AFFILIATE MARKETING

https://binomo.com?a=90810425bb57&t=0

Wednesday, February 18, 2026

ଆର ପାରିରେ ଆଳି ବ୍ଲକ ର ପୂର୍ବତନ ଚେୟାରମ୍ଯାନ

କୋଷ୍ଟାଲ୍ ନ୍ୟୁଜ୍ ଓଡ଼ିଆ – ଶୋକ ସମ୍ବାଦ
ଆଳି ଅଞ୍ଚଳର ପ୍ରଖ୍ୟାତ ସମାଜସେବୀ ସ୍ୱର୍ଗତ ନିତ୍ୟାନନ୍ଦ ଧଳଙ୍କର ଗତକାଲି ରାତିରେ ତାଙ୍କ ନିଜସ୍ୱ ବାସଗୃହରେ ଦେହାନ୍ତ ଘଟିଛି। ତାଙ୍କ ଦେହାବସାନରେ ଆଳି ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି।

ଅଶୀ ଦଶକରେ ଯେତେବେଳେ ନିଜକୁ କଂଗ୍ରେସ କର୍ମୀ ବୋଲି ପରିଚୟ ଦେବାକୁ ଲୋକମାନେ ଭୟ କରୁଥିଲେ, ସେତେବେଳେ ନିତ୍ୟାନନ୍ଦ ବାବୁ ସୁଦୂର କଳସପୁର ଗ୍ରାମରୁ ଗୋଟିଏ ପୁରୁଣା ସାଇକେଲ୍‌ରେ ଆଳିକୁ ଆସି ନିଆଳ ର ନିରଞ୍ଜନ ମହାନ୍ତିଙ୍କ ସହିତ ମିଶି ସୁପ୍ତ କଂଗ୍ରେସ କର୍ମୀମାନଙ୍କୁ ସାହସ ଓ ଉତ୍ସାହ ଦେଇ ଦଳକୁ ପୁନର୍ଜୀବନ ଦେଇଥିଲେ। ସେ ସମୟରେ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ନିର୍ଯ୍ୟାତନାର ସମ୍ମୁଖୀନ ହେଉଥିଲେ ଓ ତାଙ୍କ ଉପରେ ମଧ୍ୟ ଆକ୍ରମଣର ପ୍ରୟାସ ହୋଇଥିଲା। କିନ୍ତୁ ସେ କେବେ ଦବି ଯାଇନଥିଲେ; ତାଙ୍କ ଦୃଢ଼ ସଙ୍କଳ୍ପ କଂଗ୍ରେସକୁ ନୂତନ ଶକ୍ତି ଦେଇଥିଲା।

ଆଳିରେ କଂଗ୍ରେସ ବିରୋଧୀ ଦଳର ବିଧାୟକ ନିର୍ବାଚିତ ହେଉଥିବା ସମୟରେ ମଧ୍ୟ ସେ ଆଳି ବ୍ଲକରେ ଦୁଇଥର ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ଗ୍ରହଣ କରି ଲୋକସେବାରେ ନିଜକୁ ସମର୍ପିତ କରିଥିଲେ। ଆଜି ଯେଉଁଠାରେ ବ୍ଲକ ଚେୟାରମ୍ୟାନ୍ ପଦକୁ ସମ୍ପତ୍ତି ସଂଗ୍ରହର ସୁଯୋଗ ଭାବେ ଦେଖାଯାଉଛି, ସେଠାରେ ନିତ୍ୟାନନ୍ଦ ବାବୁ ନିର୍ଲୋଭ ଭାବେ ଲୋକହିତରେ କାମ କରିଥିଲେ।

ତାଙ୍କ ପ୍ରୟାସରେ କଂଗ୍ରେସ ଦଳ ଶକ୍ତିଶାଳୀ ହୋଇଥିଲା ଓ ଦୋଳଗୋବିନ୍ଦ ନାୟକ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇପାରିଥିଲେ। ସେ ସମୟରେ ସେ ସ୍ଥାନୀୟ ବିଧାୟକ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରି ଆଳି ବ୍ଲକର ଗ୍ରାମାଞ୍ଚଳରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ସଂପାଦନ କରି ନିଜର କିର୍ତ୍ତି ରେଖା ସ୍ଥାପନ କରିଥିଲେ।

ନିତ୍ୟାନନ୍ଦ ସାର୍ନି ଭାବେ ପରିଚିତ ନିତ୍ୟାନନ୍ଦ ଧଳ ଜଣେ ଅମାୟିକ, ସରଳ, ମିଷ୍ଟଭାଷୀ ଓ ମେଳାପୀ ମଣିଷ ଭାବେ ସବୁଙ୍କ ହୃଦୟରେ ଅବିସ୍ମରଣୀୟ ରହିବେ।
ତାଙ୍କ ବିୟୋଗରେ ଅଞ୍ଚଳବାସୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି l

No comments:

COASTAL NEWS

ତୋ ପ୍ରେମରେ ନାଚେ ମୋ ମନ

Title: ତୋ ପ୍ରେମରେ ନାଚୁଛି ମୋର ମନ 🎶 Intro This is Coastal Music Creation… Feel the Beat! Let’s Go! ହେୟ… ହେୟ… ଲଭ୍ ଭାଇବ୍… ଫିଲ୍ ଦ ହା...