AFFILIATE MARKETING

https://binomo.com?a=90810425bb57&t=0

Friday, February 20, 2026

ପ୍ରେମ

ମୋ ମନର ନୀଳ ଆକାଶରେ
ତୁମ ନାଁ ଯେବେ ଲେଖିଦେଲି …
ମଳୟ ପବନ ଛୁଇଁ ଗଲା ମୋତେ 
ମହକରେ ତୁମ ହଜିଗଲି …

ତୁମେ ଆସିଗଲ ମୋ ଜୀବନେ
ବସନ୍ତ ଫୁଲର ବାସ ନେଇ 
ମୋ ଶୂନ୍ୟ ମନର ଅର୍ଗଳି ରେ 
ପ୍ରେମର ଦୀପ ଜାଳି ଦେଇ! 

ହେ ପ୍ରିୟା… ତୁମେ ମୋର ଶ୍ୱାସ
ତୁମେ ମୋର ସବୁ ଆଶା
ତୁମ ବିନା ଏଇ ଜୀବନ ନିରସ 
ତୁଟି ଯାଉଛି ଭରଷା 

ଶୂନ୍ୟ ଶୂନ୍ୟ ଲାଗେ ଆଜିରାତି…
ପ୍ରିୟା… ମୋ ନିକଟେ ଫେରି ଆସ
ବିଚରଣ କର ମୋ ସ୍ଵପ୍ନ ରାଜ୍ୟରେ 
ଆସ ମୋ ପାଖରେ ବସ 

ସ୍ଵପ୍ନରେ ସ୍ମୃତିରେ ରହି ଯାଅ ନାହିଁ 
ତୁମ ପ୍ରେମ ରୁ ବଞ୍ଚିତ କରି 
ଦିନ ନାହିଁ ରାତି ନାହିଁ ତୁମ ପାଇଁ 
ବଞ୍ଚି ଅଛି ମରି ମରି 

ନୀରବ ରାତି ରେ କାନ୍ଦୁଛି ଆଜି ମୋ 
ହୃଦୟ ଡାକେ ତୁମ ନାଁ 
ବେଦନା ଜଡିତ ମନ ଅଗଣାଟା 
ଲାଗୁ ଅଛି ଖାଁ ଖାଁ 

ଯଦି ଶୁଣୁ ଅଛ ମୋ ଡାକ ପ୍ରିୟା 
ଫେରି ଆସ ଫେରିଆସ 
ମୋ ଜୀବନର ଅଧୁରା ପ୍ରେମ 
ଖୋଜୁଛି ତୁମ ପରସ…

ହେ ପ୍ରିୟା… ତୁମେ ମୋର ଆଲୋକ
ତୁମେ ମୋର ସବୁ ସ୍ଵପ୍ନ
ତୁମ ହସରେ ମୋ ଦୁନିଆ
ହସିବ ରଙ୍ଗିନ ହେବ ଆକାଶ…

No comments:

COASTAL NEWS

ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା

ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ବିସ୍ତୃତ ସମୀକ୍ଷା ପ୍ରାୟ ସମସ୍ତ ଜିଲ୍ଲାରେ କ୍ଷତିପୂରଣ ବଣ୍...