତାବକ, ଯାତ୍ରୀ ଜଣକ ଆଫ୍ରିକାରେ କୁକ୍‌ ଭାବେ କାମ କରୁଛନ୍ତି । ସେ ଏୟାର ଇଣ୍ଡିଆ ବିମାନରେ ମୁମ୍ବାଇକୁ ଫେରୁଥିଲେ । ବିମାନର କ୍ୟାପଟେନଙ୍କ ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ପୋଲିସ ଧାରା ୨୯୪/୫୧୦ ମାମଲା ଦାଏର କରିଛନ୍ତି । ଯାତ୍ରୀଙ୍କୁ ଗିରଫ କରିବା ପରେ ପୋଲିସ ପଚରାଉଚରା କରି ତାଙ୍କୁ ଜାମିନ ଦିଆଯାଇଛି । ଆଉ ଏହି ମାମଲାର ଯାଞ୍ଚ କରାଯାଉଛି ।


ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏକ ବିମାନରେ ନିଶାଗ୍ରସ୍ତ ଜଣେ ବ୍ୟକ୍ତି ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ଆମେରିକାରୁ ଦିଲ୍ଲୀକୁ ଆସୁଥିବା ବିମାନରେ ଜଣେ ମଦ୍ୟପ ବ୍ୟକ୍ତି ୭୦ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ।


ଡିସେମ୍ବର ୬ ତାରିଖରେ ଏୟାର ଇଣ୍ଡିଆର ପ୍ୟାରିସ- ନୂଆଦିଲ୍ଲୀ ବିମାନରେ ଜଣେ ମହିଳା ଯାତ୍ରୀ ଶୌଚାଳୟ ଯାଇଥିବା ବେଳେ ପାଖରେ ବସିଥିବା ସହଯାତ୍ରୀ ତାଙ୍କ କମ୍ବଳରେ ପରିସ୍ରା କରି ଦେଇଥିଲେ । ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

ସିଗାରେଟ୍‌ ପିଉଥିବା ବେଳେ ଛାତ୍ରଙ୍କୁ ଧରିଲେ ଶିକ୍ଷକ, ଅମାନୁଷିକ ଭାବେ ମାଡ଼ ପରେ ନାବାଳକଙ୍କ ମୃତ୍ୟୁ

 ସିଗାରେଟ୍‌ ପିଉଥିବା ବେଳେ ଛାତ୍ରଙ୍କୁ ଧରିଲେ ଶିକ୍ଷକ, ଅମାନୁଷିକ ଭାବେ ମାଡ଼ ପରେ ନାବାଳକଙ୍କ ମୃତ୍ୟୁ






ବିହାରରେ ସିଗାରେଟ୍‌ ପିଉଥିବା ୧୫ ବର୍ଷୀୟ ଜଣେ ଛାତ୍ର ଶିକ୍ଷକଙ୍କ ହାତରେ ଧରାପଡ଼ିଥିଲେ। ଛାତ୍ର ଜଣକ ଧରାପଡ଼ିବା ପରେ ଶିକ୍ଷକ ତାଙ୍କୁ ଅମାନୁଷିକ ଭାବେ ପିଟିଥିଲେ। ଶିକ୍ଷକଙ୍କ ମାଡ଼ ପରେ ଛାତ୍ର ଗୁରୁତର ହୋଇପଡ଼ିଥିଲେ, ଯାହାପରେ ଚିକିତ୍ସା ସମୟରେ ସେ ଆଖି ବୁଜିଥିଲେ। ସେପଟେ ପୋଲିସ ନାବାଳକ ଛାତ୍ରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ସ୍କୁଲକୁ ସିଲ୍‌ କରିଦେଇଛି।


ସୂଚନା ମୁତାବକ, ମୃତ ଛାତ୍ର ହେଲେ ବଜରଙ୍ଗୀ କୁମାର, ତାଙ୍କ ଘର ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାରେ। ବଜରଙ୍ଗୀ ଶନିବାର ସକାଳେ ନିଜ ମା’ଙ୍କ ମୋବାଇଲ୍‌ ଫୋନ୍‌ ରିପାୟରିଂ କରାଇବା ପାଇଁ ମଧୁବନ ଯାଇଥିଲେ। ପାଖାପାଖି ସାଢ଼େ ୧୧ଟାରେ ଘରକୁ ଫେରିବା ସମୟରେ ସେ ପାଖ ବ୍ରିଜ୍‌ ତଳକୁ ଯାଇ ସାଙ୍ଗମାନଙ୍କ ସହିତ ସିଗାରେଟ୍‌ ପିଉଥିଲେ।


ପରିବାର ଲୋକଙ୍କ କହିବା ହେଲା, ବଜରଙ୍ଗୀ ୧୦ମ ଶ୍ରେଣୀର ଛାତ୍ର ଥିଲେ। ସେ ଏକ ଘରୋଇ ଆବାସିକ ବିଦ୍ୟାଳୟରେ ପାଠ ପଢ଼ୁଥିଲେ। ସ୍କୁଲ ପ୍ରିନ୍ସିପାଲ୍‌ ବଜରଙ୍ଗୀଙ୍କୁ ଯେତେବେଳେ ସିଗାରେଟ୍‌ ପିଉଥିବାର ଦେଖିଥିଲେ, ତ ହଠାତ୍‌ ରାଗି ଯାଇଥିଲେ।


ପରିବାର ଲୋକେ କହିଛନ୍ତି, ସ୍କୁଲ ପ୍ରିନ୍ସିପାଲ୍‌ଙ୍କ ସହିତ ସ୍କୁଲ ଚେୟାରମ୍ୟାନ ମଧ୍ୟ ଥିଲେ, ଯିଏକି ବଜରଙ୍ଗୀଙ୍କ ସମ୍ପର୍କୀୟ। ସେ ନାବାଳକଙ୍କ ବାପାଙ୍କୁ ଡକାଇଥିଲେ ଏବଂ ଏହାପରେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ସ୍କୁଲ ପରିସରକୁ ନେଇଯାଇଥିଲେ। ସେଠାରେ ସେମାନେ ଅନ୍ୟ ଶିକ୍ଷକମାନଙ୍କ ସହିତ ମିଶି ତାଙ୍କୁ ଜୋର୍‌ରେ ପିଟାପିଟି କରିଥିଲେ।


ବଜରଙ୍ଗୀଙ୍କ ମା’ ଓ ଭଉଣୀଙ୍କ ଅଭିଯୋଗ ହେଲା, ଶିକ୍ଷକମାନେ ନାବାଳକଙ୍କ ପୋଷାକ ଖୋଲି ତାଙ୍କୁ ବେଲ୍ଟରେ ପିଟିଥିଲେ। ବଜରଙ୍ଗୀଙ୍କ ବେକ ଓ ବାହୁରେ ଗଭୀର ଆଘାତ ଲାଗିଥିଲା। ଏପରି କି, ତାଙ୍କ ଗୁପ୍ତାଙ୍ଗରୁ ମଧ୍ୟ ରକ୍ତ ବାହାରୁଥିଲା। କୁହାଯାଉଛି ଯେ ବଜରଙ୍ଗୀଙ୍କୁ ଦୁଇ ମାସ ପୂର୍ବେ ସ୍କୁଲ ଛାତ୍ରାବାସରେ ଆଡ୍‌ମିସନ ମିଳିଥିଲା ଏବଂ ସେ ଖରାଛୁଟିରେ ଘରକୁ ଆସିଥିଲେ।

ଆଉ ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପିଏମ୍ ମୋଦି

 ଆଉ ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପିଏମ୍ ମୋଦି








ଆଉ 5 ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପିଏମ୍ ମୋଦି । ମଧ୍ୟପ୍ରଦେଶର ଭୋପାଳ ସ୍ଥିତ ରାଣୀ କମଳାପତି ରେଲୱେ ଷ୍ଟେସନରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ପିଏମ୍ ମୋଦି । ମଧ୍ୟପ୍ରଦେଶରେ ଦୁଇଟି ବନ୍ଦେଭାରତ ଏକ୍ସପ୍ରେସ ଚାଲିବାକୁ ଥିବାବେଳେ କର୍ଣ୍ଣାଟକ, ବିହାର ଏବଂ ଗୋଆରେ ଗୋଟିଏ ଲେଖାଏଁ ଚାଲିବ । 


ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖ ଉପସ୍ଥିତ ଥିଲେ । ବର୍ତ୍ତମାନ ସୁଦ୍ଧା ଭାରତରେ 18ଟି ବନ୍ଦେ ଭାରତ ଚାଲିଥିବାବେଳେ ଏହାକୁ ମିଶାଇ ମୋଟ ବନ୍ଦେ ଭାରତ ଏକ୍ସପ୍ରେସର ସଂଖ୍ୟା 23ରେ ପହଁଚିଛି । ଏହି ଟ୍ରେନ ଘଣ୍ଟା ପ୍ରତି 130 କିମି ବେଗରେ ଚାଲିବାକୁ ଥିବାବେଳେ ଏବେ ଯାତ୍ରୀମାନେ ଖୁବ୍ କମ୍ ସମୟରେ ନିଜର ଗନ୍ତବ୍ୟସ୍ଥଳରେ ପହଁଚିପାରିବେ ।

Tuesday, June 27, 2023

THE KARANA COMMUNITY

THE KARANA COMMUNITY

THE GLORIOUS COMMUNITY OF ODISHA 

The Karan or Karana is a community of scribes

Found in the state of Odisha in India. The post of Karana used to be a professional designation that was occupied by literate members of the lower as well as the higher castes.
They also held Karanam post in some parts of Andhra Pradesh, where they speak Odia and played the similar role in Odisha as that of the Kayasthas of West Bengal and Bihar. Traditionally they were the official record-keepers in the royal courts of the Odia princely states historically (Orissa Tributary States).
 Today they are a politically dominant community and have reigned over the politics of Odisha for 40 years.

During the British colonial era, many Karanas of Odisha had received zamindaris.

 In recent post-Independence era India, they have also played a dominant role in politics. Such is their prominence in politics that many members from the Karan community have been elected as the Chief Ministers of Odisha, hence they are also dubbed as the political caste of Odisha.

Notable person's are 
Biju Pattnaik, Janaki Ballabh Pattnaik, Nabakrushna Choudhary, Naveen Pattanaik

The Karana community of Odisha has had a significant influence on politics and administration in the state since ancient times. Here are some of the notable things about this community:

1. Administrative skills: The Karanas were traditionally known for their administrative skills and were appointed as village heads, tax collectors, and accountants in the past. They were responsible for maintaining law and order in their respective areas. Their expertise in managing finances and resolving disputes made them a popular choice for government positions.

2. Political influence: The Karanas have also played a vital role in politics in Odisha. Many of them have held high positions in the state and national administration. In the present day, several prominent politicians belong to the Karana community in the state.

3. Educational achievements: The Karanas have a rich history of educational achievements. Many of them excelled in various fields like literature, philosophy, and science. Some of them pursued higher studies abroad and returned to the state as scholars.

4. Cultural contributions: The Karana community has made significant contributions to the cultural heritage of Odisha. Their music, dance, and theater are among the most revered in the state. They have also contributed to the development of Odissi classical dance and music.

In summary, the Karana community of Odisha has had a significant impact on the state's politics, administration, education, and culture. Their skills, expertise, and cultural legacy have made them an indispensable part of the state's social fabric.

Adv Jagannath Mohanty

ମୌସୁମୀ ବର୍ଷା ପ୍ରଭାବରେ ବହୁ ଅଞ୍ଚଳ ଜଳମଗ୍ନ l

ମୌସୁମୀ ବର୍ଷା ପ୍ରଭାବରେ ବହୁ ଅଞ୍ଚଳ ଜଳମଗ୍ନ l





 ମୌସୁମି ପ୍ରବାହିତ ହେବା ଦ୍ବାରା ଦେଶର ଅନେକ ରାଜ୍ୟରେ ବର୍ଷାର ତାଣ୍ଡବ ଯୋଗୁଁ ହାହାକାର ପରିସ୍ଥିତି ଦେଖିବାକୁ ମିଳିଛି । ହିମାଚଳ ପ୍ରଦେଶର ମଣ୍ଡି ଓ କୁଲୁରେ ବାଦଲ ଫାଟିବା ଯୋଗୁଁ ବରବାଦିର ଚିତ୍ର ସାମ୍ନାକୁ ଆସିଛି । ଚଣ୍ଡିଗଡ଼- ମନାଲୀ ହାଇୱେରେ ଭୂସ୍ଖଳନ ଯୋଗୁଁ ହାଜର ହଜାର ଗାଡ଼ି ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛନ୍ତି । ବାଦଲ ଫାଟିବା ପରେ ଅଚାନକ ବନ୍ୟା ଆସିବା ଯୋଗୁଁ 3 ନମ୍ବର ଜାତୀୟ ରାଜପଥରେ ବି ଯାତାୟାତ ବନ୍ଦ ହୋଇଯାଇଛି । 


ଉତ୍ତରାଖଣ୍ତରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ କେଦାରନାଥ ଓ ବଦ୍ରିନାଥ ଯାତ୍ରା ବନ୍ଦ ରଖାଯାଇଛି । ଆସାମରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ବ୍ରହ୍ମପୁତ୍ରରେ ବନ୍ୟା ଆସିବା ଯୋଗୁଁ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ଅନେକ ଗାଁରେ ପାଣି ପଶିଯିବା ଯୋଗୁଁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଶିମିଳିପାଳ ଜାତୀୟ ଉଦ୍ୟାନ ରେ ଫୁଟିଛି ରଙ୍ଗିନ ଅର୍କିଡ ଫୁଲ, ରହିଛି ୯୬ ପ୍ରକାରର ଅର୍କିଡ ଲତା

 ଶିମିଳିପାଳ ଜାତୀୟ ଉଦ୍ୟାନ ରେ ଫୁଟିଛି ରଙ୍ଗିନ ଅର୍କିଡ ଫୁଲ, ରହିଛି ୯୬ ପ୍ରକାରର ଅର୍କିଡ ଲତା




କରଞ୍ଜିଆ : ଶିମିଳିପାଳର ନା ଶୁଣିଲେ ଆପେ ଆପେ ମନକୁ ଚାଲିଆସେ ପ୍ରକୃତି କଥା । ଘଞ୍ଚ ଜଙ୍ଗଲ ଓ ସମ୍ପୂର୍ଣ୍ଣ ପ୍ରାକୃତିକ ଶୋଭାରାଜିରେ ପରିବେଷ୍ଟିତ ଶିମିଳିପାଳ । ଭଳିକି ଭଳି ପ୍ରଜାତିର ଗଛ, ଲତା ଓ ପଶୁପକ୍ଷୀଙ୍କୁ ଦେଖିବାକୁ ମିଳେ । ଏପରିକି ଏଠାରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମଧ୍ୟ ରହିଛି । ବର୍ଷା ଆସିଲେ ତ ଏହାର ସୌନ୍ଦର୍ଯ୍ୟ ଆହୁରି ବଢିଯାଏ । ଭଳିକି ଭଳି ଜଙ୍ଗଲି ଫୁଲର ବାସ୍ନାରେ ମହକି ଉଠେ ଏହି ଜାତୀୟ ଉଦ୍ୟାନ । ଦେଶ ତଥା ବିଦେଶରୁ ଛୁଟି ଆସନ୍ତି ପର୍ଯ୍ୟଟକ । ଏହାରି ଭିତରେ ଏବେ ଶିମିଳିପାଳରେ ଆକର୍ଷଣର କେନ୍ଦ୍ର ପାଲଟିଛି ଦୁର୍ଲଭ ଅର୍କିଡ ଫୁଲ । ଏଠାରେ ୯୬ ପ୍ରକାରର ଅର୍କିଡ ଗଛ ଦେଖିବାକୁ ମିଳେ । ଅର୍କିଡ ଏକ ଲତା ପ୍ରଜାତିର । ଯେ କୌଣସି ବଡ଼ ଗଛକୁ ସାହାରା କରି ଏହି ଲତା ବଢିଥାଏ । ଏହି ଗଛର ଫୁଲ ଦୁର୍ଲଭ । ସବୁ ସ୍ଥାନରେ ଏହା ଦେଖିବାକୁ ମିଳି ନଥାଏ । ଦେଶରେ ଏପରି କିଛି ସ୍ଥାନ ରହିଛି ଯେଉଁଠି ଅର୍କିଡ ଫୁଲ ଫୁଟିଥାଏ । ସମୟ ଅନୁଯାୟୀ ଅଲଗା  ଅଲଗା ରଙ୍ଗର ଫୁଲ ଫୁଟିଥାଏ ଏଠାରେ ।


ବର୍ଷା ଆସି ସାରିଛି । ଆଉ ଏହାରି ଭିତରେ ଭଳିକି ଭଳି ପ୍ରଜାତି, ବିଭିନ୍ନ ରଙ୍ଗର ଅର୍କିଡ ଫୁଟିଛି ଏହି ଉଦ୍ୟାନରେ । ଯିଏ ବି ଦେଖିବ ସେ ପ୍ରକୃତି ପ୍ରେମରେ ବିମୋହିତ ହୋଇ ଉଠିବ । ଆଖିକୁ ସେଠାରୁ ଜମା ହଟାଇ ପାରିବେନି । ଇଚ୍ଛା ହେବ ପ୍ରକୃତିର ଏହି ସୁନ୍ଦର ସୃଷ୍ଟିକୁ କେବଳ ଦେଖୁଥାଏ । ଫେବୃଆରୀଠୁ ଆରମ୍ଭ କରି ଅକ୍ଟୋବର ପର୍ୟ୍ୟନ୍ତ ଭଳିକି ଭଳି ରଙ୍ଗର ଫୁଲ ଫୁଟିଥାଏ । 

ଅର୍ଥାତ ଖରା ଓ ବର୍ଷା ଉଭୟ ଋତୁରେ ଏହି ଫୁଲକୁ ଆପଣ ଦେଖିବାକୁ ପାଇବେ । ଏହାର ବିଶେଷ ଗୁଣ ହେଲା ଏହି ଫୁଲ ଥରେ ଫୁଟିଲେ ମାସେ ପର୍ଯ୍ୟନ୍ତ ରହିଥାଏ । ଅଭୟାରଣ୍ୟର ଗୁଡ଼ିଗୁଡ଼ିଆ ଠାରେ ୧୯୭୮ରେ ଅର୍କିଡ ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । 

ଏହିଗଛ ଶୀତଳ ଓ ଥଣ୍ଡା ପରିବେଶରେ ଭଲଭାବେ ବଢିଥାଏ । ସେଥିପାଇଁ ଶିମିଳିପାଳରେ ଏହି ଲତା ଅଧିକ ପରିମାଣରେ ଦେଖିବାକୁ ମିଳେ । କେବଳ ଯେ ସୌନ୍ଦର୍ଯ୍ୟ ପାଇଁ ନୁହେଁ ଏହି ଲତାର ଅନେକ ଔଷଧୀୟ ଗୁଣ ରହିଛି । 

ଏହାର ଚାହିଦା ବଢୁ ଥିବାରୁ ଶିମିଳିପାଳର ପାଟବିଲରେ ଆଉଏକ ଅର୍କିଡ ସଂରକ୍ଷଣ କେନ୍ଦ୍ର ଖୋଲାଯାଇଛି । ଆପଣ ବି ଶିମିଳିପାଳ ଆସି ଏହାର ସୌନ୍ଦର୍ଯ୍ୟର ମଜା ନିଅନ୍ତୁ ।

ଚାଲୁଥିବା ଟ୍ରେନରେ ଗୁପଚୁପ ବିକ୍ରି, ଖାଇବା ପାଇଁ ଲାଗିଲା ଯାତ୍ରୀଙ୍କ ଭିଡ଼

 ଚାଲୁଥିବା ଟ୍ରେନରେ ଗୁପଚୁପ ବିକ୍ରି, ଖାଇବା ପାଇଁ ଲାଗିଲା ଯାତ୍ରୀଙ୍କ ଭିଡ଼



ଭାରତୀୟ ଲୋକମାନେ ଷ୍ଟ୍ରିଟ ଫୁଡ ଖାଇବା ପାଇଁ ଅଧିକ ପସନ୍ଦ କରିଥାନ୍ତି । କିଛି ଲୋକଙ୍କ ଡାଏଟ ଏହି ଷ୍ଟ୍ରିଟ ଫୁଡ ପାଇଁ ଭାଙ୍ଗି ଯାଏ । ଖାଦ୍ୟ ମଧ୍ୟରୁ ଷ୍ଟ୍ରିଟ ଫୁଡର ଚାହିଦା ଅଧିକ ରହିଛି । କିନ୍ତୁ ଏହି ଷ୍ଟ୍ରିଟ ଫୁଡ ମଧ୍ୟରୁ ଗୁପଚୁପ ଅନ୍ୟତମ । ଗୁପଚୁପ ଏମିତି ଏକ ଖାଦ୍ୟ ଯାହାକୁ ଖାଇବା ପାଇଁ ସମୟ ଦେଖା ଯାଇ ନଥାଏ । ପିଲା ଠୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଗୁପୁଚୁପ ଖାଇବାକୁ ଭଲ ପାଇଥାନ୍ତି । ସ୍ୱାସ୍ଥ୍ୟ କଥା ନଭାବି ସମସ୍ତେ ଏହାକୁ ଖାଇଥାନ୍ତି । ତେବେ ଯାତ୍ରା କରିବା ସମୟରେ ଗୁପଚୁପ ଖାଇବା ପାଇଁ ଅଧିକ ଆଗ୍ରହ ହୋଇଥାଏ । କିନ୍ତୁ ଆପଣ ଟ୍ରେନରେ ଯାତ୍ରା କରିବା ସମୟରେ କେବେ ଗୁପଚୁପ ଖାଇଛନ୍ତି କି ? କଥାଟି ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଜଣେ ବ୍ୟକ୍ତି ଚାଲୁଥିବା ଟ୍ରେନରେ ହିଁ ଗୁପଚୁପ ବିକ୍ରି କରିବା ଆରମ୍ଭ କରିଥିଲେ ।


ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ମୋବାଇଲ ବ୍ୟବହାରକାରୀ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଭାଇରାଲ ହୋଇଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଚାଲୁଥିବା ଟ୍ରେନରେ ହିଁ ଗୁପଚୁପ ବିକ୍ରି କରିବା ଆରମ୍ଭ କରିଥିଲେ । ଗୁପଚୁପ ପାଇଁ ଆବଶ୍ୟକ ଥିବା ସମସ୍ତ ଜିନିଷ ଦୋକାନୀ ପାଖରେ ଥିବା ନଜର ଆସିଛି । ଚଟପଟା ପାଣି, ମିଠା ଚଟଣୀ ସହ ପାମ୍ପୁଡ଼ି ଏବଂ ଚଣା ରହିଥିବା ଦେଖାଯାଇଛି । ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଗୁପଚୁପ ବିକ୍ରି କରୁଥିବା ବ୍ୟକ୍ତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । କିଛି ଲୋକ ଭିଡିଓ କରୁଥିବାବେଳେ କିଛି ଲୋକ ଗୁପୁଚୁପ ଖାଇବାରେ ଲାଗି ପଡ଼ିଥିଲେ ।


ଭାଇରାଲ ହୋଇଥିବା ଏହି ଭିଡିଓରେ ଆପଣମାନେ ଟ୍ରେନର ଗତିକୁ ଦେଖି ପାରିବେ । କିନ୍ତୁ ବ୍ୟକ୍ତି ଜଣଙ୍କ ନିର୍ଭୟରେ ଗୁପଚୁପ ବିକ୍ରି କରିବାରେ ଲାଗିଥିଲେ । ଏହି ଭିଡିଓ କେଉଁ ସ୍ଥାନର ତାହା ଜଣା ପଡ଼ି ନାହିଁ । ଏହି ଭିଡିଓରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ଲୋକ ଗୁପଚୁପ ବିକ୍ରି କରୁଥିବା ବ୍ୟକ୍ତିର ପ୍ରଶଂସା କରିଥିବାବେଳେ କିଛି ଏହାକୁ ଭୁଲ ବୋଲି କହିଛନ୍ତି ।

Monday, June 26, 2023

ଦିଗପହଣ୍ଡି : ଦୁଇ ବସ ମୁହାଁମୁହିଁ, ୧୨ ମୃତ

 ଦିଗପହଣ୍ଡି : ଦୁଇ ବସ ମୁହାଁମୁହିଁ, ୧୨ ମୃତ



ବ୍ରହ୍ମପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଚାଲିଗଲା ୧୨ଜଣଙ୍କ ଜୀବନ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ । ଆହୁରି ଛଅ ଜଣଙ୍କୁ ଆହତ ଅବସ୍ଥା ରେ ବ୍ରହ୍ମପୁର ଏମ କେ ସି ଜି କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଧାନାନ୍ତର କରାଯାଇଛି ।


ମୃତକଙ୍କ ମଧ୍ୟରେ ୭ ଜଣ ଗୋଟିଏ ପରିବାର ଓ ସମ୍ପର୍କୀୟ ଥିବା ଜଣାଯାଇଛି । ସମସ୍ତେ ଏକ ବିବାହ ପାର୍ଟିରେ ଯୋଗ ଦେଇ ଏକ ଘରୋଇ ବସରେ ଫେରୁଥିଲେ । ପାଟପୁର ଥାନା ଖଣ୍ଡ ଦେଉଳି ଗାଁ ର ଏକ ପରିବାର ର ଝିଅ ବାହାଘର ପରେ ବ୍ରହ୍ମପୁର ରେ ଝିଅ ଛାଡିବା ପାଇଁ ଏକ ମିନି ବସ ରେ ଯାଇ ଫେରୁଥିଲେ ।


ଝିଅ ଛାଡି ଭୋଜି ଖାଇ ରାତିରେ ଖଣ୍ଡ ଦେଉଳି ଫେରୁଥିବା ବେଳେ ସାଢେ ବାର ଟା ବେଳେ ରାୟଗଡା ଜିଲ୍ଲା ଗୁଡାରି ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା OSRTC ବସ ମୁହାଁମୁହିଁ ଧକ୍କା ଦେଇଥିଲା ମିନି ବସ କୁ । ଦୁର୍ଘଟଣା ଖବର ପାଇ 108 ଆମ୍ବୁଲାନ୍ସ ଓ ଦିଗପହଣ୍ଡି, ସାନ ଖେମୁଣ୍ଡି ଦମକଳ ବାହିନୀ ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲେ ।


ଭୟଙ୍କର ଦୁର୍ଘଟଣା ରେ ମିନି ବସ ଟି ରାସ୍ତା ଉପରେ ବହୁ ଦୁରକୁ ଛିଟିକି ପଡିଥିଲା-ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛନ୍ତି । ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଏସପି, ବ୍ରହ୍ମପୁର ଉପ ଜିଲ୍ଲାପାଳ ଏମକେସିଜି ମେଡିକାଲରେ ପହଞ୍ଚି ଆହତ ମାନଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।


ଦୁର୍ଘଟଣାରେ ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ଅବସ୍ଥାରେ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆହତଙ୍କ ଅବସ୍ଥା ସ୍ଥିର ରହିଛି । ଆହତ ଯାତ୍ରୀ ମାନେ କିଭଳି ସମସ୍ତ ପ୍ରକାରର ସୁବିଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି।


ମୃତ୍ୟୁ ବରଣ କରିଥିବା ସମସ୍ତ ଯାତ୍ରୀଙ୍କ ତୁରନ୍ତ ମୃତଦେହକୁ ବ୍ୟବଚ୍ଛେଦ କରାଯିବ ସେ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ରାଶି ଦେବା ପାଇଁ ଘୋଷଣା କରାଯାଇଛି ।

Sunday, June 25, 2023

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ



ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା । ଏଥିପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରପଡ଼ା, କଟକ, ଢେଙ୍କାନାଳ ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । 


ସେହିପରି ପରବର୍ତ୍ତୀ ୨ ଦିନରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୭ ଓ ୨୮ ତାରିଖ ବେଳକୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପଶ୍ଚିମବଙ୍ଗରେ ବଡ଼ ରେଳ ଦୁର୍ଘଟଣା,

 ପଶ୍ଚିମବଙ୍ଗରେ ବଡ଼ ରେଳ ଦୁର୍ଘଟଣା, ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି



ପୁଣି ଟ୍ରେନ୍‌ ଟ୍ରାଜେଡି । ପଶ୍ଚିମବଙ୍ଗରେ ବଡ଼ ରେଳ ଦୁର୍ଘଟଣା । ବାଙ୍କୁଡାରେ ଦୁଇ ମାଲବାହୀ ଗାଡ଼ି ମୁହାଁମୁହିଁ । ଦୁର୍ଘଟଣାରେ ୧୩ଟି ଓ୍ଵାଗନ ଲାଇନଚ୍ୟୁତ ହୋଇଛି। ଖଡ଼ଗପୁର-ବଙ୍କୁରା-ଆଦ୍ରା ଲାଇନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି। ଆଜି ଭୋର ୪ଟା ବେଳେ ଏହି ଅଘଟଣ ଘଟିଛି । ସୂଚନା ଅନୁସାରେ ଗୋଟିଏ ମାଲଗାଡିକୁ ଆଉ ଏକ ମାଲଗାଡି ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ମାଲଗାଡ଼ିର ଜଣେ ଲୋକ ପାଇଲଟ ଆହତ ହୋଇଛନ୍ତି।

Saturday, June 24, 2023

ସମୁଦ୍ରରେ ଭାସମାନ ସହର ନିର୍ମାଣ କରିବ ଜାପାନ

 ସମୁଦ୍ରରେ ଭାସମାନ ସହର ନିର୍ମାଣ କରିବ ଜାପାନ




ଅତ୍ୟାଧୁନିକ ଟେକ୍ନୋଲୋଜି ମଣିଷର ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି । ଦୁନିଆରେ ତୀବ୍ର ଗତିରେ ହେଉଥିବା ପରିବର୍ତ୍ତନ ପଛରେ ଟେକ୍ନୋଲୋଜି ରହିଛି । ମଣିଷ ପୂର୍ବରୁ ସାମାନ୍ୟ ଡଙ୍ଗା ତିଆରି କରିବା ପାଇଁ ଅନେକ ସଂଘର୍ଷ କରିଥିଲା । କିନ୍ତୁ ବର୍ତ୍ତମାନ ସେହି ମଣିଷ ସମୁଦ୍ରରେ ଭାସମାନ ସହର କରିବା ପାଇଁ ପ୍ରସ୍ତୁତ ହେଉଛି । ତେବେ ଆମେ ଯେଉଁ ସହର ବିଷୟରେ କହିବାକୁ ଯାଉଛୁ ତାହା ଜାପାନରେ ନିର୍ମାଣ କରାଯାଉଛି । ଏହା ହେଉଛି ସେହି ଦେଶ ଯାହା ପରମାଣୁ ଆକ୍ରମଣର ଶିକାର ହୋଇଥିଲା । କିନ୍ତୁ ଅନ୍ୟ ଦେଶମାନଙ୍କ ଟେକନିକକୁ ପଛରେ ପକାଇ ଏହି ଦେଶ ଟେକ୍ନୋଲୋଜିର ଶିଖରକୁ ଛୁଇଁଛି ।


ସମୁଦ୍ର ମଝିରେ ନିର୍ମାଣ ହେଉଥିବା ଏହି ଫ୍ଲୋଟିଙ୍ଗ ସିଟିର ନାମ ହେଉଛି ଡୋଗେନ ସିଟି । ଏହି ସହରରେ ସେହି ସମସ୍ତ ସୁବିଧା ଉପଲବ୍ଧ ହେବ ଯାହା ଅନ୍ୟ ସହରମାନଙ୍କରେ ରହିଛି । ଏହି ଭାସମାନ ସହରରେ ଖେଳାଳୀମାନଙ୍କ ପାଇଁ ଷ୍ଟାଡିଅମ ରହିବ । ଛୋଟ ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ପାର୍କ ହେବ । ଏଠାରେ ରହିବା ପାଇଁ ସୁନ୍ଦର ହୋଟେଲମାନ ପ୍ରସ୍ତୁତ କରାଯିବ । ଏହି ସହରକୁ ନିର୍ମାଣ କରୁଥିବା କମ୍ପାନୀ କହିଛି ଯେ, ଏହି ସହରରେ ପାଖାପାଖି ୪୦ ହଜାର ଲୋକ ରହି ପାରିବେ ।


ଏହି ସହରକୁ ନିର୍ମାଣ କରୁଥିବା କମ୍ପାନୀ କହିବା ଅନୁସାରେ ଏହି ସହର ତିନି ଭାଗରେ ନିର୍ମାଣ କରାଯାଉଛି । ଏହି ସହରର ପ୍ରଥମ ଭାଗରେ ଆଉଟର ରିଙ୍ଗ ରହିବ । ଏଥିରେ ଲୋକମାନଙ୍କ ପାଇଁ ବାସସ୍ଥାନ, ପାଣି ବ୍ୟବସ୍ଥା, ଏନର୍ଜି ବ୍ୟବସ୍ଥା ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ରହିବ । ସେହିପରି ଅନ୍ୟ ଭାଗରେ ସମୁଦ୍ର ଉପରେ ଭାସମାନ ଘର ନିର୍ମାଣ କରାଯିବ ଏବଂ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କରାଯିବ । ସହରର ମଧ୍ୟ ଭାଗରେ ନୌକା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ସୁବିଧା କରାଯିବ ।


ଏହି ସହରରେ ମେଡିକାଲର ସମସ୍ତ ସୁବିଧା ରହିଛି । ଜାପାନ ବାସିନ୍ଦା ଏହାକୁ ‘ମେଡିକାଲ ସିଟି ଅଫ ଦ ସି’ ମଧ୍ୟ କହୁଛନ୍ତି । ଏହି ସହରକୁ ନିର୍ମାଣ କରୁଥିବା କମ୍ପାନୀ କହିବା ଅନୁସାରେ ଏହି ସହରକୁ ମେଡିକାଲ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରାଯାଉଛି । ୨୦୩୦ ସୁଦ୍ଧା ଏହି ମେଡିକାଲ ସିଟି ପ୍ରସ୍ତୁତ ହୋଇଯିବ ।

ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଗିରଫ

 ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ



କୁବେର ଅତିରିକ୍ତ ଉପଜିଲ୍ଲାପାଳ ଗିରଫ। ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ। ଆଜି ତାଙ୍କୁ ସୁନ୍ଦରଗଡ଼ ଭିଜିଲାନ୍‌ସ କୋର୍ଟରେ ହାଜର କରାଯିବ । ଏଥିପାଇଁ ତାଙ୍କୁ ସୁନ୍ଦରଗଡ଼ ଆଣିଛି ଭିଜିଲାନ୍ସ । ଆୟଠାରୁ ୫ଶହ ପ୍ରତିଶତରୁ ଅଧିକ ସଂପତ୍ତିର ମାଲିକ ପ୍ରଶାନ୍ତ । ତାଙ୍କ ପାଖରେ ୫ରୁ ୬ଟି ବେନାମୀ ଆକାଉଣ୍ଟ ରହିଛି । ତାଙ୍କର ୫କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠାବ ହୋଇଛି। କେବଳ ନଗଦ ଟଙ୍କା ମିଳିଛି ୩କୋଟିରୁ ଅଧିକ।

ଭୁବନେଶ୍ୱରରେ ଘର ସହ ୫ଟି ପ୍ଲଟ ଓ ୨ଟି ଦାମୀ କାର ଠାବ ହୋଇଛି। ରେଡ ବେଳେ ପ୍ରଶାନ୍ତଙ୍କ ଅଚଳାଚଳ ସଂପତ୍ତି ଦେଖି ଚକିତ ହୋଇଥିଲା ଭିଜିଲାନ୍‌ସ। ଏତେ ପରିମାଣର ନଗଦ ଟଙ୍କା ଦେଖି ତାଜୁବ ହୋଇଥିଲେ ତଦନ୍ତକାରୀ ଅଧିକାରୀ। ଟଙ୍କା ସହ ଜବତ ହୋଇଛି ସୁନା ଅଳଙ୍କାର ଓ ସୁନା ବିସ୍କୁଟ । ଗତକାଲି ପ୍ରଶାନ୍ତଙ୍କ ନବରଙ୍ଗପୁର ସ୍ଥିତ ସରକାରୀ ବାସଭବନ ଓ ଅଫିସ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢଉ କରିଥିଲା ଭିଜିଲାନ୍‌ସ । ଓଡ଼ିଶା ଭିଜିଲାନ୍‌ସ ଇତିହାସରେ ଏହା ଦ୍ୱିତୀୟ ସର୍ବବୃହତ ଟଙ୍କା ଜବତ ଘଟଣା ବୋଲି ଜଣାପଡ଼ିଛି ।


୧୯୯୬ ମସିହାର OAS ଅଧିକାରୀ ପ୍ରଶାନ୍ତ ରାଉତ । ଯାଜପୁର, କେନ୍ଦ୍ରାପଡ଼ାର ତହସିଲଦାର ଭାବରେ କାର୍ଯ୍ୟ କରିଥିଲେ । ବାଲେଶ୍ୱର, ବରଗଡ, ଯାଜ୍‌ପୁର, କଟକ ଓ କେନ୍ଦ୍ରାପଡାର ବିଡିଓ ଥିଲେ । ୨୦୧୮ରେ ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ବ୍ଲକ୍‌ ବିଡ଼ିଓ ଥିବା ବଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ । ଏହାପରେ ଚାକିରିରୁ ନିଲମ୍ବିତ ହୋଇଥିଲେ । ପୁଣି ଥରେ ତାଙ୍କୁ ୨୦୨୦ରେ ଅତିରିକ୍ତ ଉପ ଜିଲ୍ଲପାଳ ଭାବେ ନବରଙ୍ଗପୁରରେ ଅବସ୍ଥାପିତ କରାଯାଇଥିଲା ।

ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

 ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ





ପୁରୀ :  ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ପଞ୍ଚମ ଦିନ। ଆଜି ହେରା ପଞ୍ଚମୀ। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥଯାତ୍ରାରେ ଆସିଥିବା ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ରାଗ ଜର୍ଜରିତ ହୋଇ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀ ବାହାରି ଗୁଣ୍ଡିଚା ମନ୍ଦିର ଆସିବେ। ସେଠାରେ ହେରା ପଞ୍ଚମୀ ନୀତି କରାଯିବ। ମାନବୀୟ ଲୀଳା ଭଳି ଏହି ନୀତିରେ ଦେଖିବାକୁ ମିଳେ ପତି ପତ୍ନୀ ଭିତରେ ମାନ ଅଭିମାନ ।


କାହିଁକି ଭାଇ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିର ଆସିଲେ ଓ ତାଙ୍କୁ ସାଙ୍ଗରେ ଆଣିଲେ ନାହିଁ ସେଇ ଅଭିମାନରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ରାଗ କରି ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଆସିବେ । ତେବେ ପ୍ରଭୁଙ୍କ ସାକ୍ଷାତ ନପାଇ ନନ୍ଦିଘୋଷ ରଥ ଭାଙ୍ଗି ପୁଣି ଶ୍ରୀମନ୍ଦିରକୁ ଫେରିଯିବେ। ଶ୍ରୀଜୀଉଙ୍କ ରଥଯାତ୍ରାରେ ହେରାପଞ୍ଚମୀ ହେଉଛି ଏକ ଅନନ୍ୟ ପରମ୍ପରା । ଏପଟେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ରୀତିନୀତି ଏବଂ ଦର୍ଶନ ଚାଲିଛି । ଆସନ୍ତାକାଲି ତିନି ରଥକୁ ଦକ୍ଷିଣ ମୋଡ ଦିଆଯିବ।

ରାଜଧାନୀରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ଅଭିଯୁକ୍ତ ଗିରଫ

 ରାଜଧାନୀରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ଅଭିଯୁକ୍ତ ଗିରଫ



ଭୁବନେଶ୍ବର - ରାଜଧାନୀରେ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣା । ଅଭିଯୁକ୍ତ ରମେଶ ବାରିକ ଗିରଫ । କେନ୍ଦ୍ରାପଡାରୁ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଦୁଇ ଦିନ ପୂର୍ବରୁ ଯୁବତୀଙ୍କୁ ଛୁରା ମାଡ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ହେଉଛନ୍ତି ଜଗତସିଂହପୁର ନାଉଗାଁର ବୈଜୟନ୍ତୀ ସାହୁ । ୮ ଦିନ ହେବ ସେ ରାଜଧାନୀର ଜିଜିପି କଲୋନୀରେ ଥିବା ଫାୟାର ସେଫ୍ଟିରେ ରିସେପସନିଷ୍ଟ ଭାବେ ଚାକିରୀ କରୁଥିଲେ ।


ସେଠାରେ ପୂବ ର୍ରୁ କାମ କରୁଥିବା ଜଣେ ସିକ୍ୟୁରିଟି ରମେଶ ବାରିକ କୌଣସି କଥାକୁ ନେଇ ବୈଜୟନ୍ତୀଙ୍କୁ ଛୁରୀରେ ଆକ୍ରମଣ କରିଥଲେ । ବୈଜୟନ୍ତିଙ୍କ ପେଟରେ ଗଭୀର କ୍ଷତ ହୋଇଥିଲେ ବେଳେ ପ୍ରଥମେ ଭୁବନେଶ୍ୱର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏନେଇ କଂପାନୀ ପକ୍ଷରୁ ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ତଦନ୍ତ ଜାରି ରହିଥିବା ବେଳେ ପରିବାର ଲୋକେ ମୃତଦେହକୁ ଥାନା ଆଗରେ ରଖି ଦୋଷୀକୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ଭିଜିଲାନ୍ସ ଜାଲରେ କୋଟିପତି ଉପଜିଲ୍ଲାପାଳ

 ଭିଜିଲାନ୍ସ ଜାଲରେ କୋଟିପତି ଉପଜିଲ୍ଲାପାଳ

ତାଜୁବ କଲା ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ପତ୍ତି: ପଡୋଶୀଙ୍କ ଛାତ ଉପରୁ ଜବତ ହେଲା ପେଟିପେଟି ଟଙ୍କା



ଭୁବନେଶ୍ୱର  : ଭିଜିଲାନ୍ସ ଜାଲରେ କୋଟିପତି ଉପଜିଲ୍ଲାପାଳ । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଅଫିସ ଓ ବାସଭବନରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍‌। କାନନବିହାରସ୍ଥିତ ଘରେ ଚଢ଼ାଉ ବେଳେ ପଡୋଶୀଙ୍କ ଛାତ ଉପରୁ ମିଳିଛି ପେଟି ପେଟି ଟଙ୍କା । ୬ଟି ପେଟିରୁ ବିଡ଼ାବିଡ଼ା ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍‌। ୬ଟି ପେଟିରେ ରହିଛି ୫୦୦ ଟଙ୍କିଆ ନୋଟ୍‌। ଏହାସହ ସୁନା ବିସ୍କୁଟ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସକୁ ୨ କୋଟିରୁ ଅଧିକ ଟଙ୍କା ମିଳିଥିବା ସୂଚନା ରହିଛି ।


ଭିଜିଲାନ୍ସ ଟିମ୍ ଚଢାଉ କରିବା ପାଇଁ ଆସିବା ବେଳେ ତରବରିଆ ଭାବେ ଏହି ଟଙ୍କା ଭର୍ତ୍ତି ପେଟି ଗୁଡିକ ପ୍ରଶାନ୍ତ ରାଉତଙ୍କ ଘରକୁ ଲାଗି ରହିିଥିବା ଆଉ ଏକ ଘର ଛାତ ଉପରକୁ ଫିଙ୍ଗି ଦିଆଯାଇଥିଲା । ଏହି ସବୁକୁ ଜବତ କରିଛି ଭିଜିଲାନ୍ସ । ତେବେ ପଡୋଶୀ ଘର ସଦସ୍ୟ ଏନେଇ କିଛି ସ୍ପଷ୍ଟ ଉତ୍ତର ରଖିପାରିନାହାନ୍ତି ଯେ ଟଙ୍କା କେଉଁଠୁ ଆସିଲା ।


ସେପଟେ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ଘର ଓ ଭୁବନେଶ୍ୱର ସ୍ଥିତ କାନନବିହାର ଘରେ ଚଢ଼ାଉ ଜାରି ରହିଛି। ଚଢାଉରେ ସାମିଲ ଅଛନ୍ତି ୯ଟି ଟିମ୍‌। ସୁନ୍ଦରଗଡ଼ ଭିଜିଲାନ୍‌ସ ସ୍ପେଶାଲ ଜଜଙ୍କ ୱାରେଣ୍ଟ ବଳରେ ଭିଜିଲାନ୍‌ସ ପକ୍ଷରୁ ଏହି ରେଡ କରାଯାଇଛି । ରେଡ୍‌ରେ ୨ ଅତିରିକ୍ତ ଏସ୍‌ପି, ୭ DSP, ୮ ଇନ୍ସପେକ୍ଟର ସାମିଲ ଅଛନ୍ତି।

Friday, June 23, 2023

ରାଇରଙ୍ଗପୁରରେ ରଥଯାତ୍ରା

ରାଇରଙ୍ଗପୁରରେ ରଥଯାତ୍ରା : ଗୁଣ୍ଡିଚା ଘରକୁ ଯିବା ବାଟରେ ଅଟକିଲେ ମହାପ୍ରଭୁ
ଦ୍ୱିତୀୟ ଦିନରେ ରଥ ଟାଣିବେ କେବଳ ମହିଳା

 
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପ୍ରଷିଦ୍ଧ ରଥଯାତ୍ରା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଭାଇଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଯାଉଥିବା ବେଳେ ଅଧା ବାଟରେ ଅଟକିଛନ୍ତି। ମୁଖ୍ୟ ପୂଜକଙ୍କ ଦ୍ବାରା ଠାକୁରଙ୍କ ରୀତିନୀତି, ଦ୍ବାରପାଳ ପୂଜା, ସୂର୍ଯ୍ୟପୂଜା ଏବଂ ଅନ୍ୟାନ୍ୟ ପୂଜା ସମ୍ପନ୍ନ ପରେ ସେବାୟତଙ୍କ ଦ୍ବାରା ଗୋଟି ପହଣ୍ଡିରେ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥାରୁଢ ହୋଇଥିଲେ। ଏକ ସୁସଜ୍ଜିତ ଘୋଡା ଗାଡ଼ିରେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ଆସି ଛେରା ପହଁରା କରିଥିଲେ।  ସ୍ୱତନ୍ତ୍ର ଅତିଥି ଭାବେ ଜାମ୍ମୁ-କାଶ୍ମୀରର ଉପ-ମୁଖ୍ୟମନ୍ତ୍ରୀ କବିନ୍ଦ୍ର ଗୁପ୍ତା, କେନ୍ଦ୍ରମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଯୋଗଦେଇଥିଲେ।

ଡାହୁକ କୃଷ୍ଣବିହାରୀ ମହାନ୍ତିଙ୍କ ଡାକ ପରେ ଶ୍ରଦ୍ଧାଳୁ ରଥ ଟାଣିଥିଲେ। ହେଲେ ବାଟରେ ମହାପ୍ରଭୁ ଅଟକି ଯାଇଥିଲେ। ରଥଯାତ୍ରା କମିଟିରେ ଥିବା ଉପଜିଲ୍ଲାପାଳ ସରୋଜ କୁମାର ଦାସ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ନଗରପାଳ ଅଭିଷେକ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସେହିପରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଡ଼ଃ. ଦିଗମ୍ବର ଗିରି, ସଚ୍ଚିକାନ୍ତ କର, ରଞ୍ଜନ କୁମାର ନନ୍ଦ, ତିମିର ରଞ୍ଜନ ପଣ୍ଡା, ପୁଷ୍ପାଞ୍ଜଳି ତ୍ରିପାଠୀ, ପୁଷ୍ପାଲତା ମହାନ୍ତି, ଲଳିତ ମହାନ୍ତ, ଭୀମ ଚରଣ ପାତ୍ର, ନିଗମାନନ୍ଦ ପଟ୍ଟନାୟକ, ବିଜୟ ରାମ ପ୍ରମୁଖ ଧାରା ବିବରଣୀ ଦେଇଥିଲେ। କାର୍ଯ୍ୟକ୍ରମ କଚେରୀ ପଡିଆ ବଦଳରେ ବ୍ଲକ ପଡ଼ିଆରେ ହେଉଥିବାରୁ ଭିଡ଼ ନିୟନ୍ତ୍ରଣ ହୋଇଥିଲା ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ତେବେ ରଥଯାତ୍ରା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ପୌରପରିଷଦ ଏବଂ ବିଭିନ୍ନ ସଂସ୍ଥା ପକ୍ଷରୁ ଅନ୍ନ ପ୍ରସାଦ, ଦହି ଓ ଲେମ୍ବୁ ସରବତ ବଣ୍ଟନ କରାଯାଇଥିଲା।

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ, ଆଜି ଆଡ଼ପ ମଣ୍ଡପ ବିଜେ

 ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ, ଆଜି ଆଡ଼ପ ମଣ୍ଡପ ବିଜେ




ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଁଞ୍ଚିଛନ୍ତି ତିନିରଥ। ମଙ୍ଗଳବାର ଶ୍ରୀ ଜୀଉମାନଙ୍କ ରଥଯାତ୍ରା ଅାରମ୍ଭ ହୋଇଥିଲା। ରାତି ହେବାରୁ ନନ୍ଦିଘୋଷ ଓ ଦର୍ପଦଳନ ରଥ ରାସ୍ତାରେ ଅଟକିଥିଲେ। ବୁଧବାର ଏହି ଦୁଇ ରଥକୁ ଟଣାଯାଇ ଶରଧାବାଲି ନିଆଯାଇଛି। ରଥ ଉପରେ ବସି ପ୍ରିୟ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ସେଠାରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି। ଭାବ ଓ ଭକ୍ତିରେ ଉଛୁଳି ଉଠୁଛି ଶରଧାବାଲି। ଗୁରୁବାର ଆଡପ ମଣ୍ଡପରେ ବିଜେ କରିବେ ଦାରୁବ୍ରହ୍ମ। ରଥରେ ସନ୍ଧ୍ୟା ଆଳତି ପରେ ମହାପ୍ରଭୁଙ୍କୁ ପହଣ୍ଡି କରାଯିବ। ରାତି ୧୨ଟା ସୁଦ୍ଧା ବଡଠାକୁର ଶ୍ରୀବଳଭଦ୍ର, କାଳିଆ ଠାକୁର ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନ ଜନ୍ମବେଦୀରେ ଅଧିଷ୍ଠିତ ହେବେ। ଏହାପରେ ଶ୍ରୀ ମଦନ ମୋହନ ଏବଂ ରାମକୃଷ୍ଣଙ୍କୁ ସେଠାରେ ବିଜେ କରାଯିବ। ପହଣ୍ଡି ଶେଷ ହେବା ପରେ ଦଇତାପତିମାନେ ଶ୍ରୀଜୀଉଙ୍କ ରୁନ୍ଧାନୀତି ସମ୍ପର୍ଣ୍ଣ କରିବେ। ଶୁକ୍ରବାରଠାରୁ ଶ୍ରୀଜୀଉଙ୍କୁ ଅନ୍ନବ୍ୟଞ୍ଜନ (ଆଡ଼ପ ଅଭଡା) ଅର୍ପଣ କରାଯିବା ସହ ଶ୍ରୀମନ୍ଦିର ପରି ସେଠାରେ ଅନ୍ୟାନ୍ୟ ନୀତିକାନ୍ତି କରାଯିବ। ଭାଇ ଭଉଣୀଙ୍କ ସହ ଘୋଷଯାତ୍ରାରେ ଯାଇ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଁଞ୍ଚିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ତାଳଧ୍ୱଜରେ ଶ୍ରୀବଳଭଦ୍ର, ନନ୍ଦିଘୋଷରେ ଶ୍ରୀଜଗନ୍ନାଥ ଏବଂ ଦର୍ପଦଳନ ରଥରେ ଦେବୀ ସୁଭଦ୍ରା ବିଜେ କରିଛନ୍ତି। ତିନି ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପ ଦାରୁବ୍ରହ୍ମଙ୍କ ଜନ୍ମବେଦୀ ଭାବେ ପରିଚିତ। ମହାପ୍ରଭୁ ରଥରୁ ସେଠାକୁ ବିଜେ କରିବା ପରେ ଆଡପ ଦର୍ଶନ ପାଇଁ ଭକ୍ତଙ୍କ ସଂଖ୍ୟା ବହୁଗୁଣରେ ବୃଦ୍ଧି ପାଇବ। ଶ୍ରୀଚୈତନ୍ୟଙ୍କ ଅନୁଗାମୀମାନେ ସଂକୀର୍ତ୍ତନ ପରିବେଷଣ କରୁଛନ୍ତି। ଶରଧାବାଲି ଏବଂ ବଡଦାଣ୍ଡର ଆଧ୍ୟାତ୍ମିକ ପରିବେଶ ଦ୍ୱିଗୁଣିତ ହୋଇଛି। କାଳିଆ ଡୋରି ଲାଗିଥିବାରୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଛି।


ଆଗାମୀ ୨୪ ତାରିଖ ଶନିବାର ହେରାପଞ୍ଚମୀ, ୨୫ ତାରିଖ ରବିବାର ରଥ ଦକ୍ଷିଣ ମୋଡ ଏବଂ ୨୭ ତାରିଖ ମଙ୍ଗଳବାର ନବମୀ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ୨୮ ତାରିଖ ବୁଧବାର ବାହୁଡା ବିଜେ କରିବେ ଶ୍ରୀଜୀଉ। ୨୯ ତାରିଖ ଗୁରୁବାର ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥ ଉପରେ ତିନିଠାକୁରଙ୍କୁ ସୁନାବେଶ କରାଯିବ। ୩୦ ତାରିଖରେ ଅଧରପଣା ଭୋଗ କରାଯିବ। ନବଦିନାତ୍ମକ ଘୋଷଯାତ୍ରା ଶେଷକରି ଜୁଲାଇ ୧ ତାରିଖ (ଶନିବାର) ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବାହୁଡିବେ ଚତ୍ରୁର୍ଦ୍ଧାବିଗ୍ରହ। ଏହାକୁ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ କୁହାଯାଏ। ଭକ୍ତଙ୍କ ମେଳରେ ଶ୍ରୀଜୀଉ ବଡଦାଣ୍ଡରେ ଘୋଷଯାତ୍ରା କରୁଥିବାରୁ ଦେଶ ବିଦେଶର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଉତ୍ସବ ମୁଖର ହୋଇଛି ସମଗ୍ର ଶ୍ରୀକ୍ଷେତ୍ର।

ଆଜିଠୁ ୪ ଦିନ ବର୍ଷା ସମ୍ଭାବନା

 ଆଜିଠୁ ୪ ଦିନ ବର୍ଷା ସମ୍ଭାବନା



ଭୁବନେଶ୍ୱର: ଉପକୂଳରେ ପାଗ ବଦଳିଛି। ବୁଧବାର କିଛି ଅଞ୍ଚଳରେ ବର୍ଷା ମଧ୍ୟ ହୋଇଛି। ପଶ୍ଚିମରେ ଗ୍ରୀଷ୍ମ ପ୍ରବାହରେ ସୁଧାର ଆସୁଛି। ତଥାପି ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ହୀରାକୁଦ ଏବଂ ବରଗଡ଼ରେ ତାପମାତ୍ରା ଅଧିକ ରହୁଛି। ଅବଶିଷ୍ଟ ସହର ଗୁଡ଼ିକରେ ତାପମାତ୍ରା ହ୍ରାସ ପାଉଛି। ଆଜିଠାରୁ ଚାରିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସୂଚନା ରହିଛି। ତେବେ ୨୪ରୁ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।


ପାରାଦ୍ବୀପ ରେଡାରରୁ ମିଳିଥିବା ସୂଚନାନୁଯାୟୀ, ବାୟୁମଣ୍ଡଳର ନିମ୍ନ ଭାଗରେ ବାୟୁ ପ୍ରବାହ ଦକ୍ଷିଣ-ପଶ୍ଚିମ ଦିଗରୁ ହେଉଛି। ଏହାଦ୍ବାରା ରାଜ୍ୟକୁ ମୌସୁମୀ ଅଗ୍ରସର ହେବା ନିମନ୍ତେ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଆଗାମୀ ଦୁଇରୁ ତିନିଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ମୌସୁମୀ ଆସିବା ପରେ ତାପମାତ୍ରା ଆହୁରି କମିଯିବ। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଇଥିବାରୁ ତାପମାତ୍ରା ଆଗ ଅପେକ୍ଷା କମିଛି। ଗତଦୁଇ ଦିନରେ କିଛି ଜିଲାରେ ବର୍ଷା ହୋଇଛି ଏବଂ ଆଗାମୀ ଦୁଇ ଦିନରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ପଶ୍ଚିମରେ ବର୍ଷାର ସମ୍ଭାବନା ଥିବାରୁ ତାପମାତ୍ରା ଖସିବାର ସମ୍ଭାବନା ରହିଛି। ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଓଡ଼ିଶା ଉପରେ ଏବେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ର ସମ୍ଭାବନା ଥିବାରୁ ଏଥିପାଇଁ ସତର୍କ ରହିବାକୁ କୁହାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ ଏବଂ ଖୋର୍ଦ୍ଧାକୁ ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବାଲେଶ୍ବରରେ ୪ମିମି ବର୍ଷା ହୋଇଥିବା ବେଳେ ଦାରିଙ୍ଗବାଡି ୧୦, ଭଦ୍ରକ ୭, ଯାଜପୁର ୪, ଢେଙ୍କାନାଳ ୧, ଛତ୍ରପୁର ୪ମିମି ବର୍ଷା ହୋଇଛି। ଆସନ୍ତା ୩ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୫ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।

ପାକିସ୍ତାନ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଖେଳା ଯାଇ ପାରିବ ନାହିଁ ହୋଲି

 ପାକିସ୍ତାନ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ଖେଳା ଯାଇ ପାରିବ ନାହିଁ ହୋଲି



ପାକିସ୍ତାନରର ଉଚ୍ଚ ଶିକ୍ଷା କମିଶନ ଏପରି ଏକ ନୋଟିସ ଜାରୀ କରିଛି ଯାହା ବିଷୟରେ ଜାଣିବା ପରେ ପାକିସ୍ତାନ ଆଗକୁ ଯିବା ପରିବର୍ତେ କିଭଳି ମଧ୍ୟ କାଳକୁ ଆଡକୁ ଯାଉଛି  ସେ ବିଷୟରେ କଳ୍ପନା କରାଯାଇ ପାରେ । କମିଶନ ପାକିସ୍ତାନରେ ଶିକ୍ଷାନୁଷ୍ଠାନ ମାନଙ୍କରେ ହୋଲି ଖେଳା ଯିବା ଉପରେ କଟକଣା ଜାରୀ କରି ଏକ ନୋଟିସ ଜାରୀ କରିଛି । ଏହି ନୋଟିସ ଅନୁସାରେ ଏବେ ପାକିସ୍ତାନର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ହୋଲି ଖେଳା ଯାଇ ପାରିବ ନାହିଁ । ପାକିସ୍ତାନ ଏକ ମୁସଲମାନ ଦେଶ ହୋଇଥିବା କାରଣରୁ ଶିକ୍ଷାନୁଷ୍ଠାନରେ ହୋଲି ଖେଳ ହେଲେ ଏହା ଦେଶର ମୁସଲମାନ ପରିଚୟକୁ ନଷ୍ଟ କରୁଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା କମିଶନଙ୍କ ପକ୍ଷରୁ କୁହାଯାଇଛି । 

କିଛି ଦିନ ତଳେ ପାକିସ୍ତାନର କାଏଦେ- ଆଜମ ବିଶ୍ୱବିଦ୍ୟାଳୟରେ ହୋଲି ଖେଳା ଯାଇ ଥିଲା । ଏହି ବିଶ୍ୱବିଦ୍ୟାଳୟର ଛାତ୍ର ମାନେ କ୍ୟାମ୍ପସରେ ହୋଲି ଖେଳିଥିଲେ । ଏହାର ଫଟୋ ଓ ଭିଡିଓ ମଧ୍ୟ ସେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । 

ପାକିସ୍ତାନର ଶିକ୍ଷା କମିଶନ ଏହି ଘଟଣା ପରେ ହୋଲି ଉପରେ ବ୍ୟାନ ଲଗାଇବାକୁ ନିଷ୍ପତି ନେଇଛି । ଆୟୋଗ ତାର ନୋଟିସରେ କହିଛି ଯେ କ୍ୟାମ୍ପସରେ ହୋଲି ଖେଳା ଯିବା ପାକିସ୍ତାନର ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧର ପରିପନ୍ଥୀ । ଏହା ଦ୍ୱାରା ପାକିସ୍ତାନର ମୁସଲମାନ ପରିଚୟ ଉପରେ କୁଠାରାଘାତ ହେଉଛି । ତେଣୁ ହୋଲି ଖେଳା ଯିବାକୁ ଅନୁମତି ଦିଆଯାଇ ପାରିବ ନାହିଁ  । 


ଦେଖିବାକୁ ଗଲେ ପାକିସ୍ତାନରେ ହିନ୍ଦୁ ମାନଙ୍କୁ ସାଧାରଣ ନାଗରିକ ଭାବେ ମାନ୍ୟତା ନାହିଁ। ପାକିସ୍ତାନରେ ଥିବା ହିନ୍ଦୁ ମାନଙ୍କୁ ଦ୍ୱିତୀୟ ଶ୍ରେଣୀ ନୁହଁ ବରଂ ତୃତୀୟ ଶ୍ରେଣୀର ନାଗରିକ ଭାବେ ବିବେଚନା କରାଯାଏ । ପାକିସ୍ତାନରେ ମୁସଲମାନ ମାନଙ୍କୁ ଯେତେ ଅଧିକାର ରହିଛି ତା ଠାରୁ ଢେର କମ ଅଧିକାର ହିନ୍ଦୁ ମାନଙ୍କର ରହିଛି । ପାକିସ୍ତାନ ପାଠ୍ୟ ପୁସ୍ତକ ମାନଙ୍କରେ ହିନ୍ଦୁ ମାନଙ୍କ  ବିରୁଦ୍ଧରେ ହିନ୍ଦୁ ଧର୍ମ ବିରୁଦ୍ଧରେ ଅନେକ ଘୃଣା ଲେଖା ଯାଇଛି । ପିଲା ମାନଙ୍କୁ ଛୋଟ ବେଳୁ ହିନ୍ଦୁ ମାନଙ୍କ ବିରୁଦ୍ଧରେ ସେଠାରେ ଘୃଣା ପଢା ଯାଇଥାଏ ।  ପାକିସ୍ତାନର ତିନୋଟି ରାଜ୍ୟରେ ହିନ୍ଦୁ ମାନଙ୍କ ସଂଖ୍ୟା ନଗଣ୍ୟ । କେବଳ ସିନ୍ଧରେ କିଛି ଅଧିକ ସଂଖ୍ୟାରେ ହିନ୍ଦୁ ମାନେ ଅଛନ୍ତି । ତେବେ ସେଠାରେ ମଧ୍ୟ  12-14 ବର୍ଷର ହିନ୍ଦୁ ଝିଅ ମାନଙ୍କୁ ମୁସଲମାନ ମାନେ ଅପହରଣ କରି ନେଇଥାନ୍ତି ଓ ଜୋର ଜବରଦସ୍ତି ସେମାନଙ୍କ ସହ ନିକାହ କରି ସେମାନଙ୍କୁ ମୁସଲମାନ କରି ନିଅନ୍ତି । ହିନ୍ଦୁ ପିତା ମାତା ମାନେ ପୋଲିସ ନିକଟକୁ ଗଲେ ପୋଲିସ ସେମାନଙ୍କ ଝିଅକୁ ଅପହରଣକାରୀ ମାନଙ୍କ ଠାରୁ କୁନି କୁନି ଝିଅ ମାନଙ୍କୁ ମୁକୁଳାଇବା ତ ଦୂରର କଥା ସେମାନଙ୍କର ଏଫଆଇଆର ମଧ୍ୟ ରଖି ନ ଥାଏ । ହିନ୍ଦୁ ପରିବାର ମାନେ ସେଠାରେ ସବୁବେଳେ ଭୟର ବାତାବରଣ ମଧ୍ୟରେ ରହିଥାନ୍ତି ।

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...