AFFILIATE MARKETING

https://binomo.com?a=90810425bb57&t=0

Friday, March 13, 2026

ଶ୍ରୀମଦ୍ ଭଗବଦ୍ ଗୀତା - ଚତୁର୍ଥ ଅଧ୍ୟାୟ (ଜ୍ଞାନକର୍ମସନ୍ନ୍ୟାସ ଯୋଗ)


ଶ୍ରୀମଦ୍ ଭଗବଦ୍ ଗୀତା - ଚତୁର୍ଥ ଅଧ୍ୟାୟ (ଜ୍ଞାନକର୍ମସନ୍ନ୍ୟାସ ଯୋଗ)

​(Verse 1-3: )

ଶ୍ରୀକୃଷ୍ଣ ବୋଲନ୍ତି ଅର୍ଜୁନ, 

ଶୁଣିବା ହୁଅ ଦିବ୍ୟଜ୍ଞାନ! 

ଏ ଯୋଗ ବହୁତ ପ୍ରାଚୀନ, 

ପ୍ରଥମ ଜ୍ଞାନୀ ବିବସ୍ଵାନ! 

ଏ ଯୋଗ ଅକ୍ଷୟ ଅବ୍ୟୟ!, 

ଆତ୍ମଜ୍ଞାନେ ଆନନ୍ଦମୟ,! 

ଏ ଜ୍ଞାନ ସୂର୍ଯ୍ୟଦେବ ନେଲେ, 

ନିଜ ପ୍ରଭାକୁ ବିସ୍ତାରୀଲେ! 

ମନୁଙ୍କୁ ଏହି ଜ୍ଞାନ ଦେଲେ, 

ମନୁ ଇକ୍ଷ୍ଵାକୁଙ୍କୁ ଜଣାଇଲେ! 

ଏ ଜ୍ଞାନ ସ୍ଵର୍ଗରେ ବ୍ୟାପିଲା, 

ଧାରାରୁ ଲୁପ୍ତ ହୋଇଗଲା! 

ତୁମେ ମୋହର ପ୍ରିୟ ଭକ୍ତ, 

ତୁମେ ମୋହର ଅନୁରକ୍ତ! 

ତେଣୁ କହୁଛି ଗୁପ୍ତ ଜ୍ଞାନ, 

ଅର୍ଜୁନ ସାବଧାନେ ଶୁଣ! 

ଏହା ଅଟଇ ଶ୍ରେଷ୍ଠ ଜ୍ଞାନ, 

ସର୍ବଜ୍ଞାନ ଏଥିରେ ବିଲୀନ! 

ସର୍ବ ଜ୍ଞାନ ର ଏ ଆଧାର, 

ଶୁଣ ହେ କରି ମତି ସ୍ଥିର '

ଅର୍ଜୁନ କହିଲେ ହେ କୃଷ୍ଣ,! 

କୁହ ସୂର୍ଯ୍ୟ ଜନ୍ମ  ବୃତ୍ତାନ୍ତ! 

ସୁର୍ଯ୍ୟଙ୍କ ଜନ୍ମ ପୁରାତନ, 

ତୁମେ କିପରି ଦେଲ ଜ୍ଞାନ! 

​(Verse 4-6: )

ହସି କହିଲେ ରାଧାଧବ, 

ହେ ପାର୍ଥ କେମିତି ଜାଣିବ! 

ଅନେକ ଜନ୍ମ ଅଟେ ମୋର, 

ତୁମ କଳନା ଠାରୁ ଦୂର, 

ଅଜନ୍ମା ଅବ୍ୟୟ ମୁଁ ଅଟେ, 

ବାସ କରଇ ସର୍ବ ଘଟେ, 

ନିଜର ପ୍ରକୃତିକୁ ନେଇ, 

ମାୟାରେ ମୁହିଁ ଜନ୍ମନେଇ, 

ବାରମ୍ବାର ମୁଁ ଜନ୍ମ ନିଏ, 

ଯୁଗକୁ ଯୁଗ ଆସୁଥାଏ, 

​(Verse 7-9: )

 ଯଦା ଯଦା ହି ଧର୍ମସ୍ୟ, 

ଗ୍ଲାନି ଭବନ୍ତି ହେ ଭାରତ, 

ଅଧର୍ମ ଯେବେ ବୃଦ୍ଧି ହୁଏ, 

ସେ ବେଳେ ମୁହିଁ ଜନ୍ମ ନିଏ, 

ଅବତରିତ ହୁଏ ମୁହିଁ 

ପାପୀ ଆତ୍ମାଙ୍କ ନାଶ ପାଇଁ |

ସାଧୁ ବଞ୍ଚାଇ ଦୁଷ୍ଟ ମାରି , 

ଧର୍ମ ସ୍ଥାପନା ବ୍ରତ କରି , 

ଯୁଗେ ଯୁଗେ ମୁଁ ଅବତରି , 

ଧରାରେ ନର ଦେହ ଧରି  |

ମୋର ଏ ଦିବ୍ୟ ଜନ୍ମ କର୍ମ, 

ଯିଏ ଜାଣଇ ତତ୍ତ୍ଵ ଜ୍ଞାନ , 

ଦେହ ତ୍ୟାଗଇ ସ୍ଵର୍ଗ ଯାଇ, 

ମୋ ଠାରେ ବିଲୀନ ହୁଅଇ  |

​(Verse 10-12: )

ଆସକ୍ତି ଭୟ କ୍ରୋଧ ତ୍ୟଜି, 

ମୋ ନାମ ସଦା ଯିଏ ଭଜି , 

ଜ୍ଞାନ ତପେ ପବିତ୍ର ହୋଇ, 

ସେହି ମୋ ଭାବକୁ ପାଆଇ |

ଯେ ଯେମିତି ମୋତେ ଭଜଇ, 

ମୁଁ ତାକୁ ସେମିତି ମିଳଇ , 

ସର୍ବଥା ମୋର ମାର୍ଗେ ଚାଲ, 

ମାନବେ ମୋହ ମାୟା ଛାଡ |

 ଆଶା କରି କର୍ମ ସିଦ୍ଧିକୁ , 

ପୂଜା କରନ୍ତି ଦେବତାଙ୍କୁ , 

ମନୁଷ୍ୟ ଲୋକେ କର୍ମ ଫଳ, 

ପାଆନ୍ତି ମନୁଷ୍ୟ ସକଳ |

​(Verse 13-15: )

ଗୁଣ ଓ କର୍ମ କୁ ବିଚାରି , 

ଚାରି ବର୍ଣ୍ଣ ମୁଁ ସୃଷ୍ଟି କରି , 

କର୍ତ୍ତା ହୋଇ ବି ମୁଁ ଅକର୍ତ୍ତା, 

ମୋ' ପରେ ରଖ ଏହି ଆସ୍ଥା |

କର୍ମ ରେ ମୋହର ଭରଷା , 

କର୍ମଫଳେ ମୋ ନାହିଁ ଆଶା, 

ଏହା ଯେ ଜାଣଇ ପାରଇ, 

କର୍ମ ବନ୍ଧନୁ ମୁକ୍ତ ହୋଇ  |

ତେଣୁ ହେ ପାର୍ଥ କର୍ମକର , 

ଫଳ ଆଶାକୁ ମନୁ ହର |

​(Verse 16-18: )

କର୍ମ ଓ ଅକର୍ମ ର ଅର୍ଥ , 

ପଣ୍ଡିତେ ଏଥିରେ ମୋହିତ, 

ସେ ଜ୍ଞାନ କହିବି ତୁମକୁ , 

ଆସିବି ତୁମ ବିଷାଦ କୁ |

ଅତି ଗହନ କର୍ମ ଗତି, 

ବୁଝିବା ହେଉ ହେ କିରିଟୀ, 

ଉଚିତ କର୍ମକୁ, ବୁଝିବା, 

ଉଚିତ କର୍ମକୁ କରିବା,  

ଅକର୍ମ , ବିକର୍ମର ମର୍ମ, 

ଶୁଣ ହେ ହୋଇ ସାବଧାନ |

କର୍ମେ ଅକର୍ମ ଯେ ଦେଖଇ, 

ଅକର୍ମେ କର୍ମ ଦ୍ରୁଶ୍ୟ ହୋଇ , 

ସେହି ତ ବୁଦ୍ଧିମାନ ନର, 

ସକଳ କର୍ମ ରେ ସେ ବୀର |

​(Verse 19-23: )

ଯାହାର ସବୁ କର୍ମ ସତ , 

କାମନା ସଂକଳ୍ପ ରହିତ, 

ଜ୍ଞାନ ଅଗ୍ନିରେ କର୍ମ ଦଗ୍ଧ, 

ତାହାକୁ ପଣ୍ଡିତ କହିବ |

ତ୍ୟାଗ କରିଣ ଫଳ ଆଶା, 

ନିତ୍ୟ ତୃପ୍ତ ଯେ ମହୀଯଶା , 

କର୍ମେ ରହି ବି କରେ ନାହିଁ , 

ଯୋଗୀ ଅଟଇ ନିଶ୍ଚେ ସେହି |

ଆଶାହୀନ ସଂଯତ ଚିତ୍ତ, 

ପରିଗ୍ରହ ଯେ କରିଛି ତ୍ୟାଗ, 

ଦେହ ନିମନ୍ତେ କର୍ମ କରି, 

ପାପରୁ ସିଏ ହୁଏ ପାରି  |

ଯଦୃଚ୍ଛା ଲାଭେ ଯେ ସନ୍ତୁଷ୍ଟ , 

ବନ୍ଧନେ ହୁଏ ନାହିଁ ରୁଷ୍ଟ, 

ଦ୍ଵନ୍ଦ୍ଵହୀନ, ମାତ୍ସର୍ଯ୍ୟହୀନ, 

ସିଦ୍ଧି ଅସିଦ୍ଧିରେ ସମାନ |

ଆସକ୍ତିହୀନ ମୁକ୍ତ ଚିତ୍ତ, 

ଜ୍ଞାନେ ଯା'ର ମନ ସ୍ଥିତ , 

କର୍ମ କରିଲେ ଯଜ୍ଞ ପାଇଁ, 

ବିଲୀନ ହୁଏ କର୍ମ ତହିଁ |

​(Verse 24-28: )ଅ

ଅର୍ପଣ ବ୍ରହ୍ମ, ହବି ବି ବ୍ରହ୍ମ, 

ବ୍ରହ୍ମ ଅଗ୍ନିରେ ବ୍ରହ୍ମ ହୋମ, 

ସମାଧିସ୍ଥ ଯେ ବ୍ରହ୍ମ କର୍ମେ , 

ସେ ବାସ କରେ ବ୍ରହ୍ମ ଧାମେ  |

କେହି କରନ୍ତି ଦେବ ଯଜ୍ଞ , 

କେ କରେ ବ୍ରହ୍ମ ଅଗ୍ନି ଯଜ୍ଞ, 

କାଳପାତ୍ର ରେ ଯଜ୍ଞ ମାନ, 

କରନ୍ତି ଯଜ୍ଞ ଅନୁଷ୍ଠାନେ |

(Bridge) 

କେହି ଶ୍ରୋତ୍ରାଦି ଇନ୍ଦ୍ରିୟକୁ, 

ସଂଯମ ଅଗ୍ନିରେ ଜଳାନ୍ତି, 

କେହି ଶବ୍ଦାଦି ବିଷୟକୁ, 

ଇନ୍ଦ୍ରିୟ ଅଗ୍ନିରେ ଦିଅନ୍ତି |


ସକଳ ଇନ୍ଦ୍ରିୟ ଓ ପ୍ରାଣ, 

କର୍ମକୁ ଯେଉଁମାନେ ପୁନ୍ନ , 

ଆତ୍ମସଂଯମ ଯୋଗାଗ୍ନିରେ, 

ହୋମ କରନ୍ତି ସ୍ଵ ଜ୍ଞାନରେ |

ଦ୍ରବ୍ୟ ଯଜ୍ଞ ଓ ତପ ଯଜ୍ଞ, 

ଯେ କରୁଛନ୍ତି ଯୋଗ ଯଜ୍ଞ , 

ସଂଶିତବ୍ରତ ମୁନିମାନେ, 

ଯଜ୍ଞେ ରତି ସ୍ଵାଧ୍ୟାୟ ଜ୍ଞାନେ |

​(Verse 29-32: )

ପ୍ରାଣ ଅପାନ ଯଜ୍ଞ କରି ,

 ପ୍ରାଣାୟାମେ ଯେ ଧ୍ୟାନ ଧରି , 

ପ୍ରାଣ ଅପାନ ଗତି ରୋଧି, 

କରନ୍ତି ନିଜ ପ୍ରାଣ ଶୁଦ୍ଧି |

ଆହାର ସଂଯମ କରଇ , 

ପ୍ରାଣକୁ ପ୍ରାଣରେ ଜଳାଇ, 

ସମସ୍ତେ ସେହି ଯଜ୍ଞବିଦ, 

ପାପରୁ ହୁଅନ୍ତି ମୁକତ  |

 ଭୂଞ୍ଜି ଯଜ୍ଞ ଶେଷ ଅମୃତ , 

ସନାତନ ବ୍ରହ୍ମ ରେ ଯୁକ୍ତ, 

ଇହ ଲୋକରେ ଯଜ୍ଞ କରି , 

ପ୍ରାପ୍ତ ହୋଇବ ସିନା ହରି, 

ଇହଲୋକ ରେ ପ୍ରାପ୍ତ ହେବ 

ପରଲୋକ ରେ ନ ମିଳିବ  |

ବିନା ଯଜ୍ଞରେ ନାହିଁ ଶାନ୍ତି . 

ବିଜ୍ଞାନୀ ଅବଶ୍ୟ ଜାଣନ୍ତି, 

ଯଜ୍ଞ ନାହିଁ ତ ଶାନ୍ତି ନାହିଁ 

ମଣିଷ ଦୁଃଖକୁ ଭୋଗଇ, |

​(Verse 33-37: )

ଦ୍ରବ୍ୟ ଯଜ୍ଞ ଠୁଁ ଶ୍ରେୟସ୍କର, 

ଜ୍ଞାନ ଯଜ୍ଞ କୁ ଧେୟ କର, 

ସବୁ କର୍ମ ଯେ ହେ ଅର୍ଜୁନ, 

ଜ୍ଞାନରେ ହୁଏ ସମାପନ |

ପ୍ରଣିପାତ ଓ ସେବା କରି, 

 ଧୀରରେ ପ୍ରଶ୍ନ କୁ ପଚାରି , 

ତତ୍ତ୍ଵଦର୍ଶୀ ଜ୍ଞାନୀ ଗଣ , 

ଅନ୍ତରେ ତୁମ ଦେବେ ଜ୍ଞାନ |

ଯାହା ଜାଣିଲେ ହେ ପାଣ୍ଡବ, 

ମୋହରୁ ଭାବ ତୁଟିଯିବ , 

ସବୁ ପ୍ରାଣୀଙ୍କୁ ମୋ' ଭିତରେ, 

ଦେଖିବ ଜ୍ଞାନ ନୟନରେ  |

ପାପୀଙ୍କ ମଧ୍ୟେ ପାପୀ ହୋଇ , 

ଜ୍ଞାନ ରୂପକ ନୌକା ନେଇ 

ତରିବ ପାପ ତରଙ୍ଗିଣୀ, 

ଶାନ୍ତି ପାଇବ ପୁଣ୍ଯ ଘେନି |

କାଷ୍ଠ କୁ ଯେହ୍ନେ ଅଗ୍ନି ଦହେ 

ସବୁ କର୍ମକୁ ଜ୍ଞାନ ଦହେ, 

ଜ୍ଞାନର ଲେଲିହାନ ତେଜ, 

କର୍ମକୁ କରଇ ସହଜ, 

​(Verse 38-42: )

ପବିତ୍ର ପଣେ ଜ୍ଞାନ ସାର, 

ଜ୍ଞାନ ଅନନ୍ତ ଗନ୍ତାଘର, 

ଯେ ଜନ ଯୋଗ ସିଦ୍ଧି କଲା, 

ସେ ଜ୍ଞାନ ଅଧିକାରୀ ହେଲା, 

ଜିତେନ୍ଦ୍ରିୟ ଓ ଶ୍ରଦ୍ଧାବାନ, 

ସେ ଲଭୂ ଛନ୍ତି ମହାଜ୍ଞାନ,  

(Bridge) 

ଯେ ଜ୍ଞାନ ବଳେ ସିଦ୍ଧି ପାଏ, 

ପରମ ଶାନ୍ତିରେ ସେ ରୁହେ |

ଅଜ୍ଞାନୀ  ଶ୍ରଦ୍ଧାହୀନ ଜନ , 

ସନ୍ଦେହ ବିନାଶ କାରଣ , 

ଇହ ପରଲୋକେ ସୁଖ ନାହିଁ, 

ସନ୍ଦେହୀ ଯିଏ ଘାରି ହୋଇ |

ଯୋଗେ ଯେ କର୍ମ ତ୍ୟାଗ କଲା, 

ଜ୍ଞାନେ ଯା ସଂଶୟ ତୁଟିଲା , 

ପୁରୁଷ ଆତ୍ମବାନ ସେହି , 

କର୍ମ ତାହାକୁ ବାନ୍ଧି ନାହିଁ, 

(Bridge..) 

ହେ ଧନଞ୍ଜୟ ଧୀରେ ଶୁଣ, 

ଏ ହେଲା ଜ୍ଞାନର ପ୍ରମାଣ |

ଅଜ୍ଞାନ ଜାତ ହୃଦୟର, 

ଏହି ସଂଶୟ ଦୂର କର, 

(Ending.) 

ଅଜ୍ଞାନ ଜାତ ସନ୍ଦେହକୁ, 

ଜ୍ଞାନ ଖଡ୍ଗ ରେ କାଟ ତାକୁ, 

ଯୋଗରେ ସ୍ଥିତ ହୁଅ ପାର୍ଥ, 

ଧର ଏବେ ସଂଗ୍ରାମ ବାଟ |

ଉଠ ହେ ଭାରତର ବୀର

ଧର୍ମ ପଥର ଆଗେ ବଢ଼।

କହଇ ଭକ୍ତ ଜଗନ୍ନାଥ 

ତୃତୀୟ ଅଧ୍ୟାୟ ଭାଗବତ 

କୋଷ୍ଟାଲ ମ୍ୟୁଜିକ୍ ନିବେଦିତ 

ଶ୍ରୀମଦ୍ ଭଗବତ୍ ଗୀତା ତୃତୀୟ ଅଧ୍ୟାୟ 

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...