AFFILIATE MARKETING

https://binomo.com?a=90810425bb57&t=0

Wednesday, March 4, 2026

ମୋଜତାବା ଇରାନର ସର୍ବୋଚ୍ଚ ନେତାନୂଆ ସର୍ବୋଚ୍ଚ ନେତା ଭାବେ ଦାୟିତ୍ବ ନେବେ

ନୂଆ ସର୍ବୋଚ୍ଚ ନେତା ଭାବେ ଦାୟିତ୍ବ ନେବେ

ତେହେରାନ, ୦୪/୦୩: ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ଇରାନର ସର୍ବୋଚ୍ଚ ନେତା ହୋଇଛନ୍ତି ତାଙ୍କ ପୁଅ ମୋଜତାବା ଖାମେନେଇ। ତାଙ୍କୁ ଇରାନର ସର୍ବୋଚ୍ଚ ନେତା ଭାବରେ ନିର୍ବାଚିତ କରାଯାଇଛି। ଇରାନୀ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ଚାପରେ ମୋଜତାବାଙ୍କୁ ସର୍ବୋଚ୍ଚ ନେତା ଭାବରେ ବଛା ଯାଇଥିଲା ହୋଇଥିଲା।

ଉଲ୍ଲେଖନୀୟ ଯେ ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲର ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନରେ ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ନିହତ ହୋଇଥିଲେ। ତାଙ୍କ ମୃତ୍ୟୁ ପରଠାରୁ, ମୋଜତାବା ଖାମେନି ସର୍ବୋଚ୍ଚ ନେତା ପଦ ପାଇଁ ଜଣେ ଆଗୁଆ ଦାବିଦାର ଥିଲେ।

ମୋଜତାବା ଖାମେନେଇ ଆୟାତୋଲ୍ଲା ଖାମେନେଇଙ୍କ ପୁଅ। ୫୬ ବର୍ଷୀୟ ମୋଜତାବା ଜଣେ ସିଆ ଧର୍ମଗୁରୁ। ତାଙ୍କର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ସହିତ ଘନିଷ୍ଠ ସମ୍ପର୍କ ଅଛି, ଯଦିଓ ସେ କେବେବି କୌଣସି ନିର୍ବାଚିତ କିମ୍ବା ଆନୁଷ୍ଠାନିକ ସରକାରୀ ପଦବୀରେ ରହିନାହାଁନ୍ତି।

ବରିଷ୍ଠ ଧର୍ମଗୁରୁ କିମ୍ବା ସରକାରୀ ପଦବୀରେ ନଥିବା ସତ୍ତ୍ୱେ, ମୋଜତାବା ସର୍ବଦା ବ୍ୟବସ୍ଥା ମଧ୍ୟରେ ପରଦା ପଛରେ ଯଥେଷ୍ଟ ପ୍ରଭାବ ପକାଇଥିବା ବିଶ୍ୱାସ କରାଯାଏ।

ସେ ଇରାନ-ଇରାକ ଯୁଦ୍ଧ ସମୟରେ ଇରାନ ସଶସ୍ତ୍ର ବାହିନୀରେ କାର୍ଯ୍ୟ କରିଥିଲେ। ୨୦୧୯ ମସିହାରେ, ଆମେରିକାର ଅର୍ଥ ବିଭାଗ ତାଙ୍କ ଉପରେ କଟକଣା ଲଗାଇଥିଲା‌।

No comments:

COASTAL NEWS

ଗଭୀର ଅବପାତକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

COASTAL NEWS ଗଭୀର ଅବପାତକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ୩୩ ଓଡ୍ରାଫ୍ ଟିମ୍ ମୁତୟନ, ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ନମସ୍କାର। ଆପଣ ଦେଖୁଛନ୍ତ...