AFFILIATE MARKETING

https://binomo.com?a=90810425bb57&t=0

Tuesday, February 10, 2026

ଆଜିର ଖବର

କୋଷ୍ଟାଲ ନ୍ୟୁଜ 
ଆଜିର ବିଶେଷ ଖବର 
ଉପସ୍ତାପକ ଶେଖର ଦାସ 

"ମୁକ୍ତ କଲମ' ନିଷ୍ପେସିତଙ୍କ ସ୍ୱର ହେଉ
 ସଂପ୍ରତି ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍ସ ମିଡିଆ କ୍ଷେତ୍ରରେ ଯେଭଳି ପ୍ରତିଦ୍ୱନ୍ଦିତା ସ୍ଥିତି ଉପୁଜିଛି ଏଭଳି କ୍ଷେତ୍ରରେ ସତ୍ୟ ଓ ନିରପେକ୍ଷ ଖବର ବିନା କୌଣସି କାଗଜ ତିଷ୍ଠିବା ଅସମ୍ଭବ। ତେଣୁ ଗଣମାଧ୍ୟମର ସଂଖ୍ୟା ବୃଦ୍ଧି ପାଇବା ଯଦିଓ ସ୍ୱାଗତଯୋଗ୍ୟ ତେବେ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟରୁ ବିରତ ନ ହେବା ସହ ଠିକଣା ମାର୍ଗରେ ପରିଚାଳିତ ହେଲେ ଗଣତନ୍ତ୍ର ଓ ସୁସ୍ଥ ସମାଜ ତିଷ୍ଠି ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ସାପ୍ତାହିକ "ମୁକ୍ତ କଲମ'ର ୨୯ ତମ ସାମ୍ବତ୍ସରିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାଷାବିତ୍ ପଦ୍ମଶ୍ରୀ ଶ୍ର ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇ ପତ୍ରିକାକୁ ଶତାୟୁ ହେବା ସହିତ ଲୋକପ୍ରିୟତା ପାଇଁ ଆଶିର୍ବାଦ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି କାଗଜ ଛୋଟ ଅବା ବଡ ତାହା ଯେତିକି ବଡକଥା ନୁହେଁ କିଭଳି ଲୋକଙ୍କ ସମସ୍ୟାକୁ ନିର୍ଭିକତାର ସହ ଉପସ୍ଥାପନ କରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ନଚେତ୍ ଆଜିର ବୈଦ୍ୟୁତିକ ଗଣମାଧ୍ୟମର ଯେଭଳି ନିମିଷକ ମଧ୍ୟରେ ଲୋକଙ୍କୁ ଛୁଇଁ ପ୍ରଚାର ପ୍ରସାର ଶୀର୍ଷରେ ରହିଛି ତା ସମ୍ମୁଖରେ କାଗଜ ତିଷ୍ଠିବା ଅସମ୍ଭବ ହୋଇପାରିବ ବୋଲି ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୈନିକ ବିଶ୍ୱବାଣୀର ସଂପାଦକ ଅର୍ଜୁନ ମୁଦୁଲି, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, ସିରାଜ ଅହମଦ, ପ୍ରସାଦ ରାଓ, ଅଶୋକ ସାହୁ ପ୍ରମୁଖ ସମ୍ବାଦପତ୍ର ଓ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଓ ସାମ୍ବିଧାନିକ ମାନ୍ୟତା ନେଇ ମତ ରଖିଥିଲେ। ପୂର୍ବତନ ଆୟକର କମିଶନର ତଥା ସାହିତ୍ୟିକ ଶ୍ରୀ ଶରତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁକ୍ତ କଲମର ସଂପାଦକ ଜ୍ଞାନରଂଜନ ଦାସ ସ୍ୱାଗତଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଅନୁସୂୟା ସାହୁ ମଞ୍ଚ ସଂଯୋଜନା କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

କଳିଙ୍ଗ ଷ୍ଟାଡିୟମରେ ୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

 ରାଜ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ହେଲା ଅଧିକ ସୁଦୃଢ଼

ପ୍ରତ୍ୟେକ ବ୍ଲକରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲକୁ ନିରନ୍ତର ଆମ୍ବୁଲାନସ ସେବା ଯୋଗାଇଦିଆଯିବ

ବିମାନ ଯୋଜନାରେ ଏୟାରଷ୍ଟ୍ରିପରେ ମଧ୍ୟ ଆମ୍ବୁଲାନ୍‌ସ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ

ଆମ୍ବୁଲାନ୍‌ସ ସେବାର ଦକ୍ଷତା ଆଣି କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ  ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମ ଠାରେ ଦ୍ବିତୀୟ ପର୍ଯ୍ୟାୟରେ ୨୫୦ ଟି ନୂଆ ଆମ୍ବୁଲାନସର ଶୁଭାରମ୍ଭ  କରିଛନ୍ତି।

ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ସମୟମଧ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ୪୨୮ ଟି ନୂଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରିଛନ୍ତି। ଏହାର ପ୍ରଥମ ପର୍ଯ୍ୟାୟରେ ଗତ ୨୩ ଡିସେମ୍ବରରେ ୧୫୦ ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଥିବା ବେଳେ, ଆଜି କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୫୦ ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି। ଏହି ସମସ୍ତ ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରାୟ ୧୧୧ କୋଟି ଟଙ୍କା ବିନିଯୋଗ କରିଛନ୍ତି।

ବର୍ତ୍ତମାନ ସାରା ରାଜ୍ୟରେ ୮୬୬ ଟି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଚାଲୁଥିବା ବେଳେ, ଗର୍ଭବତୀ ମହିଳା ଏବଂ ଅସୁସ୍ଥ ଶିଶୁମାନଙ୍କ ପାଇଁ ‘ଜନନୀ ଏକ୍ସପ୍ରେସ୍’ ନାମରେ ଆଉ ୫୦୦ ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି। ଏହି ଆମ୍ବୁଲାନ୍ସ ସେବାଗୁଡ଼ିକ ରାଜ୍ୟବାସୀଙ୍କ ପାଇଁ ଏକ ଜୀବନରେଖା ଭାବେ କାମ କରୁଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇ ମୃତ୍ୟୁହାର କମାଇବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ସେଥିପାଇଁ ଆମ୍ବୁଲାନ୍ସ ସେବାକୁ ଅଧିକ ସୁଦୃଢ଼ ଏବଂ କାର୍ଯ୍ୟକ୍ଷମ କରିବା ଦିଗରେ ଲଗାତାର ପଦକ୍ଷେପ ନିଆଯାଉଛି। 

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ରାଜ୍ୟର ସବୁ ବ୍ଲକରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲ୍ ପର୍ଯ୍ୟନ୍ତ ନିରନ୍ତର ଆମ୍ବୁଲାନ୍‌ସ ସେବା ଜାରି ରଖିବାକୁ ପଦକ୍ଷେପ ନିଆଯାଉଛି। ଏହା ବ୍ୟତୀତ ବିମାନ ଯୋଜନା ମାଧ୍ୟମରେ ରାଉରକେଲା ଓ ଜୟପୁର ପରି ଏୟାରଷ୍ଟ୍ରିପ୍‌ରେ ମଧ୍ୟ ଆମ୍ବୁଲାନ୍‌ସର ସେବା ଯୋଗାଇଦିଆଯିବ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟର ବିଭିନ୍ନ ବିମାନବନ୍ଦର ନିମନ୍ତେ ୫ ଟି ଆଡ୍‌ଭାନ୍‌ସଡ ଲାଇଫ୍ ସପୋର୍ଟ ବା ( ଏ ଏଲ୍ ଏସ୍ )  ଆମ୍ବୁଲାନ୍‌ସ ଏବଂ ଝାରସୁଗୁଡା ସ୍ଥିତ କ୍ୟାନସର ହସ୍ପିଟାଲ ପାଇଁ ୨ ଟି ଏ ଏଲ୍ ଏସ୍  ଆମ୍ବୁଲାନସ ବର୍ତ୍ତମାନ ନିୟୋଜିତ ଅଛି। ସାରା ରାଜ୍ୟରେ ଆମ୍ବୁଲାନ୍‌ସ ଜରିଆରେ ଦିନକୁ ହାରାହାରି ୫ ହଜାରରୁ ଅଧିକ ରୋଗୀଙ୍କୁ ସରକାରୀ ହସ୍ପିଟାଲକୁ ନିଆଯାଉଛି।

ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଏକାମ୍ର ବିଧାୟକ ବାବୁ ସିଂ, ସ୍ବାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ବତୀ ଏସ୍, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଡକ୍ଟର ବୃନ୍ଦା ଡି ପ୍ରମୁଖ ଉପସ୍ଥିତ ଥିଲେ।

ଉପକୁଳ ସମାଚାର 
ବନ୍ଦେ ଉତ୍କଳ ଜନନୀ 

No comments:

COASTAL NEWS

ଦର୍ଶନ

ଦୈନିକ ‘ଦର୍ଶନ’ର ସ୍ୱନକ୍ଷତ୍ର ଦିବସ  ଉପସ୍ତାପକ ଶେଖର ସୁମନ ଦାସ  ‘ସଶକ୍ତ ରାଷ୍ଟ୍ର ପାଇଁ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ'  ଦୈନିକ ‘ଦର୍ଶ...