AFFILIATE MARKETING

https://binomo.com?a=90810425bb57&t=0

Monday, February 16, 2026

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଂଗ୍ରେସ ରାଜ୍ୟ ସଭାପତିଙ୍କ ଅରୁଚିକର ମନ୍ତବ୍ୟ; କେବଳ ଯାଜପୁର ନୁହେଁ ସମଗ୍ର ଓଡିଆ ଜାତିକୁ ଅପମାନିତ କରିଛି କଂଗ୍ରେସ: ଗୌତମ ରାୟ

ଜଳ ଜୀବନ ମିଶନରେ ପୂର୍ବ ସରକାରରେ ହୋଇଥିବା ବ୍ୟାପକ ଦୁର୍ନୀତି ନେଇ ବିଜେଡିକୁ କାହିଁକି ପ୍ରଶ୍ନ କରୁନାହିଁ କଂଗ୍ରେସ

ଭୁବନେଶ୍ୱର, ୦୫/୦୨: ଯେଉଁ ଦିନଠାରୁ ଓଡିଆ ଝିଅ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଦାୟିତ୍ୱ ଗ୍ରହଣ କରିଛନ୍ତି, ସେଦିନରୁ କଂଗ୍ରେସ ଦଳର ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ ନେତା ଅରୁଚିକର ମନ୍ତବ୍ୟ ଦେଇ ଆସୁଛି । ରାଷ୍ଟ୍ରମୁଖ୍ୟଙ୍କୁ ନିଚ୍ଚା ଦେଖାଇବା ପାଇଁ ଅପଚେଷ୍ଟା କରୁଛି । ଏମିତି ମନ୍ତବ୍ୟ ଦେବା କଂଗ୍ରେସ ଦଳର ଚିରାଚରିତ ଅଭ୍ୟାସ । ରାଷ୍ଟ୍ରପତିଙ୍କୁ ଅବମାନନା କରି ପିସିସି ସଭାପତି କେବଳ ଯାଜପୁର ନୁହେଁ ସମଗ୍ର ଓଡିଆ ଜାତିକୁ ଅପମାନିତ କରିଛନ୍ତି ବୋଲି ବରିଷ୍ଠ ନେତା ତଥା ଯାଜପୁର ଜିଲ୍ଲା ପୂର୍ବତନ ସଭାପତି ଶ୍ରୀ ଗୌତମ ରାୟ କହିଛନ୍ତି ।

ଶ୍ରୀ ରାୟ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଜଣେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯାଜପୁର ଗସ୍ତ କରି ମା’ ବିରଜାଙ୍କୁ ଦର୍ଶନ କରିଥିଲେ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ପ୍ରଥମ ଥର ମା’ ବିରଜାଙ୍କ ମନ୍ଦିର ଗସ୍ତ କରିବା ଯାଜପୁରବାସୀଙ୍କ ମନରେ ବଡ ଉତ୍ସାହ ଭରି ଦେଇଛି, ପ୍ରଥମ ଥର ପାଇଁ ସ୍ଥାନୀୟ ଲୋକେ ରାଷ୍ଟ୍ରପତିଙ୍କୁ ଅତିଥି ସେବା ଯୋଗାଇବାର ସୁଯୋଗ ପାଇଛନ୍ତି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ଦ୍ୱାରା ବିରଜା ମାଟିର ମାହାତ୍ମ୍ୟ ବଢିବା ସହ ଏହାର ମହିମା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁତ ପ୍ରଚାର ପ୍ରସାର ହୋଇପାରିଛି । ଜଣେ ଓଡିଆ ଜନଜାତି ଝିଅ ରାଷ୍ଟ୍ରପତି ହୋଇ ମଧ୍ୟ ଆମ ଅଂଚଳକୁ ଗସ୍ତ କରିବା ଆମ ସମସ୍ତଙ୍କ ପାଇଁ ଗର୍ବ ଗୌରବର ବିଷୟ । ତାଙ୍କର ଉପସ୍ଥିତି ଆମ ସମସ୍ତଙ୍କୁ ଅତ୍ୟନ୍ତ ଆନନ୍ଦ ଦେଇଛି । ଏଭଳି ସମୟରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠଇବା ପିସିସି ସଭାପତିଙ୍କ ହୀନ ମାନସିକତାର ପରିଚୟ ଦେଇଛି । ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ଖର୍ଚ୍ଚକୁ ପାନୀୟ ଜଳ ପ୍ରକଳ୍ପ ସହ ତୁଳନା କରି ବକ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ ।

ଶ୍ରୀ ରାୟ କହିଛନ୍ତି ଯେ, ଶୁଦ୍ଧ ପାନୀୟ ଜଳ ପିଇବା ଲୋକଙ୍କ ଅଧିକାର,ଏଥିରେ କୌଣସି ଦ୍ୱିମତ ନାହିଁ । ପାଲଟପୁର ପଂଚାୟତରେ ପିଇବା ପାଣିରେ ଅସୁବିଧା ହେଉଛି, ଏଠାରେ ଶୁଦ୍ଧ ପାଣି ଦରକାର ଏଥିରେ କାହାର ଅଭିଯୋଗ ନାହିଁ । ଗତ ବିଜେଡି ସରକାର ଅମଳରେ ଜଳ ଜୀବନ ମିଶନରେ ଦଶରଥପୁର ବ୍ଲକରେ ଘରେ ଘରେ ଟ୍ୟାପ ଯୋଗାଇବା ପାଇଁ ୧୮୦କୋଟି ଟଙ୍କା ମୋଦି ସରକାର ଦେଇଥିଲେ ଏବଂ ସେଥିରୁ ୨୦୧୯ ମସିହାରେ ୧୭୮ କୋଟି ଟଙ୍କା ସରିଯାଇଛି । ଏହା ସତ୍ୱେ ସେ ଅଂଚଳକୁ ଶୁଦ୍ଧ ପାନୀୟ ଜଳ ପହଂଚିଲା ନାହିଁ । ମେଗା ପାନୀୟ ଜଳ ଯୋଜନାରେ ବ୍ୟାପକ ହରିଲୁଟ ଓ ଦୁର୍ନୀତି ହୋଇଥିବା ସମସ୍ତେ ଅବଗତ ଅଛନ୍ତି । ପାଲଟପୁର ଅଂଚଳବାସୀ କାହିଁକି ବିଶୁଦ୍ଧ ପାଣି ପିଉଛନ୍ତି ବୋଲି କଂଗ୍ରେସ ମୁଖିଆ ବା ତାଙ୍କ ଦଳର ନେତାମାନେ ତତ୍କାଳୀନ ବିଜେଡି ସରକାରକୁ କାହିଁକି ପ୍ରଶ୍ନ କରୁନାହାଁନ୍ତି? ରାଷ୍ଟ୍ରପତିଙ୍କ ଗସ୍ତ ଖର୍ଚ୍ଚରୁ ବଂଚାଇ ଟ୍ୱିବଲ ଖୋଲିବା ଆଦୌ ଯୁକ୍ତିଯୁକ୍ତ କଥା ନୁହେଁ । କଂଗ୍ରେସ ଦଳର ମୁଖିଆ ଓ ନେତାମାନେ ଏସବୁ ଅଯୁକ୍ତିକର କଥାରୁ ନିବୃତ ରହିବା ଆବଶ୍ୟକ । ବର୍ତମାନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯାଜପୁର ସମେତ ରାଜ୍ୟବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବଦ୍ଧପରିକର । ଅତୀତରେ ପାନୀୟ ଜଳ ଯୋଗାଣରେ ହୋଇଥିବା ବ୍ୟାପକ ଦୁର୍ନୀତିର ପର୍ଦ୍ଦାଫାଶ କରାଯାଇ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...