AFFILIATE MARKETING

https://binomo.com?a=90810425bb57&t=0

Tuesday, February 10, 2026

ପ୍ରେମ ମୋ ପାଇଁ chhalana ଥିଲା


ଜାଣିନି କାହିଁକି ଏମିତି ହେଲା,
ସ୍ୱପ୍ନ ସବୁ ପୋଡି ପାଉଁଶ ହେଲା ।
ତୁ ତ ଖୁସିରେ ଅଛୁ କାହା ସାଥେ,
 ମୋ ନିଆଁ ଆଜି ମୋତେ ଜାଳିଲା ।
କାହିଁକି ଦେଲୁ ତୁ ଦାରୁଣ ଦୁଃଖ ?
ହରିଗଲା ମୋର ସକଳ ସୁଖ  ।
ଲୁହ ଝରିଯାଏ ଆଖିରୁ ମୋର,
ଛିଣ୍ଡିଗଲା ସବୁ ସମ୍ପର୍କ ଡୋର ?
ରହିଗଲା ଖାଲି କିଛି ଅଧୁରା କଥା...

ସେଇ ପ୍ରେମ ଚିଠି, ସେଇ ପୁରୁଣା ରାସ୍ତା,
ସ୍ମୃତିରେ ଆସିଲେ ଲାଗୁଛି  ପିତା ।
ଭୁଲିବାକୁ ଚାହେଁ ଯେତେ ମୁଁ ତତେ,
ପାଖକୁ ଆସୁ ତୁ ସ୍ଵପ୍ନରେ  ସେତେ ।
ଆଉ ଫେରିବୁନି ପ୍ରିୟା ମୋହର ?
ହୃଦୟ ମୋହର ହେଲା ପଥର?
ନୀରବ ଏ ରାତି, ନୀରବ  ମନ,
ତୋ ବିନା ଅଧୁରା ମୋର  ଜୀବନ ।

କାଚ ପରି ମୋର ମନ ଭାଙ୍ଗିଲୁ,
ଖେଳନା ଭାବି ମୋ ସାଥେ ଖେଳିଲୁ ।
କିଏ ସେ ନୂତନ ପ୍ରେମିକ ତୋର?
ଯାହା ପାଇଁ ମୋତେ କରିଲୁ ପର ।
.. ଫେରି ଚାହିଁବୁନି ମୋ ବାଟକୁ ,
ଖୁସିରେ ଯାଆ ତୋ ନୂଆ ଘରକୁ ।
ଆଦରି ନେ ତୋ ନୂଆ ପ୍ରେମକୁ 
ଫିଙ୍ଗି ଦେଲୁ ମୋତେ ଡ଼ଷ୍ଟବିନ୍ କୁ l

ବିଶ୍ୱାସ ମୋର ଆଜି ମାଟିରେ ମିଶିଲା,
ପ୍ରେମ ତୋ ମୋ ପାଇଁ ଖାଲି  ଛଳନା ଥିଲା ।

କୋଷ୍ଟାଲ ମ୍ୟୁଜିକ୍ ନିବେଦିତ

No comments:

COASTAL NEWS

କାର୍ଯ୍ୟକ୍ଷମ ହୋଇପାରୁନି ଶୀତଳ ଭଣ୍ଡାର

କାର୍ଯ୍ୟକ୍ଷମ ହୋଇପାରୁନି ଶୀତଳ ଭଣ୍ଡାର, ଶାଗ-ମାଛ ଦରରେ ପରିବା ବିକୁଛନ୍ତି ଚାଷୀ ଅମଳ ସମୟରେ ମିଳିଲା ନାହିଁ ଶୀତଳ ଭଣ୍ଡାର ସୁବିଧା । ଟମାଟୋ କିଲୋପିଛା ୨ ଟଙ୍କା । ଶୀ...