AFFILIATE MARKETING

https://binomo.com?a=90810425bb57&t=0

Wednesday, February 11, 2026

ଦର୍ଶନ

ଦୈନିକ ‘ଦର୍ଶନ’ର ସ୍ୱନକ୍ଷତ୍ର ଦିବସ 
ଉପସ୍ତାପକ ଶେଖର ସୁମନ ଦାସ 
‘ସଶକ୍ତ ରାଷ୍ଟ୍ର ପାଇଁ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ'
 ଦୈନିକ ‘ଦର୍ଶନ'ର ୨୩ ତମ ସ୍ଵନକ୍ଷତ୍ର ଉତ୍ସବ ଆୟୋଜିତ ହୋଇଯାଇଛି ।
ଏଥ‌ିରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅନୁସୂଚିତ
ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ ଲୋକଙ୍କ ନିକଟରେ ଶାସନ ବ୍ୟବସ୍ଥାର ସୁଫଳ
ପହଞ୍ଚାଇବାରେ ସାମ୍ବାଦିକଙ୍କ ଗୁରୁତ୍ବପୂର୍ଣ ଭୂମିକା ରହିଛି।
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କାର୍ଯ୍ୟକ୍ରମରେ
ମୁଖ୍ୟବକ୍ତା ରୂପେ ଯୋଗଦେଇ ମାଟିର କଥା ନିର୍ବିକାର ଚିତ୍ତରେ ପରିପ୍ରକାଶ ହେବାର ଆବଶ୍ୟକତା ରହିଛି
ବୋଲି କହିଥିଲେ | ସଶକ୍ତ ରାଷ୍ଟ୍ର ପାଇଁ ସାମ୍ବାଦିକ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ରହିଛି। ସମ୍ମାନିତ ଅତିଥ୍ୟ ରୂପେ ଯୋଗଦେଇ ବିଶିଷ୍ଟ ଖଣି ଓ ଧାତବ ଶିଳ୍ପ ବିଶେଷଜ୍ଞ ଡକ୍ଟର ତପନ କୁମାର ଚାନ୍ଦ କହିଥିଲେ ଯେ ସାମ୍ବାଦିକମାନେ ହେଉଛନ୍ତି ସମାଜ ଓ ଶାସନ ବ୍ୟବସ୍ଥାର ଆଇନା।
ଅନ୍ୟତମଅତିଥ୍ୟରୂପେସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଥିଲେ ଯେ ସାମ୍ବାଦିକ ଓ ଖବରକାଗଜର ସମସ୍ୟାକୁ ସମାଧାନ କରିବା ପାଇଁ ସରକାର ଆହୁରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସାମ୍ବାଦିକମାନଙ୍କର ସୁରକ୍ଷା ଓ ସେମାନଙ୍କର ସ୍ବାସ୍ଥ୍ୟବୀମା ରାଶି ବୃଦ୍ଧି ପ୍ରସଙ୍ଗ ପ୍ରତି ସରକାର ଅଧ‌ିକ ଯତ୍ନଶୀଳ ହେବା ଜରୁରୀ।
ବିଜେଇଏମ୍ ସ୍କୁଲ ପରିଚାଳନା କମିଟିର ସମ୍ପାଦକ ପ୍ରତାପ ଜେନା କହିଥିଲେ ଯେ, ଲକ୍ଷ୍ୟ ସ୍ଥିର ରଖି ଅବିରତ ଭାବରେ କାର୍ଯ୍ୟ କଲେ କୌଣସି ଟାର୍ଗେଟ ହାସଲ ହେବା ଅସମ୍ଭବ ନୁହେଁ I 
ସ୍ବାଗତ ଭାଷଣ ଦେଇଥିଲେ ‘ଦର୍ଶନ’ର ସମ୍ପାଦକ
ଇଂ ବିଭୂତି ଭୂଷଣ ନାୟକ । ଏହି ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକାରୀ ସମ୍ପାଦିକା ପ୍ରଶମିତା
ମହାନ୍ତି। ହୃଦ୍‌ରୋଗ ବିଶେଷଜ୍ଞ ପ୍ରଫେସର ଡକ୍ଟର ପ୍ରଭାତ କୁମାର ଦାଶଙ୍କୁ ସମ୍ମାନିତ କରାଯାଇଥିଲା କଣ୍ଠଶିଳ୍ପୀ ମୀରା ପ୍ରଧାନ ଓ ତାଙ୍କ ଟିମ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ସୁଶାନ୍ତ ସାହୁ, ରାଜେଶ ୱାଇଁ, ସନାତନ ଦାସ, ଶ୍ରୀଧର ସାହୁ, ସୁବ୍ରତ ବିଭିଆ, ମନୋଜ ମୁଖା, ଦୀପକ
ମହାପାତ୍ର, ସଞ୍ଜୟ ଗିରି ପ୍ରମୁଖ ସହଯୋଗ କରିଥିଲେ।

No comments:

COASTAL NEWS

ଦର୍ଶନ

ଦୈନିକ ‘ଦର୍ଶନ’ର ସ୍ୱନକ୍ଷତ୍ର ଦିବସ  ଉପସ୍ତାପକ ଶେଖର ସୁମନ ଦାସ  ‘ସଶକ୍ତ ରାଷ୍ଟ୍ର ପାଇଁ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ'  ଦୈନିକ ‘ଦର୍ଶ...